୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ, ୨୪ା୨: ଜଗତ୍‌ସିଂହପୁର ଜିଲାର ନାଉଗାଁ ଓ ଏରସମା ବ୍ଲକ ଅଞ୍ଚଳରେ ଗୁରୁବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ନାଉଗାଁ ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୧୬ଟି ପଞ୍ଚାୟତ ପାଇଁ ୨୬୩ଟି ବୁଥ୍‌ କରାଯାଇଛି। ୭୦,୬୦୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିିବେ। ସେହିପରି ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୨୫ଟି ପଞ୍ଚାୟତ ପାଇଁ ୪୬୧ଟି ବୁଥ୍‌ ହୋଇଛି। ଏଥିରେ ୧,୧୭,୫୧୪ ଜଣ ଭୋଟର ଭୋଟ ଦେବେ। ଉଭୟ ବ୍ଲକ ଅଞ୍ଚଳର ୯୪ଟି ଅତିସମ୍ବେଦନଶୀଳ ଓ ୧୪୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ମୋଟ ଉପରେ ଉଭୟ ବ୍ଲକ ଅଞ୍ଚଳର ୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ନାଉଗାଁର ୫୬୪ ଓ ଏରସମାର ୧୦୦୧ଜଣ ରହିଛନ୍ତି।

ସୂଚନା ଅନୁଯାୟୀ ନାଉଗାଁ ବ୍ଲକରେ ୬ ଜିଲା ପରିଷଦ, ୫୦ ସମିତି ସଭ୍ୟ, ୬୩ ସରପଞ୍ଚ ଓ ୪୪୫ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୮୭ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୭୮୯ ପୋଲିଂ ଅଧିକାରୀ ଓ ୨୬୩ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୫୪ଟି ମହିଳା ବୁଥ୍‌ରେ ୧୬୨ ମହିଳା ପୋଲିଂ ଅଧିକାରୀ ରହିଥିବା ସୂଚନା ଦିଆଯାଇଛି। ସେହିପରି ଏରସମା ବ୍ଲକର ୧୮ ଜିଲା ପରିଷଦ, ୭୯ ସମିତି ସଭ୍ୟ, ୯୫ ସରପଞ୍ଚ ଓ ୮୦୯ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୫୫ଟି ସମ୍ବେଦନଶୀଳ ଓ ୯୪ଟି ଅତିସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ୧୩୪୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୭୫ଟି ମହିଳା ବୁଥ୍‌ ନିମନ୍ତେ ୨୨୫ ମହିଳା କର୍ମଚାରୀ ରହିଛନ୍ତି। ଏହି ବ୍ଲକର ଢିଙ୍କିଆ ପଞ୍ଚାୟତର କାର୍ଯ୍ୟକାଳ ୨୦୨୪ରେ ସରୁଥିବାରୁ ସରପଞ୍ଚ ସମେତ ୨୩ଟି ୱାର୍ଡ ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବନାହିଁ। ଦୁଇ ବ୍ଲକରେ ୨୪ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ସେମାନେ ପୋଲିଂ ଦଳଗୁଡିକୁ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚତ୍ବାଠାରୁ ମତଦାନ ପରେ ରିସିଭିଂ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱରେ ଅଛନ୍ତି। ବୁଧବାର ପୋଲିଂ କର୍ମଚାରୀମାନେ ନାଉଗାଁ ବ୍ଲକ କଣିପଡ଼ାସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ଓ ଏରସମା କୋଠିସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସର ବିତରଣ କେନ୍ଦ୍ର (ଡିସପର୍ସାଲ ସେଣ୍ଟର)ରୁ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍‌ଗୁଡିକରେ ପହଞ୍ଚତ୍ଛନ୍ତି। ତେବେ ଏହା ଭିତରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱରୀ ନିର୍ବାଚନ କାର୍ଯ୍ୟ ତଦାରଖ କରିଛନ୍ତି । ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ନାଉଗାଁ ଓ ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର ଏରସମା ବ୍ଲକ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ସହ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ପ୍ରଜ୍ଞାନନ୍ଦ ଦାସ ପ୍ରମୁଖ ବିତରଣ କେନ୍ଦ୍ରରେ ରହି ନିର୍ବାଚନ କାର୍ଯ୍ୟ ସୁପରିଚାଳନା କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ ମଧ୍ୟ ଉଭୟ ବିତରଣ କେନ୍ଦ୍ର ପରିଦର୍ଶନ କରି ସେକ୍ଟର ଅଫିସର, ବିଡିଓ, ତହସିଲଦାର, ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ସୁପରିଚାଳନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ପୂର୍ବରୁ ୪ଟି ନିର୍ବାଚନ ସରିଥିବାରୁ ଅନ୍ତିମ ଚରଣରେ ଦଳୀୟ ନେତାମାନେ ଉଭୟ ବ୍ଲକ ଅଞ୍ଚଳରେ ଡେରା ପକାଇଥିବା କୁହାଯାଉଛି। ରାତିତମାମ ବିଭିନ୍ନ ଗଁାରେ ଛକାପଞ୍ଝା ସାଙ୍ଗକୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବା ନିଆରା ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗାବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୧ା୧୧: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡ଼ିକୁ...

ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିଲା: ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

କୋକସରା,୩୧ା୭(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଦ୍ରାବତୀରୁ ପ୍ରଥମଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ...

ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ...

ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ରେଳ ଅବରୋଧ : କମ୍ପାନୀ ଦାବି ପୂରଣ ନ କଲେ ଜାରି ରହିବ ଆନ୍ଦୋଳନ

ଭବାନୀପାଟଣା,୨୩।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହେବାର ଦୀର୍ଘବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ କମ୍ପାନୀ।...

ମାସେ ପର୍ଯ୍ୟନ୍ତ ଜନଆନ୍ଦୋଳନ କରିବନି ଭାଜପା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଲାଗି ବିଧାନସଭା ବନ୍ଦ ହେବାକୁ ବିରୋଧ କରୁଥିବା ଭାଜପା ଏବେ ଏହି ମହାମାରୀ ରୋଗକୁ ଦୃଷ୍ଟିରେ ରଖି ଦଳର ସବୁ କାର୍ଯ୍ୟକ୍ରମ...

ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର

ଖଲ୍ଲିକୋଟ,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍‌ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା...

ଘାଟିରୁ ଖସିଲା ବସ୍‌: ୩୦ରୁ ଊର୍ଦ୍ଧ ଆହତ

କୋଟଗଡ,୧୯ ।୮(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ନିକଟ ଡାଡୁମାହା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ୩୦ଫୁଟ...

୨୯ରେ ଲଘୁଚାପ:୩୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ଆସନ୍ତା ୨୯ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳରୁ ଅତି...

Advertisement
Archives

Model This Week