ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପିର ଜିଲ୍ଲା ସଭାପତି ସୁକଦେବ ମହାନ୍ତ ଏବଂ ମୁଖ୍ୟବକ୍ତା ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କମଳାକାନ୍ତ ଦାଶ, ମଣ୍ଡଳ ପ୍ରଭାରୀ ମିତ୍ରଭାନୁ ମହାନ୍ତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଜିଲା ମହିଳା ମୋର୍ଚ୍ଚା ଉପସଭାପତି ସୋମବାରୀ ମୁଣ୍ଡା, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ମାନସୁର ଆଲାମ, କୃଷକ ମୋର୍ଚ୍ଚା ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, ମଣ୍ଡଳ ସମ୍ପାଦକ ମଧୁସୂଦନ ମହାନ୍ତ ଓ ସଞ୍ଜୟ ପଲେଇଙ୍କ ସମେତ ରମେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ।
ବୈଠକକୁ ଶଶୀଭୂଷଣ ମହାନ୍ତ ସଂଯୋଜନା କରିଥିବାବେଳେ ମଣ୍ଡଳ ଅଧୀନର ବରିଷ୍ଠ ନେତୃବୃନ୍ଦ, ପଞ୍ଚାୟତସ୍ତରୀୟ ପ୍ରତିନିଧି ଓ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

