ଆଇପିଏଲ୍‌ରେ ଏଲ୍‌ବିଡବ୍ଲ୍ୟୁରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଦୁବାଇ, ୧୨।୧୦: ଚଳିତ ଆଇପିଏଲ୍‌ ୨୬ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମୁକାବିଲାରେ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୫୯ ରନର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ୫ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ତେବେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ହାଇଦ୍ରାବାଦ୍‌ ଦଳର ଷ୍ଟାର୍‌ ସ୍ପିନର ରଶିଦ୍‌ ଖାନ୍‌ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲ୍‌ ଇତିହାସରେ ରଶିଦ୍‌ ଏଲ୍‌ବିଡବ୍ଲ୍ୟୁ ମାଧ୍ୟମରେ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମ୍ୟାଚ୍‌ରେ ରାଜସ୍ଥାନର ରବିନ୍‌ ଉଥପ୍ପାଙ୍କୁ ରଶିଦ୍‌ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଏଥିସହ ଆଇପିଏଲ୍‌ରେ ୧୮ଜଣ ବ୍ୟାଟ୍ସମ୍ୟାନଙ୍କୁ ସେ ଏଲ୍‌ବିଡବ୍ଲ୍ୟୁ ମାଧ୍ୟମରେ ଆଉଟ କରିଛନ୍ତି। ଏହିକ୍ରମରେ ରଶିଦ୍‌ କୋଲକାତାର ସୁନୀଲ ନାରିନ (୧୭ଥର)ଙ୍କୁ ପଛରେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri