Posted inଫୁରସତ

ସଙ୍କଟରେ ବୁଣାକାର ପରିବାର

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଅନୁରୂପ ଭାବେ ହସ୍ତତନ୍ତ, ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ପ୍ରମୁଖ କୌଳିକ ବୃତ୍ତି ଭାବେ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଛି। କିନ୍ତୁ ଯେଉଁ ବୁଣାକାରମାନେ ଏଭଳି ଗୌରବ ଆଣିଛନ୍ତି, ସେମାନଙ୍କ ଜୀବନ ଜୀବିକା ଏବେ ସଙ୍କଟରେ ପଡିଛି। କରୋନା କାଳରେ ଲକ୍‌ ଡାଉନ୍‌, ଶଟ୍‌ ଡାଉନ୍‌ ଯୋଗୁ ବୁଣାକାରଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା। ଏହାସତ୍ତ୍ବେ ସେମାନଙ୍କ ପାଇଁ କିଛି ସ୍ବତନ୍ତ୍ର ସହାୟତା ଘୋଷଣା ହୋଇ ନ ଥିଲା। କରୋନା କଟକଣା ହଟିବା ପରେ ସେମାନେ ପୁଣି ନିଜ ବୃତ୍ତିକୁ ଫେରି ପରିବାର ପୋଷଣ କରିବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ଫଳ ଓଲଟା ହେଲା। ସହାୟତା ମିଳିବା ତ ଦୂରର କଥା, ସୂତା, ରଙ୍ଗ ଯେଭଳି ମହଙ୍ଗା ହେଲାଣି, ତାହା ବୁଣାକାରଙ୍କ ଜୀବିକାକୁ ଆହୁରି ତଳିତଳାନ୍ତ କରିଦେଇଛି।

ପରିଶ୍ରମ ତୁଳନାରେ ମିଳୁନି ଲାଭ
କପଡ଼ା ବୁଣିବା ହିଁ ବୁଣାକାରଙ୍କ ଜୀବିକା। ଏଥିରୁ ଯେତିକି ରୋଜଗାର ହୁଏ, ସେଥିରୁ ପରିବାର ଚଳେ। ହେଲେ ଏବେ ବୁଣାକାରଙ୍କ ସ୍ଥିତି ଠିକ୍‌ ନାହିଁ । ଯେତେ ଲାଭ ମିଳିବା କଥା ତାହା ମିଳୁନାହିଁ। ବୁଣାକାରଙ୍କୁ ଘର ମିଳୁନାହିଁ। ସେହିପରି ସୂତା, ରଙ୍ଗ ଭଳି କଞ୍ଚାମାଲ୍‌ ପାଇବାରେ ମଧ୍ୟ ହଟହଟା ହେବାକୁ ପଡ଼ୁଛି। ବଜାର ବ୍ୟବସ୍ଥା ଠିକ୍‌ ନ ଥିବାରୁ ବୁଣାକାରଙ୍କୁ ସେମାନଙ୍କ ପରିଶ୍ରମର ଲାଭ ମିଳିପାରୁନାହିଁ। ସରକାର ଏସବୁ ସମସ୍ୟାକୁ ହୃଦୟଙ୍ଗମ କରି ପଦକ୍ଷେପ ନେବା ଦରକାର ।
-ସୁକାନ୍ତି ମେହେର, ବୁଣାକାର ବରପାଲି

ଆର୍ଥିକ ଅନଗ୍ରସର ବୁଣାକାରଙ୍କ ଅବସ୍ଥା ଜଟିଳ
ବୁଣାକରଙ୍କ ସ୍ଥିତି ବର୍ତ୍ତମାନ ବହୁତ ଖରାପ ରହିଛି। ଯେଉଁ ବୁଣାକାରମାନେ ଆର୍ଥିକ ସ୍ବଚ୍ଛଳ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ବିଶେଷ ଅସୁବିଧା ହେଉନାହିଁ। ହେଲେ ଆର୍ଥିକ ଅନଗ୍ରସର ଶ୍ରେଣୀର ବୁଣାକାରଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି । ବୁଣାକାରଙ୍କୁ ସୂତା, ରଙ୍ଗ ଯୋଗାଇବାକୁ ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭଲପମେଣ୍ଟ କର୍ପୋରେଶନ ରହିଛି। କିନ୍ତୁ ସୂତା, ରଙ୍ଗ ପାଇବାରେ ଏହି ସଂସ୍ଥାର ଯେଉଁ ପ୍ରକ୍ରିୟା ରହିଛି, ତାର ଫାଇଦା ଉଠାଇବା ଦୁର୍ବଳ ଶ୍ରେଣୀର ବୁଣାକାରଙ୍କୁ କଷ୍ଟସାଧ୍ୟ ହୋଇପଡ଼ୁଛି ।
-ବିଜୟ ମେହେର, ବୁଣାକାର, ଭଟଲି

ସୂତା, ରଙ୍ଗ ଦର କମିବା ଦରକାର
କରୋନା ପୂର୍ବରୁ ବିକ୍ରିବଟା ଠିକ୍‌ ଚାଲିଥିଲା। କରୋନା ଆରମ୍ଭ ହେବା ଦିନଠାରୁ ବିକ୍ରିବଟା ପୂରା ମାନ୍ଦା ପଡ଼ିଯାଇଛି। କରୋନା କଟକଣା ଉଠିବା ପରେ ପୂର୍ବଭଳି ବିକ୍ରିବଟା ହେବ ବୋଲି ଆଶା ରହିଥିଲା। କିନ୍ତୁ ଏବେ ମଧ୍ୟ କପଡ଼ା ଠିକ୍‌ ମୂଲ୍ୟରେ ବିକ୍ରି ହେଉନାହିଁ। ଆଗରୁ ଯେଉଁ କପଡ଼ା ୫୨୦୦ ଟଙ୍କାରେ ବିକ୍ରି କରୁଥିଲୁ, ଏବେ ତାହା ୪୫୦୦ରୁ ୫୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏଭଳି ସ୍ଥଳେ ସୂତା, ରଙ୍ଗ ଦର କମିବା ଦରକାର।
-ମିତ୍ରଭାନୁ ମେହେର, ବୁଣାକାର, କୁଶନପୁରୀ, ଭଟଲି

(ରିପୋର୍ଟ: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri