ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ

ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଯାଜପୁର ଜିଲାର ବିଜେଡି ଗଡ଼ ଭାବେ ପରିଚିତ କୋରେଇ ବ୍ଲକରେ ସମୀକରଣ ବଦଳୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ବିଚଳିତ ହୋଇ କେତେଜଣ ଡିଲର, ଦଳୀୟ କର୍ମୀ ଓ ନେତା ଭୋଟ ନ ଦେଲେ ରାଶନ କାର୍ଡ କାଟିଦିଆଯିବ ବୋଲି ଭୋଟରଙ୍କୁ ଧମକ ଦେଉଥିବା ସୂଚନା ମିଳିଛି। ଏହି ମର୍ମରେ ଶନିବାର କୁଆଖିଆଠାରେ କୋରେଇ ବ୍ଲକର ସମସ୍ତ ଡିଲରମାନଙ୍କୁ ଡାକି ଏକ ବୈଠକରେ ହିତାଧିକାରୀଙ୍କୁ ଚେତାଇ ଦେବାକୁ ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି।
କୋରେଇ ବ୍ଲକରେ ୨୮ଟି ପଞ୍ଚାୟତ, ୩ ଜିଲା ପରିଷଦ ଓ ୪୦୮ଟି ୱାର୍ଡ ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୩ ଜିଲା ପରିଷଦ ଆସନ ହାତେଇ ପାରିଥିଲା। ହେଲେ ଭାଜପା ହାରିଥିଲେ ମଧ୍ୟ ଭୋଟହାର ବଢ଼ିବା ଯୋଗୁ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କୋରେଇ ବିଜେଡି ଅଳ୍ପକେ ବର୍ତ୍ତି ଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। କୋରେଇ ବ୍ଲକର ୧ ନମ୍ବର ଜିଲା ପରିଷଦ ଜୋନରେ ବିଜେଡି ୫୪% ଭୋଟ ପାଇଥିଲାବେଳେ ୨ ଓ ୩ ନମ୍ବର ଜୋନରେ ୪୫% ଭୋଟ ପାଇଥିଲା। ତେବେ ଭାଜପା ୧ ନମ୍ବର ଜୋନରେ ୨୭%, ୨ ନମ୍ବର ଜୋନ୍‌ରେ ୨୯% ଓ ୩ ନମ୍ବର ଜୋନରେ ୩୩% ଭୋଟ ହାସଲ କରି ପ୍ରଥମଥର ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନକୁ ଏହା ପ୍ରଭାବିତ କରିଥିଲା। ବିଜେଡିର ଅଶୋକ ବଳ ୭୩,୪୦୩ (୪୯.୬%) ଭୋଟ ପାଇଥିଲାବେଳେ ଭାଜପାର ବିଶ୍ୱଜିତ ନାୟକ ୪୨,୬୭୯(୨୮.୪%) ଭୋଟ ପାଇଥିଲେ। ତେବେ କଂଗ୍ରେସର ବନ୍ଦିତା ପରିଡା ମଧ୍ୟ ଏଠାରେ ୨୮,୪୮୭(୧୯.୨୫%) ଭୋଟ ପାଇଥିବାରୁ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ କୋରେଇ ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ ହେଉଛି। କୋରେଇ ବ୍ଲକରେ ମହାଦୁର୍ନୀତି ଓ ପିସି କାରବାର, ବିଧବା ଭତ୍ତା, ପାଇଖାନା ନିର୍ମାଣ ଓ ମୋ ଗୁହାଳ ପ୍ରଭୃତି ଉନ୍ନୟନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ୨୦ହଜାର ଟଙ୍କା ଲେଖାଏ ହାତଗୁଞ୍ଜା ନେଇ ଥିଲାବାଲା ଲୋକଙ୍କୁ ମୋ କୁଡ଼ିଆ ଓ ଇନ୍ଦିରା ଆବାସ ପ୍ରଦାନ କରାଯାଉଛି। ଅଭିଯୋଗ ହେଲେ ବି ସେ ସମ୍ପର୍କରେ ତଦନ୍ତ ହେଉନାହିଁ। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ହରିଲୁଟ ହେଉଥିବା ନେଇ ଲୋକେ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ଏଭଳି ସ୍ଥିତିରେ ରାଶନ କାର୍ଡ ହିତାଧିକାରୀଙ୍କୁ ଧମକ ଦେବା ଅଭିଯୋଗ ପଞ୍ଚାୟତ ନିର୍ବାଚନକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ମତପ୍ରକାଶ ପାଇଛି।
ବ୍ଲକରେ ୩୨,୯୪୬ ରାଶନ କାର୍ଡ ହିତାଧିକାରୀ ରହିଛନ୍ତି। ୨୦୨୦ ଲକ୍‌ଡାଉନ୍‌ ସମୟରେ ରାଶନ କାର୍ଡ ହିତାଧିକାରୀଙ୍କୁ ଚାଉଳ/ଗହମ ମୁଣ୍ଡପିଛା ୫ କେଜି ଏବଂ କିରୋସିନ ରାଶନ କାର୍ଡ ପିଛା ୨ ଲିଟର ଲେଖାଏ ବଣ୍ଟନ ହୋଇଥିଲା। ଏହାବାଦ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବୀ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ରେ ୨୦୨୦ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ମାଗଣାରେ ହିତାଧିକାରୀ ପିଛା ୫ କେଜି ଲେଖାଏ ଚାଉଳ/ଗହମ ବଣ୍ଟନ ହୋଇଥିଲା। ଅନୁରୂପ ଭାବେ ୬ା୪ା୨୦୨୦ରେ ମୁଖ୍ୟମନ୍ତ୍ରୀ ରାଶନ କାର୍ଡ ପିଛା ୧୦୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ତଦନୁସାରେ କୋରେଇ ବ୍ଲକ ପାଇଁ ୩,୩୭,୫୦,୦୦୦ ଟଙ୍କା ଆସିଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ମାତ୍ର ୩,୨୯,୪୬,୦୦୦ ଟଙ୍କା ବଣ୍ଟନ ହୋଇପାରିଥିଲା। ଏଥିରୁ ୮୦୪ ହିତାଧିକାରୀଙ୍କ ୮,୦୪,୦୦୦ଟଙ୍କା ବଣ୍ଟନ ହୋଇପାରି ନ ଥିଲା। ଏଥିରୁ ଏହି ବ୍ଲକରେ ବି ଜାଲ ହିତାଧିକାରୀ ରହିଥିବା ସେତେବେଳେ ସନ୍ଦେହ ହୋଇଥିଲା। ଏନେଇ ରାଜ୍ୟରେ ଲୋକାୟୁକ୍ତ ମାମଲା (ଏଲୱାଇ-୧୨୩/୨୦୨୧)ବିଚାରାଧୀନ ରହିଛି। ଏହାର ଫାଇଦା ନେବାକୁ ଯାଇ ରାଶନ କାର୍ଡ କାଟିିଦେବାର ଧମକ ଦିଆଯାଉଥିବା କେତେଜଣ ଡିଲର ନିଜର ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri