ଶ୍ରମିକଙ୍କୁ ଛୁରାମାଡ଼, ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ ଶ୍ରମିକଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ଏନେଇ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଅଞ୍ଚଳର ରୋଶନ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ କେସିଙ୍ଗା ରେଳଷ୍ଟେଶନ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଖବର ପାଇ ସ୍ଥାନୀୟ  ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ରୋଶନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଜିଲାର ଏକ ପ୍ରମୁଖ ରେଳଷ୍ଟେସନ ହୋଇଥିବା ସତ୍ତ୍ୱେ ଏଠାରେ ମାତ୍ର ଦୁଇଜଣ ଆର୍‌ପିଏଫ୍‌ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବା ପର୍ଯ୍ୟାପ୍ତ ନୁହେଁ ବୋଲି ସାଧାରଣରେ ଦାବି ହେଉଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଷ୍ଟେଶନର ରୂପରେଖ ଓ ଆକାର ବୃଦ୍ଧି ପାଇଥିବା ବେଳେ ସେହି ଅନୁପାତରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ କରାଯିବା ଆବଶ୍ୟକ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।

ଷ୍ଟେଶନରେ ନିୟୋଜିତ ଦୁଇଜଣ ଆର୍‌ପିଏଫ୍‌ କର୍ମଚାରୀ ଯଥେଷ୍ଟ ନୁହନ୍ତି। ଫଳରେ ଅପରାଧୀମାନେ ସକ୍ରିୟ ହେବା ସହ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଷ୍ଟେସନର ୧ ନମ୍ବର ଓ ୪ ନମ୍ବର ପ୍ଲାଟଫର୍ମରେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ନ ଥିବା ଅଭିଯୋଗ ହେଉଛି।

ଷ୍ଟେଶନରୁ ଦୁର୍ଗାମଣ୍ଡପ ଦେଇ ହୋଟେଲ ରିଜେନ୍ସି ଛକ ଏବଂ ଷ୍ଟେସନରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ରାତିରେ ଅସୁରକ୍ଷିତ ହୋଇପଡ଼ିଛି। ଏହି ରାସ୍ତାଗୁଡ଼ିକରେ ବାରମ୍ବାର ଲୁଟ୍‌ପାଟ୍‌ ହେଉଥିବା ଜଣାପଡ଼ିଛି। ଏହାପୂର୍ବରୁ ପୋଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି। କିନ୍ତୁ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଏଭଳି ଅପରାଧ ବୃଦ୍ଧି ପାଇଛି।

ଗତକାଲିର ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍‌ ପାଇନାହିଁ। କେସିଙ୍ଗାରେ ବିଭିନ୍ନ ଗ୍ୟାଙ୍ଗ୍‌ ସକ୍ରିୟ ଥିବାରୁ ଅପରାଧ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଷ୍ଟେଶନ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିବା ସହ ଆର୍‌ପିଏଫ୍‌ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

କନଫର୍ମ! ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ସେ ଆଉ ଏମଆଇ (MI) ପରିବାରର ଅଂଶ ନୁହଁନ୍ତି

ନୂଆଦିଲ୍ଲୀ,୮।୧୧: IPL 2027 ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ (ଦଳ ବଦଳ) ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ଏକ ସୋସିଆଲ…

ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୮।୧୧: ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି। ୱେଲିଂଟନରେ ୧୩୫ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?