Posted inଫୁରସତ

ଅନ୍ୟକୁ ଜନ୍ମଦିନରେ ଦେଇଥାନ୍ତି କୋଟି କୋଟି ଟଙ୍କାର ଉପହାର, ହେଲେ ନିଜ ଜନ୍ମଦିନ ପାଳନ୍ତି ନାହିଁ ମୁକେଶ ଅମ୍ବାନୀ; ବ୍ୟକ୍ତିଗତ ଜୀବନରେ ସେ ଏଭଳି..

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ। ଯଦିଓ ବ୍ୟବସାୟୀ ଭାବେ ତାଙ୍କୁ ଅନେକ ଲୋକ ଜାଣନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ କେମିତି ତାହା ଅଜଣା।

ଏସିଆର ସବୁଠାରୁ ଧନୀବ୍ୟକ୍ତି ହୋଇଥିବା ସତ୍ତ୍ୱେ ସାଧାରଣ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ମୁକେଶ। ସବୁବେଳେ ତାଙ୍କୁ ଧଳା ରଙ୍ଗର ହାତକଟା ଶାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ନଚେତ ଶୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳେ।

ମୁକେଶ ଶୁଦ୍ଧ ଶାକାହାରୀ। ସେ ମଦ ପିଅନ୍ତି ନାହିଁ। ନିଜର ବନ୍ଧୁ,ପ୍ରିୟଜନମାନଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ସେ। ଏପରିକି ସେମାନଙ୍କୁ ମହଙ୍ଗା ଉପହାର ଦେଇଥାନ୍ତି। ସ୍ତ୍ରୀ ନୀତୁ ଅମ୍ବାନୀଙ୍କୁ ଜନ୍ମଦିନରେ ପ୍ରାଇଭେଟ୍‌ ଜେଟ୍‌ ଉପହାର ଦେବାର ନଜିର ରହିଛି। ହେଲେ ସେ ନିଜ ଜନ୍ମଦିନ ପାଳନ କରି ନ ଥାନ୍ତି।

ସେ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ରବିବାର ଦିନ ସେ ପରିବାର ସହ ବିତାଇଥାନ୍ତି। ମୁମ୍ବାଇସ୍ଥିତ ଘର ଆଣ୍ଟିଲିୟାକୁ କେହି ଅତିଥି ଆସିଲେ ସେ ତାଙ୍କ ପସନ୍ଦର ଖାଇବା ରାନ୍ଧିବାକୁ କହିଥାନ୍ତି। ପରେ ନିଜେ ଅତିଥିଙ୍କୁ ଖାଇବା ପରଷିଥାନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି

କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ...

ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ, ୧୦।୯: ବଲିଉଡ୍‌ର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍‌ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ...

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ...

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି।...

ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ...

ହୃଦୟକୁ ବ୍ୟାଗରେ ରଖି ବଞ୍ଚିଛନ୍ତି ମହିଳା

କୁହାଯାଏ ବଞ୍ଚିଥିବା ମଣିଷର ମୁଖ୍ୟ ଅଙ୍ଗ ହେଉଛି ହାର୍ଟ ବା ହୃଦୟ । ଏହା ଯଦି କିଛି ସେକେଣ୍ଡ ପାଇଁ ବନ୍ଦ ହୋଇଯାଏ ତେବେ ମଣିଷର...

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ

ମୁମ୍ବାଇ,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ...

Advertisement


Archives

Model This Week