ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ସନ୍ଧ୍ୟା ସମୟରେ ଅନୁଭବ ପଟ୍ଟନାୟକଙ୍କ ନାମରେ କେସିଙ୍ଗା ଥାନାରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ଦର୍ଶାଇ କଲେଜ କର୍ତ୍ତୃପକ୍ଷ ତାଙ୍କ ପ୍ରାର୍ଥିପତ୍ର ନାକଚ କରିଥିଲେ। ଏହାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଦଳୀୟ ନେତାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଘଟଣା ଅନୁଯାୟୀ, କେସିଙ୍ଗା ମହାବିଦ୍ୟାଳୟର ସଭାପତି ପଦ ପାଇଁ ବିଜେଡି ସମର୍ଥିତ ଛାତ୍ରନେତା ଅନୁଭବ ପଟ୍ଟନାୟକ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଅଙ୍କିତ ପାଠକ ନାମାଙ୍କନ ଦାଖଲ କରିଥିଲେ। ଗତ ୮ ତାରିଖରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିବାରୁ ଅଙ୍କିତ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତ ୯ ତାରିଖରେ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ଅଙ୍କିତ ଥାନାକୁ ଯାଇ ଅନୁଭବଙ୍କ ନାମରେ ମାମଲା ପଞ୍ଜୀକରଣ ପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଅନୁଭବଙ୍କ ନାମରେ ମାମଲା ପଞ୍ଜୀକୃତ କରିଥିଲା।

ଏହି ଖବର ଜାଣିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ରାଜ୍ୟସ୍ତରୀୟ ଛାତ୍ର ଓ ଯୁବନେତା ଅଭିନାଶ ଠାକୁର କେସିଙ୍ଗା ଗସ୍ତ କରିଥିଲେ। ସେମାନେ ପ୍ରଥମେ ମହାବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷଙ୍କୁ ପ୍ରାର୍ଥିପତ୍ର ନାକଚ ହେବାର କାରଣ ପଚାରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ପଟ୍ଟନାୟକ କହିଥିଲେ ଯେ, ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୧୮ ଜଣ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ କେସିଙ୍ଗା ଥାନାରୁ ତଥ୍ୟ ମଗାଯାଇଥିଲା। କେସିଙ୍ଗା ଥାନା ପକ୍ଷରୁ ୧୮ ଜଣଙ୍କ ସମ୍ପର୍କିତ ରିପୋର୍ଟ ଚିଠି ମାଧ୍ୟମରେ ମହାବିଦ୍ୟାଳୟକୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ, ୧୭ ଜଣଙ୍କ ନାମରେ କୌଣସି ମାମଲା ନଥିବା ବେଳେ ଅନୁଭବ ପଟ୍ଟନାୟକଙ୍କ ନାମରେ ୯ ତାରିଖରେ ଏକ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ଦର୍ଶାଯାଇଥିଲା। ଏହି ରିପୋର୍ଟ ମିଳିବା ପରେ ଅନୁଭବଙ୍କ ପ୍ରାର୍ଥିପତ୍ର ନାକଚ କରାଯାଇଥିଲା।

ଏହି ଘଟଣାକୁ ନେଇ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ବିଜେଡି ନେତା ଓ କର୍ମୀମାନେ କେସିଙ୍ଗା ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଅଭିଯୋଗ ହେବାର ସେହି ଦିନ ତଦନ୍ତ ନକରି କାହା ଚାପରେ ଏତେ ଶୀଘ୍ର ମାମଲା ପଞ୍ଜୀକୃତ କରାଗଲା ଏବଂ ଜଣେ ଛାତ୍ରଙ୍କୁ ଅପରାଧୀ ଭାବେ ଚିତ୍ରଣ କରାଗଲା ବୋଲି ବିଧାୟିକାଙ୍କ ସମେତ ବିଜେଡି କର୍ମୀମାନେ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ କେସିଙ୍ଗା ଥାନାର ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ କହିଥିଲେ ଯେ, ସେ କାହାରି ଚାପରେ କାମ କରୁନାହାନ୍ତି। ଅଭିଯୋଗକାରୀ ଲିଖିତ ଅଭିଯୋଗ ଦେବା ସହ ମାମଲା ପଞ୍ଜୀକରଣ ପାଇଁ ଜିଦ୍ କରିଥିଲେ ଏବଂ ପ୍ରମାଣ ଦେଇଥିଲେ। ତେଣୁ ନିୟମ ଅନୁଯାୟୀ ସେ ନିଜ କାର୍ଯ୍ୟ କରିଛନ୍ତି ବୋଲି ଆଇଆଇସି ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ ଯେ, ମହାବିଦ୍ୟାଳୟ ପକ୍ଷରୁ ଅପରାଧିକ ରେକର୍ଡ ସମ୍ପର୍କରେ ରିପୋର୍ଟ ମଗାଯାଇଥିଲା ଏବଂ ପୋଲିସ ପକ୍ଷରୁ ରିପୋର୍ଟ ପଠାଯାଇଥିଲା। ମହାବିଦ୍ୟାଳୟ କେଉଁ ଆଧାରରେ କେଉଁ ପଦକ୍ଷେପ ନେଇଛି, ସେଥିରେ ପୋଲିସର କିଛି କହିବାର ନାହିଁ ବୋଲି ଆଇଆଇସି ସ୍ପଷ୍ଟ କରିଥିଲେ।

ଏହି ଅବସରରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଟାଉନ ସଭାପତି ନଳିନ ପଟ୍ଟନାୟକ, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ସିଲୁ ପରିଡ଼ା, ନେହେରୁ ସୁନାନୀଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?