ଆଇପିଏଲ୍‌ରେ ଫ୍ଲପ୍‌ ହୋଇଥିବା ୫ କୋଟିପତି ଖେଳାଳି

ନୂଆଦିଲ୍ଲୀ, ୨୧।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଅଧାରୁ ଅଧିକ ମ୍ୟାଚ୍‌ ଖେଳାଯାଇ ସାରିଛି। ଚଳିତ ଥର ଅନେକ କୋଟିପତି ଖେଳାଳି ସେମାନଙ୍କ ପ୍ରଦର୍ଶନରେ ନିଜ ଟିମ୍‌କୁ ବହୁତ ନିରାଶ କରିଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସର ପ୍ୟାଟ୍‌ କୁମିନ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବର ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସର କେଦାର ଯାଦବ ପ୍ରମୁଖ ରହିଛନ୍ତି।


ନିଲାମୀରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଥିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର କୁମିନ୍ସ। କୋଲକାତା ତାଙ୍କୁ ୧୫.୫ କୋଟି ଟଙ୍କାରେ ଚଳିତ ନିଲାମୀରେ କିଣିଥିଲା। କିନ୍ତୁ ସେ ବର୍ତ୍ତମାନ ସୁଦ୍ଧା ୯ ମ୍ୟାଚ୍‌ ଖେଳି ମାତ୍ର ୩ ଉଇକେଟ୍‌ ନେଇଛନ୍ତି। ତାଙ୍କର ଏହି ନୈରାଶ୍ୟଜନକ ପ୍ରଦର୍ଶନର ପ୍ରଭାବ କୋଲକାତା ଦଳ ଉପରେ ପଡ଼ିଛି। ତେବେ ସେ ୧୨୬ ରନ ସଂଗ୍ରହ କରି ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଜଣେ ଶ୍ରେଷ୍ଠ ବୋଲର ମାନ୍ୟତା ପାଇଥିବା କୁମିନ୍ସ ଆଇପିଏଲ୍‌ରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ବିଫଳ ରହିଛନ୍ତି। ସେହିଭଳି ମ୍ୟାକ୍ସଓ୍ବେଲଙ୍କୁ ଖେଳାଳି ନିଲାମୀରେ ପଞ୍ଜାବ ୧୦.୭୫ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବହୀନ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୦ ମ୍ୟାଚ୍‌ ଖେଳି ମାତ୍ର ୯୦ ରନ୍‌ ସଂଗ୍ରହ କରିଛନ୍ତି। ମ୍ୟାକ୍ସଓ୍ବେଲ ସାମ୍ନା କରିଥିବା ୮୭ ବଲ ମଧ୍ୟରେ ଗୋଟିଏ ହେଲେ ଛକା ମାରିବାରେ ସଫଳ ହୋଇପାରି ନାହାନ୍ତି। ସେହିଭଳି ସେ ୧୯ ଓଭର ବୋଲିଂ କରି ମାତ୍ର ୨ଟି ଉଇକେଟ୍‌ ନେଇଛନ୍ତି।


ଚେନ୍ନାଇର କେଦାର ଯାଦବ ନିଲାମୀରେ ୮ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ କ୍ରୟ ହୋଇଥିଲେ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିପାରି ନାହାନ୍ତି। ଅଦ୍ୟାବିଧି ସେ ୫ ଇନିଂସରେ ବ୍ୟାଟିଂ କରି ମାତ୍ର ୬୨ ରନ ସଂଗ୍ରହ କରିଛନ୍ତି। କୋଲକାତା ବିପକ୍ଷରେ ୧୨ ବଲରୁ ୭ ରନ କରି ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜର ସେଲଡନ୍‌ କଟ୍ରେଲଙ୍କୁ ମଧ୍ୟ ପଞ୍ଜାବ ୮.୫ କୋଟି ଟଙ୍କାରେ ନିଲାମୀରେ କ୍ରୟ କରିଥିଲା। କିନ୍ତୁ ଏହି ବାମହାତୀ ବୋଲର ୬ ମ୍ୟାଚ୍‌ ଖେଳି ମାତ୍ର ୪ଟି ଉଇକେଟ୍‌ ନେଇଛନ୍ତି। ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ ଉଥପ୍ପା ମଧ୍ୟ ୮ଟି ମ୍ୟାଚ୍‌ରୁ ୧୨୮ ରନ ସଂଗ୍ରହ କରି ଫ୍ରାଞ୍ଚାଇଜକୁ ନିରାଶ କରିଛନ୍ତି। ରାଜସ୍ଥାନ ତାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri