ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ ଆଲିପୁର ପଞ୍ଚାୟତ କରାତଳି ଗ୍ରାମର ସନ୍ନ୍ୟାସି ଜେନା (୪୫)। ସନ୍ନ୍ୟାସୀ ଆସିକାରୁ ପରିବା ବ୍ୟବସାୟ ସାରି ଚାଲିଚାଲି ନଦୀ ପାରି ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଗ୍ରାମବାସୀ ଏନେଇ ଆସିକା ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖାହେବା ଯାଏ ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ରାଉଳ ସୂଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଅପହରଣ, ଜଣେ ଗିରଫ

ଜଗନ୍ନାଥପ୍ରସାଦ,୨୭ା୮(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ଅପହରଣ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୨୯/୧୯ରେ ଏକ ମାମଲା ରୁଜୁ କରି ଭଞ୍ଜନଗରର...

ନକଲି ଖାଦ୍ୟ ସାମଗ୍ରୀ ପରେ ବିଦେଶୀ ମଦ

ବ୍ରହ୍ମପୁର ଅଫିସ,୨୮।୨: ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ବଡ଼ବଜାର ଥାନା ଅନ୍ତର୍ଗତ...

ପ୍ରତି ବ୍ଲକରେ ହେବ କୋଭିଡ୍‌ କେୟାର ସେଣ୍ଟର

ଭଞ୍ଜନଗର,୧୪।୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋଭିଡ୍‌ କେୟାର ସେଣ୍ଟର ସଂଖ୍ୟା ମଧ୍ୟ ବଢୁଛି। ଭଞ୍ଜନଗରରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ...

ପୁରୁଷୋତ୍ତମପୁରରେ ସ୍ନାନପୂର୍ଣ୍ଣିମା

ପୁରୁଷୋତ୍ତମପୁର, ୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସ୍ନାନପୂର୍ଣ୍ଣିମା ସୋମବାର ପାଳିତ ହେଉଛି। ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ସମେତ ଥାନା ଜଗନ୍ନାଥ ମନ୍ଦିର,...

ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି,...

ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍‌ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍‌ଏସି ଓ...

ଗଞ୍ଜାମର ୨ ଛାତ୍ରୀ ପାଇଲେ ସ୍ବର୍ଣ୍ଣପଦକ

ଗଞ୍ଜାମ/ଆସିକା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲାର ୨ଜଣ ଛାତ୍ରୀ ଅର୍ଥନୀତି ସ୍ନାତକୋତ୍ତର ଓ କଳା ସ୍ନାତକ ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେମାନେ ହେଲେ ଅର୍ଥନୀତିରେ ଶୁଭଦର୍ଶିନୀ ସ୍ବାଇଁ...

ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସି କ୍ୟାମେରା

ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ...

Advertisement
Archives

Model This Week