ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ

ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଯାଜପୁର ଜିଲାର ବିଜେଡି ଗଡ଼ ଭାବେ ପରିଚିତ କୋରେଇ ବ୍ଲକରେ ସମୀକରଣ ବଦଳୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ବିଚଳିତ ହୋଇ କେତେଜଣ ଡିଲର, ଦଳୀୟ କର୍ମୀ ଓ ନେତା ଭୋଟ ନ ଦେଲେ ରାଶନ କାର୍ଡ କାଟିଦିଆଯିବ ବୋଲି ଭୋଟରଙ୍କୁ ଧମକ ଦେଉଥିବା ସୂଚନା ମିଳିଛି। ଏହି ମର୍ମରେ ଶନିବାର କୁଆଖିଆଠାରେ କୋରେଇ ବ୍ଲକର ସମସ୍ତ ଡିଲରମାନଙ୍କୁ ଡାକି ଏକ ବୈଠକରେ ହିତାଧିକାରୀଙ୍କୁ ଚେତାଇ ଦେବାକୁ ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି।
କୋରେଇ ବ୍ଲକରେ ୨୮ଟି ପଞ୍ଚାୟତ, ୩ ଜିଲା ପରିଷଦ ଓ ୪୦୮ଟି ୱାର୍ଡ ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୩ ଜିଲା ପରିଷଦ ଆସନ ହାତେଇ ପାରିଥିଲା। ହେଲେ ଭାଜପା ହାରିଥିଲେ ମଧ୍ୟ ଭୋଟହାର ବଢ଼ିବା ଯୋଗୁ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କୋରେଇ ବିଜେଡି ଅଳ୍ପକେ ବର୍ତ୍ତି ଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। କୋରେଇ ବ୍ଲକର ୧ ନମ୍ବର ଜିଲା ପରିଷଦ ଜୋନରେ ବିଜେଡି ୫୪% ଭୋଟ ପାଇଥିଲାବେଳେ ୨ ଓ ୩ ନମ୍ବର ଜୋନରେ ୪୫% ଭୋଟ ପାଇଥିଲା। ତେବେ ଭାଜପା ୧ ନମ୍ବର ଜୋନରେ ୨୭%, ୨ ନମ୍ବର ଜୋନ୍‌ରେ ୨୯% ଓ ୩ ନମ୍ବର ଜୋନରେ ୩୩% ଭୋଟ ହାସଲ କରି ପ୍ରଥମଥର ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନକୁ ଏହା ପ୍ରଭାବିତ କରିଥିଲା। ବିଜେଡିର ଅଶୋକ ବଳ ୭୩,୪୦୩ (୪୯.୬%) ଭୋଟ ପାଇଥିଲାବେଳେ ଭାଜପାର ବିଶ୍ୱଜିତ ନାୟକ ୪୨,୬୭୯(୨୮.୪%) ଭୋଟ ପାଇଥିଲେ। ତେବେ କଂଗ୍ରେସର ବନ୍ଦିତା ପରିଡା ମଧ୍ୟ ଏଠାରେ ୨୮,୪୮୭(୧୯.୨୫%) ଭୋଟ ପାଇଥିବାରୁ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ କୋରେଇ ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ ହେଉଛି। କୋରେଇ ବ୍ଲକରେ ମହାଦୁର୍ନୀତି ଓ ପିସି କାରବାର, ବିଧବା ଭତ୍ତା, ପାଇଖାନା ନିର୍ମାଣ ଓ ମୋ ଗୁହାଳ ପ୍ରଭୃତି ଉନ୍ନୟନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ୨୦ହଜାର ଟଙ୍କା ଲେଖାଏ ହାତଗୁଞ୍ଜା ନେଇ ଥିଲାବାଲା ଲୋକଙ୍କୁ ମୋ କୁଡ଼ିଆ ଓ ଇନ୍ଦିରା ଆବାସ ପ୍ରଦାନ କରାଯାଉଛି। ଅଭିଯୋଗ ହେଲେ ବି ସେ ସମ୍ପର୍କରେ ତଦନ୍ତ ହେଉନାହିଁ। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ହରିଲୁଟ ହେଉଥିବା ନେଇ ଲୋକେ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ଏଭଳି ସ୍ଥିତିରେ ରାଶନ କାର୍ଡ ହିତାଧିକାରୀଙ୍କୁ ଧମକ ଦେବା ଅଭିଯୋଗ ପଞ୍ଚାୟତ ନିର୍ବାଚନକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ମତପ୍ରକାଶ ପାଇଛି।
ବ୍ଲକରେ ୩୨,୯୪୬ ରାଶନ କାର୍ଡ ହିତାଧିକାରୀ ରହିଛନ୍ତି। ୨୦୨୦ ଲକ୍‌ଡାଉନ୍‌ ସମୟରେ ରାଶନ କାର୍ଡ ହିତାଧିକାରୀଙ୍କୁ ଚାଉଳ/ଗହମ ମୁଣ୍ଡପିଛା ୫ କେଜି ଏବଂ କିରୋସିନ ରାଶନ କାର୍ଡ ପିଛା ୨ ଲିଟର ଲେଖାଏ ବଣ୍ଟନ ହୋଇଥିଲା। ଏହାବାଦ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବୀ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ରେ ୨୦୨୦ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ମାଗଣାରେ ହିତାଧିକାରୀ ପିଛା ୫ କେଜି ଲେଖାଏ ଚାଉଳ/ଗହମ ବଣ୍ଟନ ହୋଇଥିଲା। ଅନୁରୂପ ଭାବେ ୬ା୪ା୨୦୨୦ରେ ମୁଖ୍ୟମନ୍ତ୍ରୀ ରାଶନ କାର୍ଡ ପିଛା ୧୦୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ତଦନୁସାରେ କୋରେଇ ବ୍ଲକ ପାଇଁ ୩,୩୭,୫୦,୦୦୦ ଟଙ୍କା ଆସିଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ମାତ୍ର ୩,୨୯,୪୬,୦୦୦ ଟଙ୍କା ବଣ୍ଟନ ହୋଇପାରିଥିଲା। ଏଥିରୁ ୮୦୪ ହିତାଧିକାରୀଙ୍କ ୮,୦୪,୦୦୦ଟଙ୍କା ବଣ୍ଟନ ହୋଇପାରି ନ ଥିଲା। ଏଥିରୁ ଏହି ବ୍ଲକରେ ବି ଜାଲ ହିତାଧିକାରୀ ରହିଥିବା ସେତେବେଳେ ସନ୍ଦେହ ହୋଇଥିଲା। ଏନେଇ ରାଜ୍ୟରେ ଲୋକାୟୁକ୍ତ ମାମଲା (ଏଲୱାଇ-୧୨୩/୨୦୨୧)ବିଚାରାଧୀନ ରହିଛି। ଏହାର ଫାଇଦା ନେବାକୁ ଯାଇ ରାଶନ କାର୍ଡ କାଟିିଦେବାର ଧମକ ଦିଆଯାଉଥିବା କେତେଜଣ ଡିଲର ନିଜର ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ବଲାଙ୍ଗୀରରେ ବିଶ୍ୱକର୍ମା ପୂଜା

ବଲାଙ୍ଗୀର, ୧୭।୯: ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଗୁରୁବାର ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ନୂତନ ବସ ଟର୍ମିନାଲଠାରେ ଘରୋଇ…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?