ଗର୍ବିତ ନୁହେଁ, କୃତଜ୍ଞ ହେବା: ତଥାଗତ

ବଲାଙ୍ଗୀର, ୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ଅନେକ ସମୟରେ ଆମେ ବଲାଙ୍ଗିରିଆ, ଢେଙ୍କାନାଳିଆ କି ଭାରତୀୟ ବୋଲି ଗର୍ବ କରିଥାଉଁ। ମାତ୍ର ଗର୍ବିତ ହେବା ବଦଳରେ ଆମେ ଯଦି କୃତଜ୍ଞ ହେବା ତେବେ ଏହା ଆମ ଅଞ୍ଚଳ, ସମାଜ ଓ ଦେଶ ପାଇଁ ଅଧିକ ମଙ୍ଗଳକର ହେବ ବୋଲି ସର୍ବଭାରତୀୟ ନାଟକ ସମାରୋହ ମଠଖାଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ମଠଖାଇ ମହୋତ୍ସବ ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ସତପଥୀ କହିଛନ୍ତି, କଳାକାର କି କଳା ଜୀବନଠୁ ଭିନ୍ନ ନୁହନ୍ତି, ସେ ଆମ ଜୀବନର ଏକ ଅଙ୍ଗ। ନାଚ, ଗୀତ ଓ ନାଟକ ଜୀବନକୁ ଭିନ୍ନ ରୂପରେ ପ୍ରତିଫଳିତ କରେ। ଆମେ ଏଇ ମାଟିରୁ ଯେତିକି ସ୍ନେହ, ଶ୍ରଦ୍ଧା ପାଇଛୁ ତା’ ତୁଳନାରେ କ’ଣ ଫେରଇଛୁ ଚିନ୍ତା କରିବା କଥା। ଏବେ ଜାତୀୟତା ଓ ଦେଶପ୍ରେମକୁ ଭିନ୍ନ ଭାବରେ ଚିତ୍ରଣ କରାଯାଉଛି। କିଛି ଲୋକ କିଏ ଦେଶଭକ୍ତ ଓ କିଏ ନୁହେଁ ତାହା ସେମାନେ ବାଛିବାର ହକ୍‌ଦାର ବୋଲି ଭାବୁଛନ୍ତି। ସେମାନଙ୍କୁ ସେଭଳି ସୁଯୋଗ ଦେବା କଥା ନୁହେଁ। ଆମେ ଦେଶଭକ୍ତ ହେବା ବଦଳରେ ଯଦି ମଣିଷ କି ମାଟିକୁ ପ୍ରେମ କରିପାରିବା ତେବେ ତାହା ସବୁଠୁ ଶ୍ରେୟସ୍କର ହେବ ବୋଲି ସେ କହିଥିଲେ। ଜୟନ୍ତ ବାଗଙ୍କ ଭଳି ସାମାଜିକକର୍ମୀଙ୍କୁ ସାମାଜିକ ପରିଚୟ ଦେବାରେ ମଠଖାଇ ଯେଉଁ ପ୍ରୟାସ କରିଛି ତାହା ମହାନ୍‌ କାର୍ଯ୍ୟ ବୋଲି ସତପଥୀ କହିଛନ୍ତି। ସଭାରେ ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଞ୍ଚାସୀନ ଥିଲେ। ଛୁରିଆ ତାଙ୍କ ବକ୍ତବ୍ୟରେ ମଠଖାଇ ମହୋତ୍ସବ ଏକ ମିଳାମିଶାର ପର୍ବ ବୋଲି କହଛନ୍ତି। କଳାକାରଟିଏ ସମାଜର ସବୁଠୁ ଆଗଧାଡ଼ିର ବ୍ୟକ୍ତି ବୋଲି ସେ କହିଛନ୍ତି। ଅନ୍ୟତମ ଉପଦେଷ୍ଟା ପତି ନାଟକ ପ୍ରଶାନ୍ତି ଓ ପରିତୃପ୍ତି ପ୍ରଦାନ କରେ॥ ମଠଖାଇ ମହୋତ୍ସବ ବଲାଙ୍ଗୀରର ସମସ୍ତଙ୍କୁ ଏକାକାର କରିଦେଇଛି ବୋଲି ସେ କହିଛନ୍ତି। ମଠଖାଇ ଅଧ୍ୟକ୍ଷ ମିଶ୍ର ତାଙ୍କ ବକ୍ତବ୍ୟରେ ଏଇ ମଞ୍ଚ ରାଜନୀତି ମଞ୍ଚ ନୁହେଁ । ଏଠାକୁ ସବୁ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଉଛି ଏବଂ ଏକତାର ବାର୍ତ୍ତା ଦିଆଯାଉଛି। ଏହାସତ୍ତ୍ୱେ ଏଠାକାର କେତେଜଣ ବିଜେଡି ନେତା ଏହି ମହୋତ୍ସବକୁ ଅସଫଳ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ସେମାନେ ଏଭଳି ନ କରିବାକୁ ସେ ଅନୁରୋଧ କରିଛନ୍ତି।
ଏହି ଅବସରରେ ରିକ୍ସାଚାଳକ ଭାବେ ବୃତ୍ତିଗତ ଜୀବନରେ ଥାଇ ମଧ୍ୟ ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ୱ ହେବ ସ୍ବେଚ୍ଛାକୃତ ଭାବେ ସହସ୍ରାଧିକ ଶବଦାହ କରିଆସୁଥିବା ସାମାଜିକ କର୍ମୀ ଜୟନ୍ତ ବାଗଙ୍କୁ ଅତିଥିମାନେ ମଠଖାଇ ସମ୍ମାନ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ସଂଯୋତ କଳା କେନ୍ଦ୍ରର କଳାକାରମାନେ ମଧୁଶାଳା ନୃତ୍ୟ ପରିବେଷଣ କରିଥିଲେ। ସଭାକୁ ଚିତ୍ତରଞ୍ଜନ ଦାଶ ପରିଚାଳନା କରିଥିଲେ ଓ ଅଶୋକ ଦାସ ସ୍ବାଗତ ବକ୍ତବ୍ୟ ଦେଇଥିଲେ। ଶେଷରେ ମୁରଲୀଧାରୀ ପତି ଧନ୍ୟବାଦ ଦେଇଥିଲେ। ସଭା ପରେ ଜାମଶେଦପୁରସ୍ଥିତ ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚର କଳାକାରମାନେ ସୁରେଶ ବର୍ମାଙ୍କ ରଚିତ ଏବଂ ସିବଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ସୁରଜ କି ଅନ୍ତମ କିରନ୍‌ ସେ ସୁରଜ କି ପହଲି କିରନ୍‌ ତକ୍‌ ମଞ୍ଚସ୍ଥ ହୋଇଥିଲା। ଏହି ନାଟକରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ। ଆଜିର ମଞ୍ଚକୁ ପ୍ରଖ୍ୟାତ ମଞ୍ଚ ତଥା ସିନେ କଳାକାର ଗୋପାଳ ସାହୁ (ଏଲି)ଙ୍କ ସ୍ମରଣରେ ସମର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?