ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ ମିଶାଇଲ ମାଡ କରିଥିବା ବେଳେ ଅନେକ ଲୋକ ମୃତାହତ ହୋଇଥିବା ଖବର ଆସଛି । ରୁଷିଆ ଦାବି କରିଛି ଯେ ସେ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛି । ଏହି ସମୟରେ ୟୁକ୍ରେନ ତା’ର ନାଗରିକଙ୍କୁ ସେନାରେ ଭର୍ତ୍ତି କରୁଥିବା ଦେଖାଯାଇଛି ।
ରୁଷିଆର ଆକ୍ରମଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେଉଁଠି ୟୁକ୍ରେନର ଧ୍ୱଂସ ବିଧ୍ୱଂସ ସହର ତ ପୁଣି କେଉଁଠି ରୁଷିଆର ୟୁକ୍ରେନ ଉପରେ ତାଣ୍ଡବ । ଆଉ କିଛି ଭିଡିଓରେ ଲୋକେ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ କନ୍ଦାଇ ଦେଇଛି । ବାପ-ଝିଅଙ୍କ ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ପିତା ଯୁଦ୍ଧକୁ ଯିବା ପୂର୍ବରୁ ନିଜ ପରିବାରକୁ ଗୁଡବାୟ କହିବାକୁ ଆସିଛନ୍ତି । ବ୍ୟକ୍ତି ଜଣଙ୍କ ପରିବାର ସହ ମିଶିବାପରେ ନିଜ ଝିଅକୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦୁଛନ୍ତି । ଝିଅବି କାନ୍ଦୁଥିବାର ନଜର ଆସିଛି । ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି କେହି ନିଜର କୋହ ସମ୍ଭାଳି ପାରୁ ନାହାନ୍ତି । ଏହା ହୁଏତ ପିତା ପୁତ୍ରିଙ୍କ ଶେଷ ମିଳନ ହୋଇପାରେ । କିଏ ଜାଣେ ଯୁଦ୍ଧ କ୍ଷେତ୍ରରେ ବିଜୟୀ ହୋଇ ଏହି ବୀର ଯବାନ ନିଜ ପରିବାର ନିକଟକୁ ଫେରିବେ କି ନା । ଭିଡିଓଟି ଖୁବ୍ ଇମୋଶନାଲ ହୋଇଛି । ଏମିତି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଏବେ ସେହି ମିଶାଇଲରେ ୟୁକ୍ରେନ୍ ଉପରେ କରୁଛି ଆକ୍ରମଣ ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ଦେଇଥିଲା ୟୁକ୍ରେନ୍‌

କ୍ୱିଭ,୧୩ ।୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଅଜବ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର...

ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ...

ଚାଇନା ସହ କୌଣସି ବିବାଦ ଚାହୁଁନାହିଁ ଆମେରିକା: ବାଇଡେନ୍‌

ଓ୍ବାଶିଂଟନ୍‌,୯।୨: ଗୁପ୍ତଚର ବେଲୁନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢିବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,...

ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌...

ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ

ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍‌ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ନେଇ...

ଲଣ୍ଡନରେ ଚିହ୍ନଟ ହେଲେ ସର୍ବକନିଷ୍ଠ କରୋନା ସଂକ୍ରମିତ

ଲଣ୍ଡନ,୧୪।୩: ଉତ୍ତର-ପୂର୍ବ ଲଣ୍ଡନରେ ଜନ୍ମର ମାତ୍ର କେଇ ମିନିଟ୍‌ ପରେ ଜଣେ ଶିଶୁ କରୋନା ଭାଇରସରେ ପୀଡିତ ଥିବା କୁହାଯାଉଛି। ବିଶ୍ୱର ସେ ସର୍ବ କନିଷ୍ଠ...

ନାଟୋର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ

ବ୍ରସେଲ୍ସ, ୧୮ା୧୦: ୟୁକ୍ରେନ୍‌ ଯୁଦ୍ଧ ଭିତରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସୋମବାର ସବୁଠାରୁ ବଡ଼ଧରଣର ଆଣବିକ ଡ୍ରିଲ୍‌...

ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି...

Advertisement
Archives

Model This Week