ୟୁକ୍ରେନ୍‌ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ

ସୋର, ୨୫।୨(ଡି.ଏନ.ଏ.)
ୟୁକ୍ରେନ୍‌ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ଫଳରେ ସମସ୍ତ ବିମାନକୁ ବାତିଲ କରାଯାଇଥିବାରୁ ସେମାନେ ଘରକୁ ଫେରିବା ଆଶା ମଉଳିଯାଇଛି। ଏନେଇ ତାଙ୍କ ପରିବାର ଲୋକେ ଚିନ୍ତା ପଡ଼ିଛନ୍ତି। ଛାତ୍ରୀଦ୍ୱୟ ସେଠାକାର ଏକ ବହୁତଳ ବିଶିଷ୍ଟ କୋଠାରେ ଭୟଭୀତ ଅବସ୍ଥାରେ ରହିଥିବା ପରିବାର ଲୋକେ କହିଛନ୍ତି।
ଉଭୟ ଛାତ୍ରୀ ହେଲେ ସୋର ମ୍ୟୁନିସିପାଲିଟି ଅଧୀନ କମରପୁର ଗ୍ରାମର ଶ୍ରୀକାନ୍ତ ମହାପାତ୍ରଙ୍କ ଝିଅ ସଙ୍ଗୀତା ମହାପାତ୍ର ଏବଂ ଭଦ୍ରକ ଭାଟପଡ଼ା ଗ୍ରାମର କିଶୋର ଚନ୍ଦ୍ର ନାୟକଙ୍କ ଝିଅ ମଧୁମିତା ନାୟକ। ୨୦୧୭ରେ ସଙ୍ଗୀତା ୟୁକ୍ରେନ୍‌ ରାଜଧାନୀରେ ଥିବା କିବ୍‌ ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମ ପଢ଼ିବା ପାଇଁ ନାମ ଲେଖାଇଥିଲେ। ସେ ଏବେ ୫ମ ବର୍ଷର ଛାତ୍ରୀ। ୨୦୨୧ର ଶେଷ ଭାଗରେ କରୋନା ସଂକ୍ରମଣ ଯୋଗୁ ପାଠପଢ଼ା ବନ୍ଦ ହେବାରୁ ସେ ଘରକୁ ଚାଲି ଆସିଥିଲେ। ଗତ ଜାନୁୟାରୀ ୨୮ରେ କଲେଜ ପାଠପଢ଼ା ଆରମ୍ଭ ହେବା ବାର୍ତ୍ତା ପାଇ ସେ ସେଠାକୁ ଯାଇଥିଲେ। ଋଷ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ସେଥି ମଧ୍ୟରେ ସଙ୍ଗୀତା ଏବଂ ମଧୁମିତାଙ୍କ ସହିତ ଅନ୍ୟ ୫ଜଣଙ୍କ ପାଇଁ ଆସନ୍ତା ୨୮ ତାରିଖରେ ଫ୍ଲାଇଟ ଟିକେଟ କରାଯାଇଥିଲା। ତେବେ ଯୁଦ୍ଧ ଆରମ୍ଭ ହେବାରୁ ସେମାନେ ଫେରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?