୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ କି ପାରିବାରିକ କଳହ, କଥାକଥାରେ ଘଟୁଛି ହିଂସାକାଣ୍ଡ। ଗତ ୪ ଦିନରେ ୫ଟି ହତ୍ୟା ଘଟିଛି, ଯାହାକୁ ନେଇ ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। କଥା କଥାରେ ବନ୍ଧୁକ ଫୁଟୁଥିବାବେଳେ ପୋଲିସ ଆଇନ ଶୃଙ୍ଖଳାକୁ ରକ୍ଷା କରିବାରେ ବିଫଳ ହୋଇଛି। ଯେଉଁଥି ପାଇଁ ସହରବାସୀ ଘରୁ ଗୋଡ଼ କାଢ଼ିବାକୁ ଭୟ କଲେଣି। ପୋଲିସ ଅପରାଧ ନିୟନ୍ତ୍ରଣ କରିବ କ’ଣ ହାତଟେକି ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବମିଖାଲ ଝାରପଡ଼ା ବ୍ରିଜ୍‌ ନିକଟରେ ଗୁଳିମାଡ଼ରେ ସୋନୁ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ସୋନୁ ନାୟକ ହଳଦୀପଡ଼ିଆ ବସ୍ତିରେ ଡ୍ରଗ୍ସ କାରବାର କରନ୍ତି। ପୂର୍ବରୁ ମଧ୍ୟ ସେ ଅଭିଯୁକ୍ତ ଗୋଷ୍ଠୀର ପିଲାଙ୍କୁ ମାରପିଟ କରନ୍ତି। ତେଣୁ ସୋନୁଙ୍କୁ ହତ୍ୟା କରିବା ପାଇଁ ସେମାନେ ଯୋଜନା କରିଥିଲେ। ସୋନୁ ସନ୍ଧ୍ୟାରୁ ବମିଖାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଛୁରି ଦେଖାଇ ଆତଙ୍କ କରିଥିଲେ। ପରେ ରାତିରେ ବମିଖାଲ ଗୋଶାଳା ନିକଟରେ ସମସ୍ତେ ମିଶି ଭୋଜି କରୁଥିଲେ। ସେଠାରେ ସୋନୁ ଏବଂ ଲିପୁନ ଜେନାଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ସୋନୁ ୨ଟି ବୋମା ନେଇ ଲିପୁନଙ୍କ ଘର ଉପରେ ଫିଙ୍ଗିଥିଲେ। ରାତି ୩ଟାରେ ସୋନୁ ନିଜର ଚାରିଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିଲେ। ବମିଖାଲସ୍ଥିତ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ସେମାନଙ୍କୁ ପୂର୍ବରୁ ଛକି ବସିଥିଲେ କେତେ ଜଣ ଦୁର୍ବୃତ୍ତ। ସୋନୁଙ୍କ ଗାଡ଼ିକୁ ଅଟକାଇବା ପରେ କିଛି ବୁଝିବା ଆଗରୁ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ସୋନୁ ଟଳିପଡ଼ିଥିଲେ। ଲକ୍ଷ୍ମୀସାଗର ପୋଲିସ ପହଞ୍ଚତ୍ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।
ଅନ୍ୟ ଏକ ଘଟଣାରେ ଶୁକ୍ରବାର ମଞ୍ଚେଶ୍ୱର ଥାନା ଅଧୀନ ତାରିଣୀ ବସ୍ତିରେ ପରକୀୟା ସମ୍ପର୍କକୁ ସନ୍ଦେହ କରି ଗଞ୍ଜାମର ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନେପାଳର ସୁରେଶ କିଛି ବର୍ଷ ହେଲା ଭୁବନେଶ୍ୱରରେ ରହି କାମ କରୁଥିଲେ। ଇତିମଧ୍ୟରେ ସେ ଗଞ୍ଜାମର ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାରିଣୀ ବସ୍ତିରେ ସେମାନେ ରହୁଥିବାବେଳେ ପଡ଼ୋଶୀ ଭାବେ ସୁରେଶଙ୍କ ଜଣେ ସମ୍ପର୍କୀୟ ଶଳା ପଠାଣୀ ସାହୁ ରହୁଥିଲେ। ତେବେ ପଠାଣିଙ୍କ ସହ ସୁରେଶଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ଥିବାନେଇ ସ୍ବାମୀ ସନ୍ଦେହ କରୁଥିଲେ। ଏହି ସନ୍ଦେହକୁ କେନ୍ଦ୍ରକରି ପଠାଣିଙ୍କୁ ପଥରରେ ଛେଚି ସୁରେଶ ହତ୍ୟା କରିଛନ୍ତି। ସେହିପରି ଗତ ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଘରୋଇ ସହାୟକ ହତ୍ୟା କରିଥିବା କଥା ସାମ୍ନାକୁ ଆସିଥିଲା। ଲୁଟ ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ହାତଗୋଡ଼ ବାନ୍ଧି କଇଁଚିରେ ମୁଣ୍ଡ ଏବଂ ବେକକୁ ଭୁସି କେୟାର ଟେକର ହତ୍ୟା କରି ଫେରାର ହୋଇଯାଇଥିଲେ। ଲଗାତର ହତ୍ୟାକାଣ୍ଡ ଓ ହିଂସାକାଣ୍ଡ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟ ଏକ ଘଟଣାରେ ବୁଧବାର ମଞ୍ଚେଶ୍ୱର ଥାନା କେଳୁଚରଣ ପାର୍କ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଗାଡ଼କଣର ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ପାର୍କ ପଛରେ ଥିବା ବୁଦାରେ ପକାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ି ଦେଇଥିଲେ। ମୃତ ଶରୀରର ୭୦ ପ୍ରତିଶତ ଅଙ୍ଗକୁ କୁକୁର ଏବଂ ବିଲୁଆ ଖାଇ ଦେଇଥିଲେ। ସେହିପରି ବୁଧବାର ରାତିରେ ଶିଶୁପାଳଗଡ଼ରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବନ୍ଧୁକରେ ମଜା କରୁକରୁ ଯୁବକଙ୍କ ଜୀବନ ଯାଇଥିଲା। ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ମିଛ ନାଟକ ରଚିବା ସହ ଗଙ୍ଗୁଆ ନାଳରେ ବନ୍ଧୁକକୁ ଫିଙ୍ଗି ଦେଇଥିଲେ। ଏହି ସବୁ ହତ୍ୟାକାଣ୍ଡ ଦେଖି ସହରବାସୀ ଭୟଭୀତରେ ଅଛନ୍ତି। ପୋଲିସ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡିସିିପିଙ୍କୁ ପଚାରିବାରେ ଆଇନ ଶୃଙ୍ଖା ସ୍ଥିତି ରକ୍ଷା କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

ଶ୍ରମିକଙ୍କୁ ଛୁରାମାଡ଼, ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?