ଦୁର୍ଦ୍ଦିନରେ ଲଘୁ ଉଦ୍ୟୋଗ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅତିମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭର କରୁଥିବା କ୍ଷୁଦ୍ର ଶିଳ୍ପଗୁଡିକର ଅବସ୍ଥା ଆହୁରି ଦୟନୀୟ ସ୍ଥିତିକୁ ଚାଲିଯାଉଛି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ସରକାର ଏହା ମଧ୍ୟ ମାନିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଏମ୍‌ଏସ୍‌ଏମ୍‌ଇଗୁଡିକୁ ବଞ୍ଚାଇ ରଖିବା, ରାଜ୍ୟରେ ମୁଣ୍ଡ ପିଛା ଆୟ ବୃ୍‌ଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଲଘୁ ଉଦ୍ୟୋଗଗୁଡିକ ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜର୍ସ-୨୦୧୫ ଆଣିଛନ୍ତି। ଏହି ପଲିସି ଅନୁଯାୟୀ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାର୍ଷିକ ଉତ୍ପାଦନର ୨୦% ଉତ୍ପାଦ କିଣିବାକୁ ବାଧ୍ୟ। ମାତ୍ର ସରକାରୀ ବିଭାଗ ରାଜ୍ୟର ଉଦ୍ୟୋଗୀଙ୍କଠାରୁ କ୍ରୟ କରୁନାହାନ୍ତି। ଫଳରେ ଉଦ୍ୟୋଗଗୁଡିକ ବଜାର ସୁବିଧା ନ ପାଇ ବନ୍ଦ ହେବା ସ୍ତରକୁ ଚାଲିଯାଉଛି। ସରକାରୀ ହିସାବ ଅନୁଯାୟୀ, ରାଜ୍ୟରେ ୨୦୨୧ ଡିସେମ୍ବର ସୁଦ୍ଧା ୫,୦୬,୦୧୨ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି। ସେଥିରୁ ଗତ ୫ ବର୍ଷ ମଧ୍ୟରେ ୪୫,୫୮୦.୮୫ କୋଟି ଟଙ୍କାର ୧୫,୩୧୫ ଉଦ୍ୟୋଗ ବନ୍ଦ ହୋଇସାରିଲାଣି। ଏଥିରେ କାର୍ଯ୍ୟରତ ୧,୨୯,୯୫୦ କର୍ମଚାରୀ ଜୀବିକା ହରାଇଛନ୍ତି। ୧୧ଟି ପଛୁଆ ଜିଲାରେ ଏହି ସମୟରେ ମୋଟ ୩,୫୨,୦୦୫.୩୭ ଲକ୍ଷ ଟଙ୍କାର ୩୧୩୩ଟି ଶିଳ୍ପ ବନ୍ଦ ହୋଇଛି।
ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ପ୍ରୋତ୍ସାହନ ଦେବା ସକାଶେ ପବ୍ଲିକ ପ୍ରୋକ୍ୟୁରମେଣ୍ଟ (ପ୍ରିଫରେନ୍ସ ଟୁ ମେକ୍‌ ଇନ୍‌ ଓଡିଶା) ଚିଠା ଆଦେଶ-୨୦୨୦ ପ୍ରସ୍ତୁତ କରିଛନ୍ତିି। ଏହା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କିମ୍ବା ଷ୍ଟାର୍ଟ ଅପ୍‌ଗୁଡ଼ିକର ଉତ୍ପାଦନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିି, କଞ୍ଚାମାଲ ଇଦ୍ୟାଦିର ବ୍ୟବସ୍ଥା କରାଯିବ। ଫଳରେ ବିଭିନ୍ନ ବଡ଼ ବଡ଼ କମ୍ପାନୀ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ମିଶି ଉତ୍ପାଦ କ୍ରୟ କରିବେ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ମୁଣ୍ଡପିଛା ଆୟ ମଧ୍ୟ ବୃ୍‌ଦ୍ଧି ହେବ। ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏମ୍‌ଏସ୍‌ଏମ୍‌ଇରୁ ଉତ୍ପାଦିତ ସାମଗ୍ରୀକୁ ବିଭାଗଗୁଡିକ ନିଜର ବିଭିନ୍ନ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ କ୍ରୟ କରିବେ। ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯିବା ସହ ସ୍ବାବଲମ୍ବୀ କରିବା ଦିଗରେ ଏହି ନୀତି ସହାୟକ ବୋଲି ଦାବି କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା, ଗତ ୨ ବର୍ଷ ହେବ ଏହି ଚିଠା ନୀତି କାର୍ଯ୍ୟକାରୀ ହୋଇପାରୁନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ଅନୁମତି ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ପାଇବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବେ। ଏହି ଉଦ୍ୟୋଗ ରାଜ୍ୟରେ ଏକପ୍ରକାର ଭୁଶୁଡି ପଡ଼ିବ। ଯୁବ ଉଦ୍ୟୋଗୀମାନେ ଏ ନେଇ ଆଉ ଆଗ୍ରହ ଦେଖାଇବେ ନାହିଁ ବୋଲି ଓଡ଼ିଶା ଆସେମ୍ଭ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ) ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ କୋଭିଡ୍‌ ଯୋଗୁ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା କ୍ଷୁଦ୍ର ଶିଳ୍ପକୁ ବଞ୍ଚାଇବା ପାଇଁ ଋଣ ଯୋଗାଇଦେବା ସକାଶେ ରାଜ୍ୟ ସରକାର ଜାତୀୟକରଣ ବ୍ୟାଙ୍କଗୁଡିକୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି। ମାତ୍ର ବ୍ୟାଙ୍କଗୁଡିକ ଆର୍ଥିକ ଦୃଷ୍ଟିରୁ ସଚଳ ଥିବା ସଂସ୍ଥାକୁ ଋଣ ଉପରେ ଋଣ ଯୋଗାଇ ତାଙ୍କ ଟାର୍ଗେଟ୍‌ ପୂରଣ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୩୦,୪୫୭.୯୯ କୋଟି ଟଙ୍କା ଋଣ ବୋଲି ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ୩୮,୮୯୧.୩୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୬୦,୦୦୧.୨୭ କୋଟି ଟଙ୍କା ଋଣ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ନିକଟରେ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସୂଚନା ଦିଆଯାଇଥିଲା। ଯଦିଓ ଋଣ ପରିମାଣ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଛି ତେବେ ଯେଉଁ କ୍ଷୁଦ୍ରଶିଳ୍ପ ଆବଶ୍ୟକ କରୁଛନ୍ତି ତାହା ସେମାନଙ୍କୁ ମିଳୁନାହିଁ। ସରକାର ଏ ଦିଗରେ ଦୃଷ୍ଟି ଦେଲେ ବୁଡ଼ିଯାଉଥିବା କ୍ଷୁଦ୍ରଶିଳ୍ପକୁ ବଞ୍ଚାଯାଇପାରନ୍ତା ବୋଲି ଓଏଏସ୍‌ଏମ୍‌ଇ ମହାସଚିବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?