କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ  ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ ସିଏଏସ୍‌ଆଇଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ସରକାରୀ ଓକିଲ ପ୍ରଦୀପ କୁମାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସିଏଏସ୍‌ଆଇ ମୀନକେତନ ଗନ୍ତାୟତଙ୍କ ମୁଣ୍ଡ ମଧ୍ୟ ଫାଟିଯାଇଥିବା ଜଣାପଡ଼ିଛି। ତେବେ ଏହି ସମୟରେ ବିଚାରପତି ସ୍ମିତା ଲାକ୍ରା ମଧ୍ୟ ଆକ୍ରମଣର ଶିକାର ହୋଇଥିବା କୁହାଯାଉଥିବାବେଳେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏଭଳି କାଣ୍ଡ ଘଟାଇଥିବା କରସାହାଣ୍ଡି ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ସନମତୀ ମାଝୀ(୩୦)ଙ୍କୁ ଝରିଗାଁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି।
ସୂଚନାନୁଯାୟୀ, ସନମତୀ ବ୍ୟାଗ୍‌ ଧରି ପ୍ରଥମେ ବିଚାରପତିଙ୍କ କୋର୍ଟ ହଲ୍‌ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେହି ଭିତରକୁ ବିନା ଅନୁମତିରେ ପ୍ରବେଶ ନିଷେଧ ନେଇ ବାରଣ କରାଯାଇଥିଲା। ଏହାପରେ ସେ ସରକାରୀ ଓକିଲ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିକଟକୁ ଯାଇଥିଲେ। ପାଖରେ ଥିବା ଚେୟାରରେ

ସନମତୀଙ୍କୁ ବସିବାକୁ କହି ପ୍ରଦୀପ ଫୋନ୍‌ରେ କଥା ହେଉଥିଲେ। ଇତି ମଧ୍ୟରେ ସନମତୀ ବ୍ୟାଗ୍‌ରୁ ଲୁହାଛଡ଼ ବାହାର କରି ସରକାରୀ ଓକିଲ ପ୍ରଦୀପଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଅଚାନକ ଆକ୍ରମଣ ପରେ ପ୍ରଦୀପ ପାଟି କରିବାରୁ ଚାମ୍ବରରେ ବସିଥିବା ବିଚାରପତି ସ୍ମିତା ଲାକ୍ରା, ସିଏଏସ୍‌ଆଇ ମୀନକେତନ ଗନ୍ତାୟତ, ଅଦାଲତରେ କାର୍ଯ୍ୟରତ କର୍ମଚାରୀ ଆସି ଛଡ଼ାଇଥିଲେ। ଏହି ସମୟରେ ମୀନକେତନଙ୍କ ମୁଣ୍ଡରେ ମଧ୍ୟ ମାଡ଼ ବାଜିଥିଲା। ରକ୍ତାକ୍ତ ଅବସ୍ଥାରେ  ପ୍ରଦୀପ  ଏବଂ ମୀନକେତନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଝରିଗାଁ ଆଇଆଇସି ରଚିତା ମାଡକାମୀ ପହଞ୍ଚତ୍ ସନମତୀଙ୍କୁ ଗିରଫ କରିଥିଲେ। ଚିକିତ୍ସା ପରେ ପ୍ରଦୀପ ଝରିଗାଁ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର୨୧୯/୨୦୨୬ ରେ ମାମଲା ରୁଜୁ କରିଛି। ଆଇଆଇସି ମାଡକାମୀ ଘଟଣା ତଦନ୍ତ କରୁଛନ୍ତି। ପୂର୍ବରୁ ସନମତୀଙ୍କ ଯୌତୁକ ନିର୍ଯାତନା ମାମଲା କୋର୍ଟରେ ବିଚାରାଧୀନ ରହିଛି। କେସ ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ। ସ୍ବାମୀଙ୍କଠାରୁ ଭରଣପୋଷଣ ଆଣିବା ଦିଗରେ ସହାୟତା କରିବା ନେଇ କଥା ହୋଇଥିଲେ। ତେବେ ହଠାତ୍‌ ଏପରି ଆସି ଆକ୍ରମଣ କରିବେ ବୋଲି ଜାଣି ନ ଥିବା ପ୍ରଦୀପ କହିଛନ୍ତି। ଘଟଣା ପରେ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ସୀମା ତ୍ରିପାଠୀ, ଜିଲା ଏବଂ ଦୌରା ଜଜ୍‌ ସଂଗ୍ରାମ କେଶରୀ ପଟ୍ଟନାୟକ, ଏଏସ୍‌ପି ଆଦିତ୍ୟ କୁମାର ସେନ୍‌, ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ ଶବର ଝରିଗାଁରେ ପହଞ୍ଚତ୍ ବିଚାରପତି ସ୍ମିତା ଲାକ୍ରାଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ବ୍ୟତୀତ ଉମରକୋଟ ବାର୍‌ ଆସୋସିଏଶନ ସମ୍ପାଦକ କୃଷ୍ଣଚନ୍ଦ୍ର ନନ୍ଦ, ପୂର୍ବତନ ସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ସମ୍ପାଦକ ଶାନ୍ତନୁ ବାହିନୀପତି, କାଳିପ୍ରସାଦ ନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପୂର୍ବତନ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ ଘଟଣାକୁ ନିନ୍ଦା କରିବା ସହ ଓକିଲମାନେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି। ଜୁଡିସିଆଲ ଉପରେ ଆକ୍ରମଣ ସମ୍ବିଧାନକୁ ବହୁତ କ୍ଷତି। ବିଚାରପତି, ସରକାରୀ ଓକିଲ ଏବଂ ସିଏଏସଆଇଙ୍କୁ ଆକ୍ରମଣକୁ ଓକିଲ ସଂଘ ନିନ୍ଦା କରୁଛି ବୋଲି ଓକିଲ ସଂଘ ପୂର୍ବତନ ସମ୍ପାଦକ ଶାନ୍ତନୁ କୁମାର ବାହିନୀପତି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

ଶ୍ରମିକଙ୍କୁ ଛୁରାମାଡ଼, ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ…

କନଫର୍ମ! ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ସେ ଆଉ ଏମଆଇ (MI) ପରିବାରର ଅଂଶ ନୁହଁନ୍ତି

ନୂଆଦିଲ୍ଲୀ,୮।୧୧: IPL 2027 ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ (ଦଳ ବଦଳ) ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ଏକ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?