ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଏବଂ ଜିତେନ୍ଦ୍ର ଭୁଏ (୨୫) ଓ ସମସ୍ତ ଅଭିଯୁକ୍ତ ବରଗଡ଼ ଜିଲା ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ତିଲେଇମାଳ ଗ୍ରାମର ବାସିନ୍ଦା ବୋଲି ଜଣି ପଡ଼ିଛି।
ସୋମବାର ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୫ କିଲୋଗ୍ରାମ ବାଇଣ୍ଡିଂ ତାର, ବିଭିନ୍ନ ଫାଶ, ଗୋଟିଏ ଟାଙ୍ଗିଆ ଆଦି ବ୍ଯାପକ ଶିକାରୀ ସାଗ୍ରୀ ସହ ଗୋଟିଏ ବାଇକ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ବନ୍ୟଜନ୍ତୁ ଯାତାୟାତ କରୁଥିବା ରାସ୍ତାରେ ଏହି ବାଇଣ୍ଡିଂ ତାରରେ ଫାଶ ବିଛାଇ ଶିକାର କରିବାକୁ ଅଭିଯୁକ୍ତମାନେ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ଡିଏଫ୍ଓଙ୍କ ସୂଚନା ଅନୁସାରେ ଗୁପ୍ତ ସୂଚନା ଆଧାରରେ ଗତ ନଭେମ୍ବର ୧୫ ତାରିଖ ରବିବାର ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ୪ଟି ଗ୍ରାମ ନିକଟସ୍ଥ ଅଭୟାରଣ୍ୟ ଅଞ୍ଚଳ ଏବଂ ସନ୍ଦିଗ୍ଧଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଶିକାର ପାଇଁ ଲୁଚାଇ ରଖାଯାଇଥିବା ଲୁହା ସାମଗ୍ରୀ ଖୋଜିବା ପାଇଁ ଏହି ଅଭିଯାନରେ ମେଟାଲ୍ ଡିଟେକ୍ଟରର ବ୍ୟବହାର କରାଯାଇଥିଲା। ସେହିପରି ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ବରଗଡ଼ ପୋଲିସର ମୋବାଇଲ୍ ଟ୍ରାକିଂ ସହାୟତା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ତେବେ ଫସଲ ଅମଳ ସମୟରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ଚାଷଜମି ଆଡ଼କୁ ଆସିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଜନ୍ତୁଶିକାର ଏବଂ ଫସଲ ନଷ୍ଟ ରୋକିବା ଭଳି ପ୍ରତିଷେଧମୂଳକ ବୂଯବସ୍ଥା ସ୍ବରୂପ ଅଭୟାରଣ୍ୟର ପ୍ରାୟ ୪୦ ପ୍ରତିଶତ ସୀମାରେ ବାଡ଼ ଦିଆଯାଇଛି। ଅଭୟାରଣ୍ୟର ସୁରକ୍ଷା ପାଇଁ ୨୫୦ ଜଣ ସୁରକ୍ଷା କର୍ମୀ ଏବଂ ୨୭ଟି ପାଟ୍ରୋଲିଂ ଟିମ୍ ଦିନରାତି ନିୟୋଜିତ ଅଛନ୍ତି। ବନ କର୍ମଚାରୀମାନେ ପ୍ରତି ମାସରେ ୬ ହଜାର କିଲୋମିଟରରୁ ଅଧିକ ପାଦଚଲା ପାଟ୍ରୋଲିଂ କରିବା ସହ ସମ୍ବେଦନଶୀଳ ପ୍ରବେଶ ପଥରେ କ୍ୟାମେରା ଟ୍ରାପ୍ ଓ ସ୍ୱତନ୍ତ୍ର ଦଳ ଜରିଆରେ ନଜର ରଖିଛନ୍ତି। ଏହା ବ୍ୟତୀତ ୬୭ଟି ଇକୋ-ଡେଭଲପମେଣ୍ଟ କମିଟି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଶିକାର ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ନିକଟରେ ଅଭୟାରଣ୍ୟକୁ ଅଣ୍ଡିରା ମହାବଳ ବାଘଟି ଆସିବା ପରେ ପରିସୀମା ଅଞ୍ଚଳର ୧୦୦ରୁ ଅଧିକ ଗ୍ରାମରେ ସଚେତନତା ପୋଷ୍ଟର ଲଗାଯାଇଛି ଏବଂ ଶିକାର ସମ୍ପର୍କିତ ସୂଚନା ଦେଲେ ନଗଦ ପୁରସ୍କାର ଘୋଷଣା କରାଯାଇଛି।
ତେବେ ବନ୍ୟପ୍ରାଣୀ ସୁରକ୍ଷା କେବଳ ଗିରଫଦାରୀ କିମ୍ବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସୀମିତ ନୁହେଁ, ବରଂ ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ବିପଦକୁ ପ୍ରତିହତ କରିବା ଆମର ମୂଳ ଲକ୍ଷ୍ୟ। ବନ୍ୟପ୍ରାଣୀମାନେ ଯେପରି ସୁରକ୍ଷିତ ଭାବେ ଚଳପ୍ରନଚଳ ଓ ବଂଶବିସ୍ତାର କରିପାରିବେ, ସେଥିପାଇଁ ସେମାନଙ୍କ ବାସସ୍ଥଳୀକୁ ସୁରକ୍ଷିତ ରଖିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଡିଏଫ୍ଓ ଦାସ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

ବଡ଼ ଗୁମର ଖୋଲିଲେ ଆର୍ଯ୍ୟବୀର ସେହ୍ବାଗ: ଯନ୍ତ୍ରଣାରେ ଛଟପଟ ହେଉଥିଲେ….

ନୂଆଦିଲ୍ଲୀ,୧୭।୧୧: କ୍ରିକେଟ ପଡ଼ିଆରେ ଲଢ଼େଇ କେବଳ ବ୍ୟାଟ ଓ ବଲ୍‌ରେ ହୁଏ ନାହିଁ, ବେଳେବେଳେ ମନୋବଳ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟ ବଡ଼ ଭୂମିକା ନିଭାଇଥାଏ।…

ସୁନା, ରୁପା ମୂଲ୍ୟରେ ଲଗାତର ହ୍ରାସ

ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ…

ନ୍ୟୁଜିଲାଣ୍ଡକୁ ୪୪୦ ଭୋଲ୍ଟର ଝଟ୍‌କା: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୧୧: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ନଭେମ୍ବର ୧୫ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ରେ ଆହତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?