ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା ହ୍ୟାଣ୍ଡ ବ୍ୟାଗକୁ ବୁଧବାର ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଧାନଘର ଗାଁ ଛକରେ ବହି ଦୋକାନ କରିଥିବା ବ୍ୟବସାୟୀ ଜଣକ ଚିକିଟିପେଣ୍ଠ ରାସ୍ତାକଡ଼ରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଥିବା ଜମାଖାତାରୁ କୁଞ୍ଜନ ୬୦ ହଜାର ଟଙ୍କା ଉଠାଇ ୟୁନିୟନ ବ୍ୟାଙ୍କରେ ଥିବା ତାଙ୍କ ଭଉଣୀଙ୍କ ଜମାଖାତାରେ ଡିପୋଜିଟ୍‌ କରିବାକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ବୃନ୍ଦ ଖାଇବାକୁ ଚାଲିଯାଇଥିବା ଜାଣିବା ପରେ ସେ ଘରକୁ ଫେରୁଥିଲେ। ରାସ୍ତାରେ ଜଣେ ଅଜଣା ଯୁବକ ବାଇକ୍‌ ଯୋଗେ ତାଙ୍କ ପାଖକୁ ଆସି ତୁମର ୧ ଶହ ଟଙ୍କା ପଡ଼ିଯାଇଛି କହିଥିଲେ। ସେ ଉକ୍ତ ଟଙ୍କାକୁ ଗୋଟାଉ ଥିବାବେଳେ ଅଜଣା ଯୁବକ ଜଣକ ତାଙ୍କ ହାତରୁ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇ ଦ୍ରୁତଗତିରେ ଚମ୍ପଟ ମାରିଥିଲେ। କୁଞ୍ଜନ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପୋଲିସ ବିଭିନ୍ନ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ବୃତ୍ତ ଗତିବିଧିକୁ ଯାଞ୍ଚ କରି ଫେରିଥିବା ଜଣାପଡ଼ିଛି। ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରେ ବ୍ୟବସାୟୀଙ୍କ ଠାରୁ କୌଶଳକ୍ରମେ ଅଭିନବ ଉପାୟରେ ଦୁର୍ବୃତ୍ତ ଜଣକ ଟଙ୍କା ବ୍ୟାଗକୁ ଝାମ୍ପିି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

ଘରେ ଲୁଚାଇ ରଖିଥିଲେ ବିପୁଳ ବାଣ, ଚଢ଼ାଉ କରି ଜବତ କଲା ପୋଲିସ

ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ…

ଏହି ୫ କ୍ଷେତ୍ରରେ ହୋଇଯାଆନ୍ତୁ କଞ୍ଜୁସ୍‌, ଆକାଉଣ୍ଟରେ ରହିବ ଖାଲି ଟଙ୍କା ହିଁ ଟଙ୍କା

ପ୍ରାଚୀନ ଭାରତର ଜଣେ ମହାନ ରାଜନୀତିଜ୍ଞ, ଦାର୍ଶନିକ ଏବଂ କୂଟନୀତିଜ୍ଞ ଥିଲେ। ତାଙ୍କର ବୁଦ୍ଧି ଏବଂ ଦୂରଦର୍ଶୀ ଚିନ୍ତାଧାରା ଯୋଗୁ ତାଙ୍କୁ ଭାରତୀୟ ଇତିହାସର ଜଣେ ସର୍ବଶ୍ରେଷ୍ଠ…

ବନ୍ୟା ପରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରୟାସ, ସାନଖେମୁଣ୍ଡିରେ ୨୪ରୁ ୨୧ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳ ମାନଙ୍କରେ ବାତ୍ୟା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ବହୁ ସଂଖ୍ୟକ ପାନୀୟଜଳ ପ୍ରକଳ୍ପ…

୪୦୦ ପରିବାରକୁ ସହାୟତା ପ୍ରଦାନ, ବିଭିନ୍ନ ଗାଁ ବୁଲି ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ

ଭଞ୍ଜନଗର,୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଭୟାବହ ବନ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଯାଉଛି। ଏହି କ୍ରମରେ ଗୁରୁବାର…

୧୦ ହଜାର ଲାଞ୍ଚ ନେଇ ଫସିଲେ SI; ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ, ତାପରେ…

ଭୁବନେଶ୍ବର,୪।୧୧: ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର (SI) । ରାସ୍ତାରେ ଦୌଡ଼ୁଥିବା ବେଳେ ଖସିବାକୁ ଯାଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?