Posted inଜାତୀୟ

ଟାଙ୍କିଏ ପାଣିକୁ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୮।୩:କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିବାବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌ ବଢ଼ି ୧,୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ କେତେକ ଅଞ୍ଚଳରେ ତାହା ସର୍ବାଧିକ ୨,୦୦୦ ଟଙ୍କାରେ ପହଞ୍ଚତ୍ଛି।
ବେଙ୍ଗାଲୁରୁରେ ଦୈନିକ ଜଳ ଆବଶ୍ୟକତା ୨,୬୦୦ରୁ ୨,୮୦୦ ଏମ୍‌ଏଲ୍‌ଡି (ଦିନକୁ ନିୟୁତ ଲିଟର) ହୋଇଥିବାବେଳେ ଏବେ ୧,୫୦୦ ଏମ୍‌ଏଲ୍‌ଡି କମ୍‌ ମିଳୁଛି। ସେପଟେ ଜଳାଭାବ ଦୂର କରିବା ପାଇଁ ସରକାର ବିକଳ୍ପ ସନ୍ଧାନରେ ରହିଛନ୍ତି। ଜଳ ପୁନଃଚକ୍ରଣ ଓ ଟ୍ରିଟ୍‌ମେଣ୍ଟ ପାଇଁ ଯୋଜନା ହେଉଛି। ଜଳସଙ୍କଟକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। ସରକାର ଉପଯୁକ୍ତ ଜଳ ପରିଚାଳନା ପଦକ୍ଷେପ ନେବାରେ ବିଫଳ ହୋଇଥିବା ବିରୋଧୀ ଦଳ ଭାଜପା ଅଭିଯୋଗ କରିଛି। ସରକାର ସପ୍ତାହେ ମଧ୍ୟରେ ନିର୍ଣ୍ଣୟାତ୍ମକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି ଭାଜପା ଚେତାବନୀ ଦେଇଛି। ଅନ୍ୟପକ୍ଷରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ହେଲ୍ପଲାଇନ୍‌ ନମ୍ବର ଜାରି ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି। ଜଳାଭାବ ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ବିଧାୟକମାନଙ୍କ ନେତୃତ୍ୱରେ ଟାସ୍କଫୋର୍ସ ଗଠନ କରାଯାଇଛି। ମୋଟ ୨୩୬ ତାଲୁକ ମଧ୍ୟରୁ ୨୨୩ଟି ମରୁଡ଼ି ପ୍ରପୀଡ଼ିତ ହୋଇଥିବାବେଳେ ସେଥିରୁ ୨୧୯ଟି ତାଲୁକ ଉତ୍କଟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି।
ବେଆଇନ ପାଣି ଟ୍ୟାଙ୍କର ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ହେବ ବୋଲି ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟ ଚେତାବନୀ ଦେବା ପରେ ବେଙ୍ଗାଲୁରୁ ଜିଲା ପ୍ରଶାସନ ଆଗାମୀ ୪ ମାସ ପାଇଁ ଘରୋଇ ଟ୍ୟାଙ୍କରଗୁଡ଼ିକ ନିମନ୍ତେ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ୫ କିଲୋମିଟର ମଧ୍ୟରେ ୬,୦୦୦ ଲିଟର ପାଣି ଟ୍ୟାଙ୍କର ୬୦୦ ଟଙ୍କାରେ ପାଣି ଯୋଗାଇବେ। ସେହିପରି ୮,୦୦୦ ଏବଂ ୧୨,୦୦୦ ଲିଟର ଟ୍ୟାଙ୍କର ଯଥାକ୍ରମେ ୭୦୦ ଏବଂ ୧,୦୦୦ ଟଙ୍କାରେ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ ୧୦ କିଲୋମିଟର ଦୂରତା ମଧ୍ୟରେ ୬,୦୦୦ ଲିଟର ପାଣିଟାଙ୍କି ୭୫୦ ଟଙ୍କାରେ ଏବଂ ୮,୦୦୦ ଓ ୧୨,୦୦୦ ଲିଟର ଟାଙ୍କି ଯଥାକ୍ରମେ ୮୫୦ ଓ ୧,୨୦୦ ଟଙ୍କାରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?