ପ୍ରଚାର ପାଇଁ ଟ୍ରମ୍ପ୍‌ ପାଖରେ ଟଙ୍କା ଅଭାବ

ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ ଦେଖା ଦେଇଛି। ନିର୍ବାଚନ ପ୍ରଚାର ଲାଗି କ୍ୟାମ୍ପେନ୍‌ ଦଳ ପାଖରେ ୧୧୦ କୋଟି ଡଲାର ଥିଲା। ତେବେ ଜୁଲାଇ ମାସରେ ୮୦ କୋଟି ଡଲାର ଖର୍ଚ୍ଚ ହୋଇଯାଇଛି। ଏବେ କ୍ୟାମ୍ପେନ୍‌ ଦଳ ପାଖରେ ଅବଶିଷ୍ଟ ୩୦ କୋଟି ଡଲାର ରହିଛି। ଏହାଦ୍ୱାରା ଅଗାମୀ ଦିନରେ କିଭଳି ପ୍ରଚାର କରାଯିବ ସେ ନେଇ ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କ୍ୟାମ୍ପେନ୍‌ ମ୍ୟାନେଜରଙ୍କ ଅବହେଳା ଯୋଗୁ ଏପରି ହୋଇଥିବା କୁହାଯାଉଛି। ଇତିମଧ୍ୟରେ କ୍ୟାମ୍ପେନ୍‌ ମ୍ୟାନେଜରଙ୍କୁ ପରିବର୍ତ୍ତନ କରାଯାଇଛି। ତାଙ୍କ ସ୍ଥାନରେ ନୂଆ ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ପାର୍ସକେଲ କ୍ୟାମ୍ପେନ୍‌ ମ୍ୟାନେଜର ଥିଲେ। ଏବେ ତାଙ୍କ ସ୍ଥାନରେ ବିଲ୍‌ ଷ୍ଟେପିନ୍‌ କାର୍ଯ୍ୟ କରୁଛନ୍ତି। ପାର୍ସକେଲଙ୍କ କାର୍ଯ୍ୟକାଳ ମଧ୍ୟରେ ୩୫ କୋଟି ଡଲାର ଖର୍ଚ୍ଚ ହୋଇଥିଲା। ତାଙ୍କ ସମୟରେ ଅଯଥା ଖର୍ଚ୍ଚ ଅଧିକ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ...

ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଗା

ଟୋକିଓ,୩।୯: ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶାସକ ଦଳର ନେତୃତ୍ୱ ନେବାକୁ ସେ ଆଉ ପ୍ରାର୍ଥୀପତ୍ର ଉପସ୍ଥାପନ...

ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି...

ଗ୍ରୀନ୍‌ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହଟାଇବାକୁ ଚାହୁଁଛନ୍ତି ବାଇଡେନ: ଉପକୃତ ହେବେ ଲକ୍ଷାଧିକ ଭାରତୀୟ

ଓ୍ବାଶିଂଟନ,୯ା୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୀନ୍‌କାର୍ଡରେ ବିଳମ୍ବ ପ୍ରକ୍ରିୟାକୁ ହଟାଇବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଆମେରିକାରେ ଏଚ୍‌-୧ବି (H-1B)ଭିଜା ଉପରେ କାର୍ଯ୍ୟ କରୁଥିବା...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର,୧୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ...

ସ୍ପାର୍ସକୁ ଟପିଲା କରୋନା: ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା

ବେଜିଂ,୯।୨: ଚାଇନାର କରୋନା ମହାମାରୀ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ...

ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ...

Advertisement


Archives

Model This Week