ଖରାପ ରେଜଲ୍ଟ କରୁଥିବା ସ୍କୁଲ ଶିକ୍ଷକଙ୍କ ତାଲିକା ହେବ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ରାଜ୍ୟରେ ଖରାପ ରେଜଲ୍ଟ କରୁଥିବା ସ୍କୁଲର ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଯେଉଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ଟି ବିଷୟ ଯଥା ଗଣିତ, ଇଂଲିଶ ଓ ବିଜ୍ଞାନରେ ପିଲାମାନେ ଆଶାଠାରୁ କମ୍‌ ମାର୍କ ରଖୁଛନ୍ତି, ସେହିସବୁ ସ୍କୁଲ ସହିତ ସେଠାରେ ପଢ଼ାଉଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ମେ’ ମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୯,୭୨,୮୭୦ ଥିବାବେଳେ ୧,୯୭,୩୨୬ ଜଣ ଶିକ୍ଷକ ରହିଛନ୍ତି। ତେବେ ରାଜ୍ୟରେ ପାସ୍‌-ଫେଲ୍‌ ବ୍ୟବସ୍ଥା ଉଚ୍ଛେଦ ହେବା ପରେ ପିଲାଙ୍କର ପରୀକ୍ଷା ରେଜଲ୍ଟ ଠିକ୍‌ ଭାବେ ସ୍ପଷ୍ଟ ହୋଇପାରୁନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିବର୍ଷ ବାର୍ଷିକ ପରୀକ୍ଷା ହେଉଥିଲେ ମଧ୍ୟ ସବୁ ପିଲାଙ୍କୁ ଉତ୍ତୀର୍ଣ୍ଣ କରିଦିଆଯାଉଛି। ଫଳରେ ପିଲାମାନେ କେତେ ଦକ୍ଷ ଓ ସେମାନଙ୍କ ରେଜଲ୍ଟ କିପରି ହେଉଛି ତାହା ଅଭିଭାବକମାନେ ଜାଣିପାରୁନାହାନ୍ତି। ଏପରି ସ୍ଥିତିରେ ଗତ ୬ବର୍ଷ ହେବ ରାଜ୍ୟରେ ଉଭୟ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷାରେ ପିଲାଙ୍କ ରେଜଲ୍ଟ ଅତ୍ୟନ୍ତ ନୈରାଶ୍ୟଜନକ ରହୁଛି। ବିଶେଷକରି ଗଣିତ, ଇଂଲିଶ ଓ ବିଜ୍ଞାନ ବିଷୟରେ ପିଲାମାନେ ଦୁର୍ବଳ ଥିବା ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ଲାଗି ଶିକ୍ଷକଙ୍କ ଶିକ୍ଷାଦାନ କିପରି ହେଉଛି ତା’ର ତଦନ୍ତ କରାଯିବ ବୋଲି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଫଳରେ ରାଜ୍ୟର ଯେଉଁ ସ୍କୁଲଗୁଡ଼ିକରେ ୫୦ପ୍ରତିଶତରୁ ଅଧିକ ଛାତ୍ରୀଛାତ୍ର ଗଣିତ, ଇଂଲିଶ ଓ ବିଜ୍ଞାନରେ ୩୦ ପ୍ରତିଶତରୁ କମ୍‌ ମାର୍କ ରଖିଛନ୍ତି, ସେହି ସ୍କୁଲରେ ସମ୍ପୃକ୍ତ ବିଷୟ ପଢ଼ାଉଥିବା ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଏବଂ କେଉଁ କାରଣରୁ ପିଲାଙ୍କ ଉନ୍ନତି ହେଉନାହିଁ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବେ। ସେଥିପାଇଁ ସମ୍ପୃକ୍ତ ସ୍କୁଲରେ ଗଣିତ, ଇଂଲିଶ ଓ ବିଜ୍ଞାନ ପଢ଼ାଉଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟର ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନେ କାହିଁକି ମୁଖ୍ୟ ୩ଟି ବିଷୟରେ ଦୁର୍ବଳ ତାହା ତଦନ୍ତ କରାଯିବ। ଶିକ୍ଷକଙ୍କ ତାଲିକା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବା ସହିତ ସେମାନେ କିପରି ଅନୁନ୍ନତ ପିଲାମାନଙ୍କୁ ନୂଆ ଢାଞ୍ଚାରେ ଶିକ୍ଷାଦାନ କରିବେ ସେ ନେଇ ପ୍ରୟାସ କରାଯିବ। ଏଥିସହିତ ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯିବ, ଯଦ୍ଦ୍ବାରା ସବୁ ବର୍ଗର ପିଲାଙ୍କୁ ଦକ୍ଷ କରାଇବାରେ ସଫଳ ହୋଇପାରିବେ। ଏହାବ୍ୟତୀତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ଇଂଲିଶ, ବିଜ୍ଞାନ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଗଣିତ, ଇଂଲିଶ ଓ ବିଜ୍ଞାନ ବିଷୟକୁ ଗୁରୁତ୍ୱ ଦିଆଯିବ। ଗତ ୨ବର୍ଷର ରିପୋର୍ଟ ଅନୁସାରେ ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଚଳିତବର୍ଷ ସମସ୍ତ ଶ୍ରେଣୀର ବାର୍ଷିକ ପରୀକ୍ଷା ଶେଷ ହେବା ପରେ ପିଲାଙ୍କ ମାର୍କକୁ ନଜର ଦେଇ ତାଲିକା ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?