ଶ୍ରୀମନ୍ଦିର ଉଡ଼ାଇଦେବାକୁ ଧମକ

ପୁରୀ,୧୪ା୮ (ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ହାତରେ ଲେଖାଯିବା ସହିତ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି। ଏପରି କି ମନ୍ଦିରକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଉକ୍ତ ଲେଖାରେ ଦେଖିବାକୁ ମିଳିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି। ବୁଧବାର ସକାଳେ ଏହା ଜଣାପଡ଼ିବା ପରେ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହେବାସହ ପୋଲିସ ବିଭାଗର ନିଦ ହଜିଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଟକ ଥିବା ବ୍ୟକ୍ତି ଜଣକ ଗଡ଼ିଶାଗଦା ଥାନା ଅଞ୍ଚଳର ରଘୁନାଥ ସାହୁ(୫୫) ବୋଲି ଜଣାପଡ଼ିଛି। ସେ ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ବାଲିସାହି ରାସ୍ତାରେ ଥିବା ମା’ ବୁଢ଼ୀ ମା’ ମନ୍ଦିର କାନ୍ଥର ଦୁଇଟି ସ୍ଥାନରେ କିଛି ଲେଖାଯାଇଥିବା ଲୋକ ଦେଖିବାକୁ ପାଇଥିଲେ। ଚକ୍‌ ଖଡ଼ିରେ ଗୋଟିଏ ପାଶର୍‌ବରେ ଲେଖାଯାଇଛି ଯେ, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଆଉ ଏକ ପାଶର୍‌ବରେ କିଛି ଫୋନ୍‌ ନମ୍ବର ମଧ୍ୟ ଦିଆଯାଇ ଫୋନ୍‌ କର, ନ କଲେ ମହାତାଣ୍ଡବ ହେବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି, ଯାହାକୁ ପଢ଼ିବା ପରେ ଶ୍ରଦ୍ଧାଳୁ ଛାନିଆ ହୋଇପଡ଼ିଥିଲେ। ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ’ ବୋଲି ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦିଆଯାଇଥିଲା। ଶ୍ରୀମନ୍ଦିର ଦକ୍ଷିଣପାଶର୍‌ବ ପରିକ୍ରମା ମାର୍ଗର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଧମକପୂର୍ଣ୍ଣ ଲେଖା ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଏହା ଶ୍ରୀମନ୍ଦିର ସିକ୍ୟୁରିଟି ଜୋନ୍‌ ଭାବେ ସରକାର ପ୍ରଶାସନିକ ରେକର୍ଡ କରିଛନ୍ତି। ହେଲେ ଏହି ସୁରକ୍ଷା ଜୋନ୍‌ ଭିତରେ ଏପରି କାର୍ଯ୍ୟ କିପରି ହେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଗୃହ ମନ୍ତ୍ରଣାଳୟ ଓ ଏନ୍‌ଏସ୍‌ଜି ପକ୍ଷରୁ ପରାମର୍ଶ ଦିଆଯାଇଛି।ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହୋଇନାହିଁ। କେବଳ ଲୋକ ଦେଖାଣିଆ ଭାବେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ଲଗାଯାଇଛି ବୋଲି ଜଗନ୍ନାଥପ୍ରମୀ କ୍ଷୋଭ ପ୍ରକାଶ କହିଛନ୍ତି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଲେଖାକୁ ଲିଭାଇଥିଲା। ପରେ ଜଣେ ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ଥାନାରେ ଅଟକ ରଖିଛି ପଚରାଉଚରା କରିଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ବୁଧବାର ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଢ଼ୀମା’ ମନ୍ଦିରରେ ଶ୍ରୀମନ୍ଦିରକୁ ନେଇ କିଛି ଆପତ୍ତିଜନକ ଲେଖା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲେଖାଯାଇଥିବାରୁ ଏହାକୁ ପୋଲିସ ଗୁରୁତର ସହ ନେଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପରେ ଲେଖିଥିବା ରଘୁନାଥଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ପଚରାଉଚରା ସମୟରେ ସେ ଲେଖିଥିବା ସ୍ବୀକାର କରିଛନ୍ତି। ତେବେ ତାଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ। ସେ ମାନସିକ ବିକାରଗ୍ରସ୍ତ ଥିବାରୁ ସ୍ପଷ୍ଟ ଭାବେ କିଛି କହିପାରୁ ନାହନ୍ତି। ମେଡିକାଲ ନିଆଯାଇ ମାନସିକ ସ୍ଥିତି ପରୀକ୍ଷା କରିବା ପରେ ତାଙ୍କ ବିଷୟରେ ଅଧିକ କିଛି ଜଣାପଡ଼ିବ ବୋଲି ଜଣାପଡ଼ିବ ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି। ପୁରୀ ବାସିନ୍ଦା ଆକାଶ ନାୟକ କହିଛନ୍ତି, ‘ନିଶ୍ଚିତ ଭାବରେ, ସୁରକ୍ଷା ବ୍ୟବସ୍ଥାକୁ ଢିଲା କରାଯାଇଛି। ଆତଙ୍କବାଦୀ ଧମକ୍‌ ଦିଆଯାଇଛି। ପୋଲିସ ଠିକ୍‌ ଭାବରେ ପାଟ୍ରୋଲିଂ କରୁ ନ ଥିବାରୁ ଏପରି ଘଟଣା ଘଟିଛି। ପୋଲିସ ଏହାର ଠିକ୍‌ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?