୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ, ୨୪ା୨: ଜଗତ୍‌ସିଂହପୁର ଜିଲାର ନାଉଗାଁ ଓ ଏରସମା ବ୍ଲକ ଅଞ୍ଚଳରେ ଗୁରୁବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ନାଉଗାଁ ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୧୬ଟି ପଞ୍ଚାୟତ ପାଇଁ ୨୬୩ଟି ବୁଥ୍‌ କରାଯାଇଛି। ୭୦,୬୦୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିିବେ। ସେହିପରି ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୨୫ଟି ପଞ୍ଚାୟତ ପାଇଁ ୪୬୧ଟି ବୁଥ୍‌ ହୋଇଛି। ଏଥିରେ ୧,୧୭,୫୧୪ ଜଣ ଭୋଟର ଭୋଟ ଦେବେ। ଉଭୟ ବ୍ଲକ ଅଞ୍ଚଳର ୯୪ଟି ଅତିସମ୍ବେଦନଶୀଳ ଓ ୧୪୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ମୋଟ ଉପରେ ଉଭୟ ବ୍ଲକ ଅଞ୍ଚଳର ୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ନାଉଗାଁର ୫୬୪ ଓ ଏରସମାର ୧୦୦୧ଜଣ ରହିଛନ୍ତି।

ସୂଚନା ଅନୁଯାୟୀ ନାଉଗାଁ ବ୍ଲକରେ ୬ ଜିଲା ପରିଷଦ, ୫୦ ସମିତି ସଭ୍ୟ, ୬୩ ସରପଞ୍ଚ ଓ ୪୪୫ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୮୭ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୭୮୯ ପୋଲିଂ ଅଧିକାରୀ ଓ ୨୬୩ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୫୪ଟି ମହିଳା ବୁଥ୍‌ରେ ୧୬୨ ମହିଳା ପୋଲିଂ ଅଧିକାରୀ ରହିଥିବା ସୂଚନା ଦିଆଯାଇଛି। ସେହିପରି ଏରସମା ବ୍ଲକର ୧୮ ଜିଲା ପରିଷଦ, ୭୯ ସମିତି ସଭ୍ୟ, ୯୫ ସରପଞ୍ଚ ଓ ୮୦୯ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୫୫ଟି ସମ୍ବେଦନଶୀଳ ଓ ୯୪ଟି ଅତିସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ୧୩୪୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୭୫ଟି ମହିଳା ବୁଥ୍‌ ନିମନ୍ତେ ୨୨୫ ମହିଳା କର୍ମଚାରୀ ରହିଛନ୍ତି। ଏହି ବ୍ଲକର ଢିଙ୍କିଆ ପଞ୍ଚାୟତର କାର୍ଯ୍ୟକାଳ ୨୦୨୪ରେ ସରୁଥିବାରୁ ସରପଞ୍ଚ ସମେତ ୨୩ଟି ୱାର୍ଡ ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବନାହିଁ। ଦୁଇ ବ୍ଲକରେ ୨୪ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ସେମାନେ ପୋଲିଂ ଦଳଗୁଡିକୁ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚତ୍ବାଠାରୁ ମତଦାନ ପରେ ରିସିଭିଂ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱରେ ଅଛନ୍ତି। ବୁଧବାର ପୋଲିଂ କର୍ମଚାରୀମାନେ ନାଉଗାଁ ବ୍ଲକ କଣିପଡ଼ାସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ଓ ଏରସମା କୋଠିସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସର ବିତରଣ କେନ୍ଦ୍ର (ଡିସପର୍ସାଲ ସେଣ୍ଟର)ରୁ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍‌ଗୁଡିକରେ ପହଞ୍ଚତ୍ଛନ୍ତି। ତେବେ ଏହା ଭିତରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱରୀ ନିର୍ବାଚନ କାର୍ଯ୍ୟ ତଦାରଖ କରିଛନ୍ତି । ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ନାଉଗାଁ ଓ ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର ଏରସମା ବ୍ଲକ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ସହ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ପ୍ରଜ୍ଞାନନ୍ଦ ଦାସ ପ୍ରମୁଖ ବିତରଣ କେନ୍ଦ୍ରରେ ରହି ନିର୍ବାଚନ କାର୍ଯ୍ୟ ସୁପରିଚାଳନା କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ ମଧ୍ୟ ଉଭୟ ବିତରଣ କେନ୍ଦ୍ର ପରିଦର୍ଶନ କରି ସେକ୍ଟର ଅଫିସର, ବିଡିଓ, ତହସିଲଦାର, ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ସୁପରିଚାଳନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ପୂର୍ବରୁ ୪ଟି ନିର୍ବାଚନ ସରିଥିବାରୁ ଅନ୍ତିମ ଚରଣରେ ଦଳୀୟ ନେତାମାନେ ଉଭୟ ବ୍ଲକ ଅଞ୍ଚଳରେ ଡେରା ପକାଇଥିବା କୁହାଯାଉଛି। ରାତିତମାମ ବିଭିନ୍ନ ଗଁାରେ ଛକାପଞ୍ଝା ସାଙ୍ଗକୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବା ନିଆରା ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri