ଝିଆରୀ ମୁଣ୍ଡରୁ ପୋଛିଲେ ସିନ୍ଦୂର ….

ବାଉଁଶୁଣୀ,୨୫।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିିଛି ।
ସୂଚନାଯୋଗ୍ୟ, ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବୁରଗୋରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ନାମକ ଜଣେ ଯୁବକ ବଲାକିରା ଗ୍ରାମରେ ବିବାହ କରି ଶ୍ୱଶୁର ଘର ଗାଁ ରେ ରହୁଥିଲେ । ସେହି ଗ୍ରାମରେ ରହୁଥିବା ତାଙ୍କ ଶ୍ୱଶୁରଙ୍କ ଭାଇ ପବିତ୍ର ପ୍ରଧାନ ଓ ତାଙ୍କ ଦୁଇ ପୁଅ ବ୍ରହ୍ମା ଓ ବିଷ୍ଣୁ ମିଶି ଶୁକ୍ରବାର ରାତିରେ ଗୋବର୍ଦ୍ଧନଙ୍କୁ ଖଟ ବାହିରେ ପିଟି ପିଟି ଗାଁ ଦାଣ୍ଡରେ ହତ୍ୟା କରିଥିବା ଗୋବର୍ଦ୍ଧନଙ୍କ ସ୍ତ୍ରୀ ବାଉଁଶୁଣୀ ଥାନାରେ ଅଭିଯୋଗ କରିଛନ୍ତି । ରାତିରେ ଗୋବର୍ଦ୍ଧନ ଦେଇଥିବା ଇଟା ପଇସା ମାଗିବାକୁ ପବିତ୍ରଙ୍କ ଘରକୁ ଯାଇଥିଲେ । କୌଣସି କଥାକୁ ନେଇ ବଚସା ହେବା ପରେ ପବିତ୍ର ଓ ତାଙ୍କର ଦୁଇ ପୁଅ ଖଟ ବାଡି ଓ କାଠ ଫାଳିଆ ସାହାଯ୍ୟରେ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଗୋବର୍ଦ୍ଧନର ମୁଣ୍ଡରେ ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଗୋବର୍ଦ୍ଧନଙ୍କ ମୃତଦେହ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ କହିଛନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ସୁତ୍ରରୁ ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ

ବ୍ରହ୍ମଗିରି,୨୫।୬(ଡି.ଏନ୍‌.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...

ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ: ସୁସ୍ଥହାର ୯୩ %

ଗଞ୍ଜାମ,୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମାତ୍ର...

କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର

ରୂପ୍‌ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ...

ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି।...

ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ...

ଦୋକାନୀ-ଉଚ୍ଛେଦକାରୀ ଦଳର ଖଣ୍ଡଯୁଦ୍ଧ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜବରଦଖଲ ବଢ଼ିଚାଲୁଥିବା ବେଳେ ଜବରଦଖଲକାରୀଙ୍କ ଦାଦାଗିରି ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ଜବରଦଖଲ...

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍‌ । ସମ୍ପୃକ୍ତା...

ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ...

Advertisement
Archives

Model This Week