ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

ପାରଳାଖେମୁଣ୍ଡି,୧୭ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଋତୁରାଜ ଗମାଙ୍ଗଙ୍କ ଗତ ୧୪ ତାରିଖରେ ମୃତ୍ୟୁ ଘଟଣାକୁ ନେଇ ଜିଲା ଆଦିବାସୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଋତୁରାଜଙ୍କ ମୃତ୍ୟୁ ପ୍ରଶାସନିକ ଅବ୍ୟବସ୍ଥା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ହେଲା ବୋଲି ଅଭିଯୋଗ କରିଛି। ବୁଧବାର ଜିଲା ଆଦିବାସୀ ମହାସଂଘ ଗୁମ୍ମା ବ୍ଲକ ଶାଖା ସଭାପତି ଅଶ୍ୱିନ ଗମାଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଜିଲା ମଙ୍ଗଳ ଅଧିକାରୀ ସଲମାନ ରାଇକାଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ଦାବିଗୁଡିକ ପୂରଣ ନ ହେଲେ ଆଦିବାସୀ ମହାସଂଘ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ଦାବି ମଧ୍ୟରେ ଋତୁରାଜଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ସେଠାକାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ହଷ୍ଟେଲ ୱାର୍ଡନ ଓ ପିଆନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା, ମୃତ ଛାତ୍ରଙ୍କ ପରିବାରକୁ କ୍ଷତି ପୂରଣ ବାବଦରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ଲକ୍ଷ ଟଙ୍କା ଭରଣ ପୋଷଣ ପାଇଁ ପ୍ରଦାନ କରିବା, ଯୁଦ୍ଧ କାଳୀନ ଭିତ୍ତିରେ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ନୂତନ ପାଚେରୀ ନିର୍ମାଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଓ ଜିଲାପାଳ ନିଜେ ଘଟଣାର ତଦନ୍ତ କରିବା ଆଦି ରହିଛି। ଦାବିପତ୍ର ପ୍ରଦାନ ବେଳେ ଆଦିବାସୀ ମହାସଂଘ ସମ୍ପାଦକ ମସୁଲନ ରଇତ, ଫିଓଫିଲ ଗମାଙ୍ଗ ଓ ମହାସଂଘର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

କଂଗ୍ରେସକୁ ଲାଗିଲା ବଡ଼ ଝଟକା, ପ୍ରଥମ ଥର ଜିତିଲା ଭାଜପା

ଶିମଲା,୧୦।୯: ହିମାଚଳ ପ୍ରଦେଶର ଶିମଲା ଜିଲା ପରିଷଦ ନିର୍ବାଚନରେ କ୍ଷମତାସୀନ କଂଗ୍ରେସ ସରକାର ଏକ ବଡ଼ ଧରଣର ଝଟକା ପାଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ…

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୦।୯: ଶେଷରେ ୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ଇଶାନ କିଶାନ। ଫାଇନାଲ ମ୍ୟାଚ୍‌ରେ ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି…

ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିବେ ସି ଜିନପିଙ୍ଗ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ନୂଆଦିଲ୍ଲୀ/ବେଜିଂ,୧୦।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତ କରିବେ। ଦିଲ୍ଲୀକୁ ସି-ଙ୍କ ଗସ୍ତ ନେଇ କିଛି ସମୟ…

ଗାଁକୁ ନିଶାମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ପ୍ରତିଶ୍ରୁତି ଦେଇ ଥାନାଧିକାରିଣୀ କହିଲେ…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଦେଉଳପଡ଼ା ପଞ୍ଚାୟତ ବାଙ୍କୀଛନ୍ଦା ଗ୍ରାମରେ ଦୀର୍ଘବର୍ଷ ଧରି ବେଆଇନ ମଦ ବ୍ୟବସାୟୀମାନେ ଦେଶୀ ବିଦେଶୀ…

Watch: ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଙ୍ଗଡ଼ା ନାଚିଲେ ଈଶାନ କିଶନ, କିନ୍ତୁ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦୁଲିପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହେବା ପରେ ‘ଇଷ୍ଟ ଜୋନ’ (East Zone) ଚାମ୍ପିୟନ…

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri