ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଜଳସ୍ତରରୁ ୨ମିଟର ଗଭୀରରୁ ଆଡ଼ିବନ୍ଧ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଠିକାଦାର ମନମୁଖି ଭାବେ କାର୍ଯ୍ୟ ଚଳାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମୟୂରଭଞ୍ଜ ଜଳସେଚନ ବିଭାଗ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବରପାଇ ବିଭାଗୀୟ ଅଧିକାରୀମାନେ ପହଞ୍ଚିି ତଦନ୍ତ କରିବା ସହିତ ଠିକ୍‌ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବଡ଼ସାହି ବ୍ଲକ ଶିଆଳୀଘାଟୀ ପଞ୍ଚାୟତର ଭଞ୍ଜବାଟୀ ଓ ବାଘୁଆପାଳ ଗ୍ରାମକୁ ସୁରକ୍ଷା ଦେବା ପାଇଁ ବୁଢ଼ାବଳଙ୍ଗ ନଦୀରେ ଜଳସେଚନ ବିଭାଗ ପକ୍ଷରୁ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ୯କୋଟି ୮୬ଲକ୍ଷ ୪୫ହଜାର ଟଙ୍କା ବ୍ୟୟ ଅଟକଳରେ ୧୪ଶହ ୫ମିଟର ପଥର ପ୍ୟାକିଂ, ୬ଟି ସ୍ପର ଓ ୯୫୫ମିଟର ଆଡ଼ିବନ୍ଧ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି। ୨୦୨୧ ଏପ୍ରିଲରୁ ଗୌରବ କନଷ୍ଟ୍ରକ୍ସନ ନାମକ ଠିକାସଂସ୍ଥା ଉକ୍ତ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନିମ୍ନମାନର ପଥର ପ୍ୟାକିଂ କରାଯାଉଥିବା ନେଇ ଗ୍ରାମବାସୀମାନେ ଠିକାଦାରଙ୍କୁ ଜଣାଇଥିଲେ। ଜଳସ୍ତରରୁ ୨ମିଟର ଗଭୀରରୁ ପଥର ପକାଇ ଆଡ଼ିବନ୍ଧ ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଥିଲେ ହେଁ ଠିକାଦାର ଜଣକ ଜଳ ପ୍ରବାହିତ ହେଉ ନ ଥିବା ସ୍ଥାନରୁ ପଥର କାର୍ଯ୍ୟ ଚଳାଇ ଆସୁଛନ୍ତି ା ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ମିଳିତ ଭାବେ କାର୍ଯ୍ୟବନ୍ଦ କରିଥିଲେ। ଖବରପାଇ ବିଭାଗୀୟ ଅଧୀକ୍ଷଣଯନ୍ତ୍ରୀ ପ୍ରମୋଦ କୁମାର ପଦ୍ମାସିଂ ପହଞ୍ଚିି କାର୍ଯ୍ୟର ତଦାରଖ କରିବା ସହ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ତାଗିଦ୍‌ କରିଛନ୍ତି। ବଡ଼ ବଡ଼ ପଥର ବଦଳରେ ଛୋଟଛୋଟ ପଥରରେ ପ୍ୟାକିଂ କାର୍ଯ୍ୟ ହେଉଥିବାରୁ ବନ୍ୟା ଆସିଲେ ତାହା ସମ୍ପୂର୍ଣ୍ଣ ଧୋଇହୋଇ ଯିବାର ସମ୍ଭାବନା ରହିଥିବା ଗ୍ରାମର ଶିରିଶ ଚନ୍ଦ୍ର ଗିରି, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଆନନ୍ଦ ଶଙ୍କର ପାତ୍ର ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ଅଧୀକ୍ଷଣଯନ୍ତ୍ରୀ ପଦ୍ମାସିଂଙ୍କୁ ପଚାରିବାରୁ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ପାଇବା ପରେ ତଦନ୍ତରେ ଆସି ଠିକା ସଂସ୍ଥାର କର୍ମଚାରୀଙ୍କୁ ତାଗିଦ କରିଛି ା କାର୍ଯ୍ୟରେ ଅବହେଳା ହେଉଥିଲେ ଗ୍ରାମବାସୀ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?