ଟ୍ରମ୍ପ୍‌ଙ୍କ ପରାଜୟ ସମ୍ଭାବନା

ଆମେରିକାର ରାଷ୍ଟ୍ରପତିମାନଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍‌ ସବୁଠୁ ଅନୁପଯୁକ୍ତ ମନେହେଉଥିଲେ। ୨୦୧୬ରେ ସେ ଯେତେବେଳେ ନିଜର ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ଏକ ବ୍ୟବସାୟଭିତ୍ତିକ ରିଆଲିଟି ଶୋ’ରେ ପ୍ରତିଯୋଗୀଙ୍କୁ ତଡ଼ିବାର ଅଭିନୟ ହାସ୍ୟାସ୍ପଦ ଲାଗୁଥିଲା। ବିରାଟ ନିର୍ଦ୍ଦେଶକ ମଣ୍ଡଳ କକ୍ଷର ଟେବୁଲ ପଛରେ ରହିି ଟ୍ରମ୍ପଙ୍କର ଏକ ଛବି ତାଙ୍କର ଅନୁକରଣୀୟ ବହୁ ପ୍ରଚଳିତ କଥା କହୁଥିଲା – ତୁମକୁ ଚାକିରିରୁ ବରଖାସ୍ତ କରାଯାଇଛିି ଓ ଏହାରି ସମାଧାନ ଉପାୟ ଟ୍ରମ୍ପ୍‌ ଜାଣନ୍ତି । ଏହି କଥା ଲକ୍ଷ ଲକ୍ଷ ଆମେରିକୀୟ ଭୋଟରଙ୍କୁ ଆଶ୍ୱସ୍ତ କରିପାରିଥିଲା। ସେହି ଭାବନା ସହ ଅନୁକୂଳ ସମୟ ଏବଂ ଶୁଭଫଳ ଟ୍ରମ୍ପ୍‌ଙ୍କୁ ନିର୍ବାଚନ ଦୌଡ଼ରେ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କର ବିଜୟ ଆଶା ବହୁତ କମ୍‌ ଥିଲା ବୋଲି ଟ୍ରମ୍ପ୍‌ କହିଥିଲେ। ବାସ୍ତବରେ, ସେ ୨.୮ ନିୟୁତ ପପୁଲାର ଭୋଟ ହରାଇଥିଲେ । ଯେକୌଣସି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସକୁ ଦେଖିଲେ ଏହା ଏକ ବୃହତ୍‌ ବ୍ୟବଧାନ।
ତା’ପରଠାରୁ ନିର୍ବାଚନରେ ଲୋକେ ଟ୍ରମ୍ପ୍‌ଙ୍କୁ ଗ୍ରହଣକରି ନ ଥିବା ପ୍ରମାଣିତ ହୋଇଛନ୍ତି। ୨୦୧୮ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟ୍ସ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ ପାର୍ଟିକୁ ହରାଇଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ଇଲେକ୍ଟ୍ରୋରାଲ କଲେଜରେ କମ୍‌ ବ୍ୟବଧାନରେ ହାରିଥିଲେ ଏବଂ ପପୁଲାର ଭୋଟ ହ୍ରାସ ପାଇଥିଲା। ୨୦୨୨ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଟ୍ରମ୍ପ୍‌ଙ୍କ ମନୋନୀତ ପ୍ରାର୍ଥୀମାନେ ସମଗ୍ର ଦେଶରେ ପରାସ୍ତ ହୋଇଥିଲେ ଏବଂ ଡେମୋକ୍ରାଟ୍ସ ପ୍ରାର୍ଥୀମାନେ ନିଜ ଆସନ ବଜାୟ ରଖିଥିଲେ କିମ୍ବା ଆରିଜୋନା, ମିଶିଗାନ, ପେନ୍‌ସିଲଭାନିଆ ଏବଂ ୱିସ୍କୋସିନ ସମେତ ପ୍ରମୁଖ ରାଜ୍ୟରେ ରିପବ୍ଲିକାନ ଆସନଗୁଡ଼ିକୁ ଅକ୍ତିଆର କରିନେଇଥିଲେ। ଏହି ବିଫଳତା କେତେଜଣ ରିପବ୍ଲିକାନ୍‌ଙ୍କୁ ନିର୍ବାଚନ ଉପରେ ଅଭିଯୋଗ ଆଣିବାକୁ ପ୍ରେରିତ କରିଥିଲା। ଟ୍ରମ୍ପ୍‌ ମଧ୍ୟ ପାର୍ଟି ବ୍ୟବସ୍ଥା, ଏହାର ନେତୃତ୍ୱ ଏବଂ ଏହାର ଚରମ ସଦସ୍ୟଙ୍କ ଉପରେ ନିୟନ୍ତ୍ରଣ ହରାଇବସିଲେ। ଏହି ଧାରାରେ ଥିବା ସବୁଠୁ ପୁରୁଣା ଦଳ ରିପବ୍ଲିକାନ୍‌ ଚଳିତ ବର୍ଷ ଶେଷରେ ଅନୁତାପ କରିବ, ଯେତେବେଳେ ଉଭୟ ଟ୍ରମ୍ପ୍‌ ଏବଂ ରିପବ୍ଲିକାନ୍‌ ପାର୍ଟି ଏକ ନିର୍ବାଚନୀ ପରାଜୟର ସମ୍ମୁଖୀନ ହେବା ସମ୍ଭାବନା ରହିଛି।
ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ତ୍ରୁଟିପୂର୍ଣ୍ଣ ଆଚରଣ, ଗଣତାନ୍ତ୍ରିକ ବିରୋଧୀ ଭାଷଣ ଏବଂ ପ୍ରତିପକ୍ଷଙ୍କୁ ଧମକ ତାଙ୍କ ପରାଜୟର କାରଣ ହେବ। ଶେଷରେ ଆମେରିକୀୟମାନେ ଟ୍ରମ୍ପ୍‌ଙ୍କୁ ସବୁଦିନ ଲାଗି ଅବସର ଦେବେ । ଫ୍ରାନ୍ସର ଦାର୍ଶନିକ ଅଗଷ୍ଟେ କୋମ୍‌ଟେଙ୍କର ଏକ ପୁରାତନ ଉକ୍ତି ଅଛି ଯେ, ‘ଜନସଂଖ୍ୟାର ଶକ୍ତି ଉପରେ ଗୋଟିଏ ଦେଶର ଭାଗ୍ୟ ନିର୍ଭରକରେ’। ଏହି ଉକ୍ତି ପୂର୍ବ ରାଷ୍ଟ୍ରପତି ନିର୍ବାଚନରେ ଯେଭଳି ପରିଣାମ ମିଳିଆସିଛି ତାହା ଆଗାମୀ ନିର୍ବାଚନ ପାଇଁ ଅଧିକ ପ୍ରାସଙ୍ଗିକ ହୋଇପାରେ।
୨୦୧୬ରୁ ୨୦୨୪ ନିର୍ବାଚନ ମଧ୍ୟରେ ପ୍ରାୟ ୨୦ ମିଲିୟନ ବୟସ୍କ ଭୋଟରଙ୍କର ମୃତ୍ୟୁ ହୋଇଥିବ ଏବଂ ପ୍ରାୟ ୩୨ ମିଲିୟନ ଯୁବକ ଆମେରିକୀୟ ଭୋଟ ଦେବା ବସୟ ବର୍ଗରେ ସାମିଲ ହୋଇଥାଇପାରନ୍ତି। ଏଥିମଧ୍ୟରୁ ଅନେକ ଯୁବ ଭୋଟର ଉଭୟ ଦଳକୁ ଘୃଣା କରନ୍ତି। ରିପବ୍ଲିକାନ୍‌ମାନେ କଲେଜ କ୍ୟାମ୍ପସରେ ସକ୍ରିୟ ଭାବରେ ଯୁବକଙ୍କୁ ପାର୍ଟିରେ ସାମିଲ କରୁଛନ୍ତି। କିନ୍ତୁ ୧୯୯୫ରୁ ୨୦୦୦ ମଧ୍ୟରେ ଜନ୍ମିତ ପିଢ଼ିଙ୍କ ହୃଦୟରେ ପ୍ରଜନନ ଅଧିକାର, ଗଣତନ୍ତ୍ର ଏବଂ ପରିବେଶ ବିଷୟ ଗଭୀର ଭାବେ ରହିଛି , ଯାହା ଅଧିକାଂଶଙ୍କୁ ଡେମୋକ୍ରାଟ୍‌ ସପକ୍ଷରେ ଭୋଟ ଦେବାକୁ ପ୍ରେରିତ କରିବ।
ବାସ୍ତବତା ହେଉଛି ଯେ ଟ୍ରମ୍ପ୍‌ ୨୦୧୬ରେ ଆମେରିକାର ରାଜନୀତିରେ ପ୍ରବେଶ କରିବା ପରଠାରୁ ରିପବ୍ଲିକାନ୍‌ ପାର୍ଟି ପରିପକ୍ୱ , ଅଧିକ ଶକ୍ତିଶାଳୀ ଏବଂ ଅଧିକ କଠୋର ହୋଇଯାଇଛି। ଏହା ପ୍ରତି ଉଦାରବାଦୀ ଓ ସ୍ବାଧୀନ ସମର୍ଥକଙ୍କୁ ଆକର୍ଷିତ କରିବା କଷ୍ଟକର ହୋଇଛି। ଟ୍ରମ୍ପ୍‌ଙ୍କ ତୁଳନାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ଅଧିକ ଭୋଟର ଅଛନ୍ତି। ଏହାର ଅର୍ଥ ନୁହେଁ ଯେ ବିଜୟ ସହଜ ହେବ। କିନ୍ତୁ ଏହାର ଅର୍ଥ ହେଉଛି , ସେ ଘରେ ଥିବା ଅଧିକ ଭୋଟରଙ୍କ ବଳରେ ଜିତିପାରିବେ। ଟ୍ରମ୍ପ୍‌ ଯଦି ଜିତିବାକୁ ଚାହାନ୍ତି, ତେବେ ତାଙ୍କୁ ଦଳକୁ ପ୍ରତ୍ୟେକଟି ସମ୍ଭାବ୍ୟ ଭୋଟରଙ୍କ ଆବଶ୍ୟକତା ପଡ଼ିବ । ଏହା ସହ ଏ ପର୍ଯ୍ୟନ୍ତ କାହାକୁ ଭୋଟ ଦେବାକୁ ସ୍ଥିର କରି ନ ଥିବା ତଥା ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ଖରାପ ବ୍ୟବହାର ଓ ନୀତିକୁ ନେଇ ବିଗିଡ଼ିଯାଇଥିବା ଆମେରିକୀୟଙ୍କଠାରୁ ଭୋଟ ହାସଲ କରିବାକୁ ପଡ଼ିବ। ଆମେରିକୀୟମାନେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପ୍ରମୁଖ ପ୍ରସଙ୍ଗରେ ରିପବ୍ଲିକାନ୍‌ ପାର୍ଟି ଭୁଲ୍‌ ଦିଗରେ ଅଛି। ପ୍ରଜନନ ଅଧିକାରକୁ ବିଚାର କରନ୍ତୁ । ଆମେରିକାର ସୁପ୍ରିମକୋର୍ଟ ୨୦୨୨ରେ ରୋଏ ବନାମ ଓ୍ବାଡେ ମାମଲାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଅର୍ଦ୍ଧଶତାବ୍ଦୀ ପାଇଁ ଗର୍ଭପାତ ଅଧିକାର ସୁନିଶ୍ଚିତ କରିଥିଲା। କିନ୍ତୁ ରିପବ୍ଲିକାନ୍‌ ଏହାକୁ ବନ୍ଦ କରିଦେଲା। ଚରମ ଋଢିବାଦୀ ରାଜ୍ୟ ବିଧାନମଣ୍ଡଳ ବଳାତ୍କାର କିମ୍ବା ଯୌନ ସମ୍ପର୍କ ଘଟଣାରେ ମଧ୍ୟ ଗର୍ଭପାତକୁ ନିଷିଦ୍ଧ କରିଛି। ଏହି ଧାରା ମହିଳା ଏବଂ ନରମପନ୍ଥୀଙ୍କୁ ଅଧିକ ଦୃଢ଼ ଭାବରେ ଡେମୋକ୍ରାଟ୍ସଙ୍କ ଆଡ଼କୁ ଢଳିବାକୁ ବାଧ୍ୟ କରଛି।
ଜାତୀୟ ନିରାପତ୍ତା କ୍ଷେତ୍ରରେ ଟ୍ରମ୍ପ୍‌ ପ୍ରାୟତଃ ଆମେରିକାର ପାରମ୍ପରିକ ଶତ୍ରୁମାନଙ୍କ ବିଚାରକୁ ସମର୍ଥନ କରିଛନ୍ତି, ଯାହାଦ୍ୱାରା ଏକ ପ୍ରମୁଖ ନିର୍ବାଚନୀ ଦଳକୁ ବିବ୍ରତ, କ୍ରୋଧିତ କିମ୍ବା ଦ୍ୱନ୍ଦ୍ୱରେ ପକାଉଛି। ବହୁ ପୁରଣା ରିପବ୍ଲିକାନ୍‌ ସମର୍ଥକମାନେ ତଥାପି ରୋନାଲ୍ଡ ରେଗାନଙ୍କ ବିଚାରଧାରାକୁ ଭଲ ପାଆନ୍ତି ଏବଂ ବିଶ୍ୱର ଲୋକମାନଙ୍କ ପାଇଁ ସ୍ବାଧୀନତା ଏବଂ ଗଣତନ୍ତ୍ରର ଏକ ଆଲୋକବର୍ତ୍ତିକା ଭାବେ ଦେଖନ୍ତି। ଏହି ରିପବ୍ଲିକାନ୍‌ମାନେ ବହୁ ସଂଖ୍ୟାରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ସ୍ବୀକାର କରନ୍ତି ନାହିଁ। ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ,୪୩% ରିପବ୍ଲିକାନ ବିଶ୍ୱାସ କରନ୍ତି ଆମେରିକା ବହୁ କମ୍‌ ସାହାଯ୍ୟ ୟୁକ୍ରେନ୍‌କୁ ଦେଉଛି। ନାଟୋ ପରିତ୍ୟାଗ କରିବାକୁ ଟ୍ରମ୍ପ୍‌ଙ୍କ ଧମକକୁ ସେମାନେ ପସନ୍ଦ କରନ୍ତି ନାହିଁ । ରୁଷିଆଠାରୁ ହଙ୍ଗେରି ଓ ସାଉଦି ଆରବର ଏକଚ୍ଛତ୍ରବାଦ ଭଳି ବ୍ୟବସ୍ଥା ପ୍ରତି ଟ୍ରମ୍ପ୍‌ଙ୍କ ଆକର୍ଷଣ ରହିଛି। ତେବେ ଚଳିତ ସପ୍ତାହ ସୁଦ୍ଧା ରିପବ୍ଲିକାନ୍‌ମାନଙ୍କ ପାଇଁ ଆଉ ଏକ ବିକଳ୍ପ ଥିଲା। ସେ ହେଉଛନ୍ତି ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲି। ଟ୍ରମ୍ପ୍‌ଙ୍କ ପଲିସି ରେକର୍ଡ ଉପରେ ହାଲିଙ୍କ ଅତ୍ୟଧିକ ଆକ୍ରମଣ ଏକ ପ୍ରଭାବ ପକାଇଥିବା ମନେହୁଏ। ନ୍ୟୁ ହାମ୍ପଶାୟାର, ନେଭାଡା ଏବଂ ସାଉଥ କାରୋଲିନାରେ ସେ ୩୦% ପସନ୍ଦ ଭୋଟ ହାସଲ କରିଥିଲେ। କିନ୍ତୁ ୧୪ଟି ରାଜ୍ୟରେ ପ୍ରାରମ୍ଭିକ ପସନ୍ଦ ଭୋଟରେ ହାଲି ପରାଜିତ ହେବା ପରେ ଏବେ ନିର୍ବାଚନ ଅଭିଯାନ ଶେଷ କରିଦେଇଛନ୍ତି। ତେବେ ଏଯାବତ ହାଲି ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବାକୁ ମନା କରିଦେଇଛନ୍ତି। ସେ ମଧ୍ୟ ଘୋଷଣା କରିଛନ୍ତି ଯେ, ତାଙ୍କ ସମର୍ଥକ ଭୋଟରମାନଙ୍କ ମତ ଉପରେ ସବୁକିଛି ନିର୍ଭରକରେ। ଏଣୁ ଟ୍ରମ୍ପଙ୍କ ସଫଳତା ଉପରେ ଅଧିକ ସନ୍ଦେହ ରହିବାର ଏହା ଏକ ବଡ଼ କାରଣ। ଅବଶ୍ୟ, ନଭେମ୍ବରରେ ଟ୍ରମ୍ପ୍‌ଙ୍କୁ ଭୋଟ ଦେବା ପରିବର୍ତ୍ତେ ନିକି ହାଲିଙ୍କର ଅନେକ ସମର୍ଥକ ଭୋଟ ଦେଇ ନ ପାରନ୍ତି କିମ୍ବା ବାଇଡେନ୍‌ଙ୍କୁ ଭୋଟ ଦେଇପାରନ୍ତି।
୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ହାରିଗଲେ ଏବଂ ପରେ ଏକ ବିଦ୍ରୋହ ସୃଷ୍ଟି କରିଥିଲେ। ସେବେଠାରୁ ସେ ତାଙ୍କର ଭାଷଣ କିମ୍ବା ଆଚରଣକୁ ନିୟନ୍ତ୍ରଣ କରିନାହାନ୍ତି; ଅପରପକ୍ଷେ ସେ ଅଧିକ କଠୋର ହୋଇଯାଇଛନ୍ତି। ଯଦି ଏହା ରିପବ୍ଲିକାନ୍‌ ଭୋଟରଙ୍କ ମତଦାନକୁ ସାମାନ୍ୟ ହ୍ରାସକରେ, ତେବେ ଟ୍ରମ୍ପ୍‌ ଏକ ବଡ଼ ପରାଜୟର ସମ୍ମୁଖୀନ ହେବେ। ଏହା ଜଣାଶୁଣା ଯେ, ଅଧିକାଂଶ ଆମେରିକୀୟ ଟ୍ରମ୍ପଙ୍କୁ ପୁଣି ହ୍ବାଇଟ ହାଉସ ଫେରିବାକୁ ଚାହଁୁନାହାନ୍ତି।

– ରିଡ୍‌ ଗାଲେନ୍‌
ସହ- ପ୍ରତିଷ୍ଠାତା, ଦି ଲିନ୍‌କ୍ଲୋନ୍‌ ପ୍ରୋଜେକ୍ଟ
(ଏକ ଗଣତନ୍ତ୍ର ସପକ୍ଷବାଦୀ ସଙ୍ଗଠନ)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?