କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪

ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ତେଣୁ ଏଠାରେ କରୋନା ଚେନ୍‌ ଭାଙ୍ଗିବାକୁ ଅନୁଗୋଳ ଓ ତାଳଚେର ପୌରାଞ୍ଚଳ ସହ କିଶୋରନଗରର ବଇଣ୍ଡା ବଜାରକୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପୂର୍ବରୁ ଗୁରୁବାର ରାତି ୯ଟାରୁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏ ନେଇ ସମସ୍ତ ବ୍ୟବସାୟୀ, ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇ ଦିଆଯାଇଥିଲା। କିନ୍ତୁ ଏହି କଟକଣାକୁ ଶୁକ୍ରବାର ଅନୁଗୋଳ ସହରରେ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଛି। କେତେଜଣ ଅମାନିଆ ବ୍ୟବସାୟୀ ବିଭିନ୍ନ ବାହାନାରେ ସକାଳେ ଦୋକାନ ଖୋଲି କାରବାର କରିଛନ୍ତି। କିଏ ଚା’ ତ ଆଉକିଏ ବରା ଓ ମିଠା ବିକ୍ରି କରିଛନ୍ତି। କିଛି କାମ ନ ଥିଲେ ମଧ୍ୟ ବହୁ ଅମାନିଆ ସହରରେ ବୁଲାବୁଲି କରିଛନ୍ତି। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ସମୟରେ ପ୍ରଶାସନ ଅମାନିଆଙ୍କ ପ୍ରତି କଠୋର ହେବ ବୋଲି ସୂଚନା ମିଳିଛି।
ଗୁରୁବାର ରାତି ୯ଟାରୁ ବନ୍ଦ ରହିଥିବା ତାଳଚେର ପୌରାଞ୍ଚଳ ଓ ବଇଣ୍ଡା ବଜାରରେ କଟକଣା ଉଲ୍ଲଂଘନର ସେପରି ଚିତ୍ର ଦେଖିବାକୁ ମିଳି ନ ଥିଲା। ଏଠାରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନ ଥିଲା। ହେଲେ ଅନୁଗୋଳ ସହରରେ ନିୟମ ମାନିବାକୁ ଯେପରି କେହି ପ୍ରସ୍ତୁତ ନ ଥିଲେ। ଏପରି କି ପୋଲିସ ଟ୍ରେନିଂ କଲେଜ (ପିଟିସି)ରେ ପ୍ରଶିକ୍ଷଣ ପରେ କେତେଜଣ ପୋଲିସ ବାବୁ ସକାଳୁ ପାନ, ଚା ପିଇବାକୁ ଶିମିଳିପଡ଼ା ଛକକୁ ଚାଲିଆସିଥିଲେ। ସେହିପରି ମିଠା ଗଣିବା ବାହାନାରେ ଜଣେ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ସହରର ଏକ ଜଳଖିଆ ଦୋକାନରେ ପ୍ରବଳ ବେପାର ହୋଇଥିଲା। ସିଙ୍ଗଡ଼ା, କାକରା, ଆଳୁଚପ୍‌ ଓ ଇଡ୍‌ଲି ଥିଲେ ମଧ୍ୟ ବରା ପାଇଁ ଅମାନିଆ ଗ୍ରାହକ ଆଗ୍ରହ ଦେଖାଇବାରୁ ଦୋକାନୀ ଜଣକ ଘରୁ ବିରି ଆଣ ମଗାଇ ବରା ଛାଣି ବିକ୍ରି କରିଥିଲେ। ସେହିପରି ମାଛ ମାର୍କେଟ୍‌ରେ ଭୋରୁ ମାଛ ନେଇ କେତେଜଣ ବ୍ୟବସାୟୀ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଜରୁରୀ କାର୍ଯ୍ୟ ନ ଥାଇ ବଜାରକୁ ଆସିଥିବା କେତେଜଣଙ୍କଠାରୁ ପୋଲିସ ଓ ପ୍ରଶାସନ ଜରିମାନା ଆଦାୟ କରିଥିଲା। ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ଏହି ସମୟରେ କେହି ଦୋକାନ ଖୋଲିଲେ କି କଟକଣା ଭାଙ୍ଗି ବୁଲାବୁଲି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଥାନାରେ ମାମଲା ହେବ
କେତେଜଣ ବ୍ୟବସାୟୀ ଦୋକାନ ଖୋଲିଥିବା ଅଭିଯୋଗ ଆସିଛି। କେତେଜଣ ଲୋକ ଅଯଥାରେ ବଜାରକୁ ଆସିଥିବା ଦେଖାଯାଇଛି। ଶନିବାର ଠାରୁ କାର୍ଯ୍ୟାନୁଷ୍ଠାନକୁ ଜୋର୍‌ଦାର କରାଯିବ। ଆବଶ୍ୟକ ପଡ଼ିଲେ ଥାନାରେ ଫୌଜଦାରି ମାମଲା ରୁଜୁ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌରନିର୍ବାହୀ ଅଧିକାରୀ, ଅନୁଗୋଳ

ବ୍ୟବସାୟୀ ନିୟମ ମାନିଛନ୍ତି
ତାଳଚେର ସହରରେ ଲଗାଯାଇଥିବା କଟକଣାକୁ ବ୍ୟବସାୟୀମାନେ ମାନିଛନ୍ତି। କେତେଜଣ ଅମାନିଆ କଟକଣା ଉଲ୍ଲଂଘନ କରିଥିବାରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୭ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଶନିବାର ଓ ରବିବାର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବ।
-ରଶ୍ମିରେଖା ଅମାନ୍ତ, ପୌରନିର୍ବାହୀ ଅଧିକାରୀ, ତାଳଚେର

୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
ଜିଲାର ବିଭିନ୍ନ କ୍ଲଷ୍ଟରେ ଘୋଷଣା ହୋଇଥିବା ଶଟ୍‌ଡାଉନ୍‌ କଡ଼ାକଡ଼ି କରିବାକୁ ପ୍ରଶାସନକୁ ପୂର୍ଣ୍ଣମାତ୍ରାରେ ପୋଲିସ ସହଯୋଗ କରୁଛି। ଏଥିପାଇଁ ଜିଲାରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି। ଅମାନିଆଙ୍କୁ ସାବାଡ଼ କରିବାକୁ ପ୍ରତି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
ବଇଣ୍ଡା ବଜାରରେ କରୋନା ଚେନ୍‌ ଭାଙ୍ଗିବାକୁ ଦୋକାନଗୁଡ଼ିକୁ ଗୁରୁବାର ରାତିରୁ ବନ୍ଦ ରଖାଯାଇଛି। ଶୁକ୍ରବାର ଦିନ ତମାମ କୌଣସି ବ୍ୟବସାୟୀ ନିୟମ ଉଲ୍ଲଂଘନ କରିନାହାନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ଯଦି କେହି ଅମାନିଆ ହୁଅନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri