‘ହରହର ଶମ୍ଭୁ’ ଗାଇ ବିବାଦରେ ପଡ଼ିଥିବା ଫରମାନି ପୁଣି ଗାଇଲେ ‘ହରେ ହରେ କୃଷ୍ଣ’

ମୁମ୍ବାଇ: ଫରମାନି ନାଜଙ୍କୁ ଆଜି ଲୋକମାନେ ତାଙ୍କୁ କେବଳ ମୁଜାଫରନଗରରେ ନୁହେଁ ସାରା ଦେଶରେ ଜାଣିବା ଆରମ୍ଭ କରିଛନ୍ତି। ମୁଜାଫରନଗରର ରତନପୁରୀ ଅଞ୍ଚଳର ମହମ୍ମଦପୁର ମାଫି ଗାଁର ବାସିନ୍ଦା ଫରମାନି ନାଜ ‘ହର ହର ଶମ୍ଭୁ’ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ। ମୁସଲମାନ ହୋଇ ହିନ୍ଦୁଧର୍ମର ଭଜନ ଗାଇବାକୁ ମୁସଲମାନଧର୍ମୀ ଲୋକେ ପସନ୍ଦ କରୁ ନ ଥିଲେ। କିନ୍ତୁ ସମସ୍ତ ବିରୋଧୀଙ୍କୁ ଛାଡ଼ି ଫରମାନି ବର୍ତ୍ତମାନ ତାଙ୍କର ଆଉ ଏକ ନୂତନ ଭଜନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂର୍ବରୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ସେ ‘ହରେ ହରେ କୃଷ୍ଣ’ଗୀତ ଗାଇଛନ୍ତି।

ଫରମାନିଙ୍କ ସୁନ୍ଦର ସ୍ବର ଏକ ନୂତନ ପରିଚୟ ସୃଷ୍ଟି କରିଛି। ସେ ୟୁଟ୍ୟୁବ୍‌ରେ ‘ଫରମାନି ନାଜ ସିଙ୍ଗର’ ନାମକ ଚ୍ୟାନେଲରେ ନିଜର ଭିଡିଓ ଅପଲୋଡ୍‌ କରିଛନ୍ତି। ‘ହର ହର ଶମ୍ଭୁ’ ବିବାଦ ପରେ ତାଙ୍କୁ ୟୁଟ୍ୟୁବ୍‌ରେ ଲୋକେ ପସନ୍ଦ କରୁଛନ୍ତି। ଲୋକମାନଙ୍କ ଭଲପାଇବା ଦେଖି ଫରମାନି ବର୍ତ୍ତମାନ ତାଙ୍କ ଭାଇ ଫରମାନଙ୍କ ସହ ଏହି ନୂତନ ଭଜନ ‘ହରେ ହରେ କୃଷ୍ଣ’ ଗାଇଛନ୍ତି।

ଯେଉଁଥିରେ ସେ ତାଙ୍କ ପୁରୁଣା ଶୈଳୀରେ ଗାଉଥିବା ନଜର ଆସିଛନ୍ତି। ଗୀତଟିକୁ ୟୁଟ୍ୟୁବ୍‌ରେ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ଏକ ସାକ୍ଷାତକାରରେ ଫରମାନିଙ୍କ ଭାଇ ଫରମାନ କହିଛନ୍ତି, ତାଙ୍କ ଭଉଣୀଙ୍କୁ ସଲମାନ ଖା୍‌ନଙ୍କ ଶୋ’ ବିଗ୍‌ ବସ୍‌ -୧୬ ପାଇଁ ଅଫର ଆସିଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଏହି ଶୋ’କୁ ଯିବାକୁ କୌଣସି ନିଷ୍ପତ୍ତି ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?