ଆନ୍ତଃରାଜ୍ୟ ଚୋର ସମେତ ୨ ଗିରଫ

କଟକ ଅଫିସ, ୮ା୨: ବାଦାମବାଡ଼ି ଥାନା ପୋଲିସ ସୋମବାର ଜଣେ ପେସାଦାର ଆନ୍ତଃରାଜ୍ୟ ସୁନାଗହଣା ଚୋରଙ୍କ ସମେତ ଚୋରି ସୁନା କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ହେମନ୍ତ କୁମାର ଦାସ(୫୯) ଏବଂ କଟକ ବାରଙ୍ଗ ଥାନା ଅଞ୍ଚଳର ବୈଦ୍ୟନାଥ ସାହୁ(୩୭)। ହେମନ୍ତ ଜଣେ ପେସାଦାର ଆନ୍ତଃରାଜ୍ୟ ଚୋର ଓ ତାଙ୍କ ନାମରେ ଶହେରୁ ଊର୍ଦ୍ଧ୍ୱ ମାମଲା ରହିଛି ବୋଲି କଟକ ଏସିପି ଅମରେନ୍ଦ୍ର ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨୯ତାରିଖରେ ବାଦାମବାଡ଼ି ଥାନା ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସ ଥାନାରେ ଅଭିଯୋଗ କରିଥିଲେ ଯେ, କୌଣସି ଦୁର୍ବୃତ୍ତ ତାଙ୍କ ଘର ଓ କାର୍ଯ୍ୟାଳୟର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଚୋରିକରି ନେଇଛନ୍ତି। ପୋଲିସ ଏ ନେଇ ଏକ କେସ୍‌ (ନଂ.୩୧/୨୧) ରୁଜୁ ସହ ତଦନ୍ତ ଜାରି ରଖିଥିଲା। ସୋମବାର ଭୁବନେଶ୍ୱରରୁ ହେମନ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୬୦ ଗ୍ରାମ୍‌ ସୁନା ଓ ଚାନ୍ଦି ଅଳଙ୍କାର ସମେତ ଏକ ଆଇଫୋନ୍‌, ନଗଦ ୨୨ହଜାର ଟଙ୍କା ଜବତ ହୋଇଛି। ସେହିପରି ଚୋରି ସୁନା କିଣିଥିବା ବୈଦ୍ୟନାଥଙ୍କୁ ବାରଙ୍ଗ ଅଞ୍ଚଳର ତାଙ୍କ ଘରୁ ଗିରଫ କରାଯାଇଛି। ହେମନ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୧୦ଟି ଓ ବୈଦ୍ୟନାଥଙ୍କ ନାମରେ ୯ଟି ମାମଲା ରହିଛି। ହେମନ୍ତ ୧୯୮୬ରୁ ଏହି ବୃତ୍ତିକୁ ଆପଣାଇଥିବାବେଳେ ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଚୋରି କରିଛନ୍ତି। ଚୋରି ଘଟଣାରେ ତାଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଏବଂ କେଉଁଠାରୁ କେତେ କ’ଣ ଚୋରି କରିଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସିପି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ବାଧ୍ୟବାଧକତାରେ ଚୋରି ବୃତ୍ତିକୁ ଆପଣାଇଥିବା ହେମନ୍ତ କହିଛନ୍ତି। ପୂର୍ବରୁ ସେ ଚୋରି ମାମଲାରେ କମିଶନରେଟ୍‌ ପୋଲିସ ହାତରେ ଧରାପଡ଼ିଥିଲେ। ଏପରି କି ସେ ଆଉ ଚୋରି କରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖିଦେବା ସହ ଅନ୍ୟମାନଙ୍କୁ ଏହା ନ କରିବାକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ୱେ ସେ ପୁଣି ବାରମ୍ବାର ଚୋରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନକୁ ୪ପ୍ରଜାତିର ୮ ପଶୁପକ୍ଷୀ ଆସିଲା

ବାରଙ୍ଗ, ୯।୧୦(ଡି.ଏନ୍‌.ଏ.): ନନ୍ଦନକାନନକୁ ଶୁକ୍ରବାର ରାତିରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଜୟପୁର ନହରଗଡ଼ ଜୈବ ଉଦ୍ୟାନରୁ ୪ପ୍ରଜାତିର ୮ଟି ନୂଆ ଅତିଥି ଆସିଛନ୍ତି। ନୂଆ ଅତିଥି...

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ...

ବରଗଡ଼ରେ ପୋଲିସ ମହାନିର୍ଦ୍ଦେଶକ, ପରଖିଲେ ଲକ୍‌ଡାଉନ୍‌ ସ୍ଥିତି

ବରଗଡ଼ ଅଫିସ,୩୦।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର...

ଦନ୍ତାହାତୀ ଉତ୍ପାତ: ୪ ଜଣଙ୍କ ଘର ଭାଙ୍ଗିଲା

ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ରେଞ୍ଜରୁ ଗୋଠଛଡା ଦନ୍ତା ହାତୀ ପ୍ରବେଶକରି ଉତ୍ପାତ ଆରମ୍ଭ କରିଛି। ହାତୀ...

ଦିବ୍ୟାଙ୍ଗଙ୍କ ପାଇଁ କୋଭିଡ୍‌ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ମହାମାରୀର ପ୍ରକୋପକୁ ହ୍ରାସ କରିବା ପାଇଁ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଏକାନ୍ତବାସ (ଆଇସୋଲେଶନ), ସଙ୍ଗରୋଧ କେନ୍ଦ୍ର(କ୍ୱାରାଣ୍ଟାଇନ ସେଣ୍ଟର), ନମୁନା ପରୀକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ...

ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ପାଚିକା, ସହାୟିକା ସଂଘ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ୧୨ ଦଫା ଦାବି ନେଇ ନିଖିଳ ଓଡ଼ିଶା ଏମ୍‌.ଡି.ଏମ୍‌ ପାଚିକା, ସହାୟିକା ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ...

ଆର୍‌ଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ

କଟକ ଅଫିସ୍‌,୨୧ା୬:ରାଜ୍ୟ ଭିଜିଲାନ୍ସ ବିଭାଗ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହେବ ବୋଲି ହାଇକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଣିକି ଭିଜିଲାନ୍ସ ବିଭାଗର...

ପୋଖରୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପାଟଣା,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସରସକୋଲା ପଞ୍ଚାୟତ ଝିଞ୍ଜିରିନାଳି ଗ୍ରାମର ଏକ ପୋଖରୀରୁ ଶୁକ୍ରବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

Advertisement
Archives

Model This Week