Posted inଖେଳ

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭେଟୁଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକଙ୍କ ଭଳି ମହାନ ଖେଳାଳି ଅଛନ୍ତି। ଏଥି ସହିତ ପାକିସ୍ତାନୀ ଦଳ ମଧ୍ୟ ବାବର ଆଜମ, ମହମ୍ମଦ ରିଜୱାନ, ହରିସ ରୌଫଙ୍କ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ହୋଇଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ। ରିଷଭ ପନ୍ତ, ଆର୍‌ ଅଶ୍ୱିନ, ରବି ବିଷ୍ଣୋଇ ଏବଂ ଦୀପକ ହୁଡା ଖେଳୁଥିବା ଏକାଦଶରେ ସ୍ଥାନ ପାଇ ନାହାଁନ୍ତି।
ଏସିଆ କପରେ ଦୁଇ ଦଳ ମଧ୍ୟରେ ଏହା ୧୫ତମ ମ୍ୟାଚ ହେବ। ପୂର୍ବ ୧୪ଟି ମ୍ୟାଚରେ ଆଠଟି ମ୍ୟାଚ ଭାରତ ଏବଂ ପାଞ୍ଚଟି ପାକିସ୍ତାନ ଜିତିଛି। ବର୍ଷା ହେତୁ ଗୋଟିଏ ମ୍ୟାଚ ଧୋଇ ଯାଇଥିଲା। ୨୦୧୨ରେ ଏହି ଟୁର୍ନାମେଣ୍ଟରେ ଭାରତ ଶେଷ ଥର ପାଇଁ ପାକିସ୍ତାନକୁ ହରାଇଥିଲା।
ଏହାପୂର୍ବରୁ, ଟି-୨୦ ବିଶ୍ୱକପ ୨୦୨୧ରେ ଉଭୟ ଦଳ ଶେଷଥର ପାଇଁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏକାଠି ହୋଇଥିଲେ। ସେହି ମ୍ୟାଚରେ ପାକିସ୍ତାନ ଦଳ ଜିତିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ସେହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିର ପିଛା ଛାଡୁନି ୨୩ ଏପ୍ରିଲ

ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ...

ପାକିସ୍ତାନର ଟପ୍‌ ଅର୍ଡର ସାଜିପାରେ ଭାରତ ପାଇଁ ଚିନ୍ତାର କାରଣ

ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର...

ନିଜ ପକ୍ଷ ରଖିଲେ ଡି’କକ୍‌

ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍‌ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍‌। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ...

ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ, ୨୨ା୧୧: ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ...

ତାଙ୍କ ପରିଶ୍ରମର ଫଳ ଆଜି ଆମେ ଖାଉଛୁ: କାହିଁକି ଏମିତି କହିଲେ ପାଣ୍ଡ୍ୟା

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୧ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏଥର ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

କୋହଲିଙ୍କ ଖରାପ ଫର୍ମକୁ ନେଇ ବଡ଼ ବୟାନ

ପୁଣେ,୨୭।୪: ଦୀର୍ଘଦିନରୁ ବ୍ୟାଟିଂରେ ବିଫଳ ହେଉଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଆଇପିଏଲ୍‌ର ଚଳିତ ସିଜନରେ କୋହଲି ୫ ଇନିଂସରେ ୯, ୦,୦, ୧୨,୧ ରନ୍‌...

ଶୁବମନ ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ  କ୍ରିକେଟ ପରିଷଦ (ଆଇସିସି) ୨୦୨୩ ଜାନୁୟାରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରିଛି। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ ଶ୍ରେଷ୍ଠ...

ଏସିଆ କପ୍‌ ସେମିଫାଇନାଲ୍‌: ଥାଇଲାଣ୍ଡକୁ ୧୪୯ ରନ୍‌ର ଲକ୍ଷ୍ୟ ଦେଲା ଭାରତ

ସିଲହଟ,୧୩।୧୦: ମହିଳା ଏସିଆ କପ୍‌ ସେମିଫାଇନାଲରେ ଭାରତ ଏବଂ ଥାଇଲାଣ୍ଡର ଆଜି ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ ସିଲହଟ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

Advertisement
Archives

Model This Week