କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪

ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ତେଣୁ ଏଠାରେ କରୋନା ଚେନ୍‌ ଭାଙ୍ଗିବାକୁ ଅନୁଗୋଳ ଓ ତାଳଚେର ପୌରାଞ୍ଚଳ ସହ କିଶୋରନଗରର ବଇଣ୍ଡା ବଜାରକୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପୂର୍ବରୁ ଗୁରୁବାର ରାତି ୯ଟାରୁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏ ନେଇ ସମସ୍ତ ବ୍ୟବସାୟୀ, ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇ ଦିଆଯାଇଥିଲା। କିନ୍ତୁ ଏହି କଟକଣାକୁ ଶୁକ୍ରବାର ଅନୁଗୋଳ ସହରରେ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଛି। କେତେଜଣ ଅମାନିଆ ବ୍ୟବସାୟୀ ବିଭିନ୍ନ ବାହାନାରେ ସକାଳେ ଦୋକାନ ଖୋଲି କାରବାର କରିଛନ୍ତି। କିଏ ଚା’ ତ ଆଉକିଏ ବରା ଓ ମିଠା ବିକ୍ରି କରିଛନ୍ତି। କିଛି କାମ ନ ଥିଲେ ମଧ୍ୟ ବହୁ ଅମାନିଆ ସହରରେ ବୁଲାବୁଲି କରିଛନ୍ତି। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ସମୟରେ ପ୍ରଶାସନ ଅମାନିଆଙ୍କ ପ୍ରତି କଠୋର ହେବ ବୋଲି ସୂଚନା ମିଳିଛି।
ଗୁରୁବାର ରାତି ୯ଟାରୁ ବନ୍ଦ ରହିଥିବା ତାଳଚେର ପୌରାଞ୍ଚଳ ଓ ବଇଣ୍ଡା ବଜାରରେ କଟକଣା ଉଲ୍ଲଂଘନର ସେପରି ଚିତ୍ର ଦେଖିବାକୁ ମିଳି ନ ଥିଲା। ଏଠାରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନ ଥିଲା। ହେଲେ ଅନୁଗୋଳ ସହରରେ ନିୟମ ମାନିବାକୁ ଯେପରି କେହି ପ୍ରସ୍ତୁତ ନ ଥିଲେ। ଏପରି କି ପୋଲିସ ଟ୍ରେନିଂ କଲେଜ (ପିଟିସି)ରେ ପ୍ରଶିକ୍ଷଣ ପରେ କେତେଜଣ ପୋଲିସ ବାବୁ ସକାଳୁ ପାନ, ଚା ପିଇବାକୁ ଶିମିଳିପଡ଼ା ଛକକୁ ଚାଲିଆସିଥିଲେ। ସେହିପରି ମିଠା ଗଣିବା ବାହାନାରେ ଜଣେ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ସହରର ଏକ ଜଳଖିଆ ଦୋକାନରେ ପ୍ରବଳ ବେପାର ହୋଇଥିଲା। ସିଙ୍ଗଡ଼ା, କାକରା, ଆଳୁଚପ୍‌ ଓ ଇଡ୍‌ଲି ଥିଲେ ମଧ୍ୟ ବରା ପାଇଁ ଅମାନିଆ ଗ୍ରାହକ ଆଗ୍ରହ ଦେଖାଇବାରୁ ଦୋକାନୀ ଜଣକ ଘରୁ ବିରି ଆଣ ମଗାଇ ବରା ଛାଣି ବିକ୍ରି କରିଥିଲେ। ସେହିପରି ମାଛ ମାର୍କେଟ୍‌ରେ ଭୋରୁ ମାଛ ନେଇ କେତେଜଣ ବ୍ୟବସାୟୀ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଜରୁରୀ କାର୍ଯ୍ୟ ନ ଥାଇ ବଜାରକୁ ଆସିଥିବା କେତେଜଣଙ୍କଠାରୁ ପୋଲିସ ଓ ପ୍ରଶାସନ ଜରିମାନା ଆଦାୟ କରିଥିଲା। ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ଏହି ସମୟରେ କେହି ଦୋକାନ ଖୋଲିଲେ କି କଟକଣା ଭାଙ୍ଗି ବୁଲାବୁଲି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଥାନାରେ ମାମଲା ହେବ
କେତେଜଣ ବ୍ୟବସାୟୀ ଦୋକାନ ଖୋଲିଥିବା ଅଭିଯୋଗ ଆସିଛି। କେତେଜଣ ଲୋକ ଅଯଥାରେ ବଜାରକୁ ଆସିଥିବା ଦେଖାଯାଇଛି। ଶନିବାର ଠାରୁ କାର୍ଯ୍ୟାନୁଷ୍ଠାନକୁ ଜୋର୍‌ଦାର କରାଯିବ। ଆବଶ୍ୟକ ପଡ଼ିଲେ ଥାନାରେ ଫୌଜଦାରି ମାମଲା ରୁଜୁ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌରନିର୍ବାହୀ ଅଧିକାରୀ, ଅନୁଗୋଳ

ବ୍ୟବସାୟୀ ନିୟମ ମାନିଛନ୍ତି
ତାଳଚେର ସହରରେ ଲଗାଯାଇଥିବା କଟକଣାକୁ ବ୍ୟବସାୟୀମାନେ ମାନିଛନ୍ତି। କେତେଜଣ ଅମାନିଆ କଟକଣା ଉଲ୍ଲଂଘନ କରିଥିବାରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୭ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଶନିବାର ଓ ରବିବାର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବ।
-ରଶ୍ମିରେଖା ଅମାନ୍ତ, ପୌରନିର୍ବାହୀ ଅଧିକାରୀ, ତାଳଚେର

୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
ଜିଲାର ବିଭିନ୍ନ କ୍ଲଷ୍ଟରେ ଘୋଷଣା ହୋଇଥିବା ଶଟ୍‌ଡାଉନ୍‌ କଡ଼ାକଡ଼ି କରିବାକୁ ପ୍ରଶାସନକୁ ପୂର୍ଣ୍ଣମାତ୍ରାରେ ପୋଲିସ ସହଯୋଗ କରୁଛି। ଏଥିପାଇଁ ଜିଲାରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି। ଅମାନିଆଙ୍କୁ ସାବାଡ଼ କରିବାକୁ ପ୍ରତି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
ବଇଣ୍ଡା ବଜାରରେ କରୋନା ଚେନ୍‌ ଭାଙ୍ଗିବାକୁ ଦୋକାନଗୁଡ଼ିକୁ ଗୁରୁବାର ରାତିରୁ ବନ୍ଦ ରଖାଯାଇଛି। ଶୁକ୍ରବାର ଦିନ ତମାମ କୌଣସି ବ୍ୟବସାୟୀ ନିୟମ ଉଲ୍ଲଂଘନ କରିନାହାନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ଯଦି କେହି ଅମାନିଆ ହୁଅନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?