’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ। ଏହି ଅବସରରେ ଜିଲାପାଳ ସେଠାରେ ନିର୍ମାଣାଧୀନ ‘ଅନ୍ତ୍ୟୋଦୟ ଗୃହ’ର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସୁବିଧା-ଅସୁବିଧା ବିଷୟରେ ସିଧାସଳଖ ପଚାରି ବୁଝିଥିଲେ। ଏଥିସହିତ ଚାଲିଥିବା ଆବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସ୍ଥାୟୀ ଜୀବିକା ନିର୍ବାହ ଏବଂ ଆୟ ବୃଦ୍ଧି ପାଇଁ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିଥିଲେ। ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଘର ତିଆରି ସହିତ ସେମାନେ କିପରି ସାବଲମ୍ବୀ ହୋଇପାରିବେ, ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଜିଲାପାଳଙ୍କ ସହିତ ଗୋଲାମୁଣ୍ଡା ବିଡିଓ ତ୍ରିପୁର ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାୟକ, ଜିଲା ଗ୍ରାମୀଣ ଗୃହ ଯୋଜନାର ଏପିଡି ଅମୁଲ୍ୟ ବାଉଳ, ଏଇଇ ମନୋରଞ୍ଜନ ମହାପାତ୍ର, ସ୍ଥାନୀୟ ନୋଡାଲ ଅଧିକାରୀ ଚିତ୍ତରଞ୍ଜନ ଜେନା, ଏପିଓ କ୍ଷେତ୍ରମୋହନ ମାଝୀ, ପିଇଓ ଅଲେଖ ସା, ବିପିସି ମଧୁସୁଦନ ସାହୁ ଜନ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ବାଗମୁଣ୍ଡାଠାରେ ‘ଅନ୍ତ୍ୟୋଦୟ ନଗର’ ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ୧ ଏକର ଜମି ଯୋଗାଇ ଦିଆଯାଇଛି। ଏହି ଜମିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ୧୩ ଜଣ ନିରାଶ୍ରୟା ବିଧବା ହିତାଧିକାରୀଙ୍କୁ ଥଇଥାନ କରାଯାଉଛି। ଏହି ଜମିର ସଠିକ, ସୁଚିନ୍ତିତ ଓ ବ୍ୟବସ୍ଥିତ ବିକାଶ ଉପରେ ଜିଲାପାଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।
କେବଳ ବାସଗୃହ ନୁହେଁ, ବରଂ ଏହି ୧୩ ଜଣ ମହିଳା ହିତାଧିକାରୀଙ୍କ ପାଇଁ ସମ୍ମାନଜନକ ଜୀବନଧାରଣ, ସ୍ଥାୟୀ ଜୀବିକାର ସୁଯୋଗ ଏବଂ ସାମାଜିକ ତଥା ଅର୍ଥନୈତିକ ସୁରକ୍ଷା ସୁନିଶ୍ଚିତ କରିବା ହିଁ ପ୍ରଶାସନର ମୂଳ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୋମ୍ୟ ରଞ୍ଜନ ପ୍ରଧାନଙ୍କ ଆଗ୍ରହ କ୍ରମେ ଏହି ମୁରବି ବିହୀନ ପରିବାର ଙ୍କ ପାଇଁ ଏହି ନଗର ନିର୍ମାଣ ହେବାକୁ ଯାଉଛି ବୋଲି ଆରମ୍ଭରୁ ଅନ୍ତ୍ୟୋଦୟ ନଗର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିବା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମତାମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ…

ଏହି ୫ କ୍ଷେତ୍ରରେ ହୋଇଯାଆନ୍ତୁ କଞ୍ଜୁସ୍‌, ଆକାଉଣ୍ଟରେ ରହିବ ଖାଲି ଟଙ୍କା ହିଁ ଟଙ୍କା

ପ୍ରାଚୀନ ଭାରତର ଜଣେ ମହାନ ରାଜନୀତିଜ୍ଞ, ଦାର୍ଶନିକ ଏବଂ କୂଟନୀତିଜ୍ଞ ଥିଲେ। ତାଙ୍କର ବୁଦ୍ଧି ଏବଂ ଦୂରଦର୍ଶୀ ଚିନ୍ତାଧାରା ଯୋଗୁ ତାଙ୍କୁ ଭାରତୀୟ ଇତିହାସର ଜଣେ ସର୍ବଶ୍ରେଷ୍ଠ…

ବନ୍ୟା ପରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରୟାସ, ସାନଖେମୁଣ୍ଡିରେ ୨୪ରୁ ୨୧ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳ ମାନଙ୍କରେ ବାତ୍ୟା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ବହୁ ସଂଖ୍ୟକ ପାନୀୟଜଳ ପ୍ରକଳ୍ପ…

୧୦ ହଜାର ଲାଞ୍ଚ ନେଇ ଫସିଲେ SI; ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ, ତାପରେ…

ଭୁବନେଶ୍ବର,୪।୧୧: ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର (SI) । ରାସ୍ତାରେ ଦୌଡ଼ୁଥିବା ବେଳେ ଖସିବାକୁ ଯାଇ ଏକ…

ବନ୍ୟାରେ ଗଞ୍ଜାମର ୪୯୮ ସ୍କୁଲ୍‌ କ୍ଷତିଗ୍ରସ୍ତ, ଏହି ତାରିଖ ଯାଏ ବଢ଼ିଲା ଛୁଟି

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଜିଲାର ମୋଟ ୩୦୯୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ…

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଆଗରେ ଧାରଣା, ବୁଝାଶୁଝା ପରେ…

ରିଆମାଳ,୪ା୧୧(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆଁନାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ବୁଧବାର…

‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି…

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ୮ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ।…

ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ

ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍‌ ପରେ ଏବେ ବକ୍ସିଂ ରିଙ୍ଗ୍‌ରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?