ପୃଥିବୀର ୫ ଭୟାନକ ପରିବର୍ତ୍ତନ: ତାତି-ଥଣ୍ଡାର ଆତଙ୍କ, ଭାରତର ୯ ରାଜ୍ୟ ସାମିଲ…

ନୂଆଦିଲ୍ଲୀ,୨୧।୨ : ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବର୍ଷକୁ ଦୃଷ୍ଟିରେ ରଖି କ୍ରସ ଡିପେଣ୍ଡେନ୍ସି ଇନିସିଏଟିଭ୍‌(ଏକ୍ସଡିଆଇ) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପୃଥିବୀର ୨,୬୦୦ ରାଜ୍ୟ ଏବଂ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁଯାୟୀ, ଭାରତର ନଅଟି ରାଜ୍ୟରେ ମନୁଷ୍ୟକୃତ ସଂରଚନା ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ ବିପଦରେ ରହିଛି।

ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ପାଇଁ ପୃଥିବୀର ୫୦ ଟି ବିପଦପୂର୍ଣ୍ଣ ରାଜ୍ୟ ମଧ୍ୟରୁ ନଅଟି ରାଜ୍ୟ ଭାରତରେ ଅଛି। ଏଥି ମଧ୍ୟରେ ବିହାର, ଉତ୍ତରପ୍ରଦେଶ, ଆସାମ, ରାଜସ୍ଥାନ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଏବଂ କେରଳ ଅନ୍ତର୍ଭୁକ୍ତ। ୧୦୦ ଟି ସହର ତାଲିକାରେ ୧୪ ଟି ଭାରତୀୟ ରାଜ୍ୟର ସହର ଅଛି। ଏଥି ମଧ୍ୟରେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା, କର୍ନାଟକ, ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟର ସହର ରହିଛି।

ଜଳବାୟୁ ପରିବର୍ତ୍ତନ ଏବଂ ବିପଜ୍ଜନକ ପାଣିପାଗ ଘଟଣା ଦ୍ୱାରା ମାନବ କାର୍ଯ୍ୟକଳାପ ତଥା ମନୁଷ୍ୟକୃତ ପରିବେଶ, ଘରଠାରୁ କୋଠା ପର୍ଯ୍ୟନ୍ତ ହୋଇଥିବା କ୍ଷୟକ୍ଷତିର ପୂର୍ବାନୁମାନ ଏହି ରିପୋର୍ଟ ଉଲ୍ଲେଖ କରାଯାଇଛି। ଏହି ଆଧାରରେ ର଼୍ୟାଙ୍କିଙ୍ଗ ମଧ୍ୟ କରାଯାଇଛି। ରିପୋର୍ଟରେ ବନ୍ୟା, ଜଙ୍ଗଲରେ ନିଆଁ, ଉତ୍ତାପ ତରଙ୍ଗ, ସମୁଦ୍ର ପତ୍ତନ ବୃଦ୍ଧି ଭଳି ବିପଦର ବୃଦ୍ଧି ହେବାର ସୂଚନା ଅଛି। ନିକଟରେ ପାକିସ୍ତାନରେ ହୋଇଥିବା ବନ୍ୟା ଯୋଗୁଁ ଘଟିଥିବା ବିନାଶକୁ ଏହି ବିପଦର ଉଦାହରଣ ଭାବେ ଦର୍ଶାଯାଇଛି।

କାର୍ବନ ନିର୍ଗମନକୁ ରୋକିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଜଳବାୟୁ ପରିବର୍ତ୍ତନ ହେତୁ ଆର୍ଥିକ କ୍ଷତି ମଧ୍ୟ ବିନାଶର ଏକ ପ୍ରମୁଖ ବିପଦ ବୋଲି ଦର୍ଶାଯାଇଛି।

ଗୋଟିଏ ଦେଶରେ ସର୍ବାଧିକ ବିପଜ୍ଜନକ ସ୍ଥାନ ଆଧାରରେ ଚାଇନା ତାଲିକାର ଶୀର୍ଷରେ ରହିଛି। ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେଇ ଏକ୍ସଡିଆଇର ବିଜ୍ଞାନ ଏବଂ ବିକାଶର ମୁଖ୍ୟ କାର୍ଲ ମଲନ କହିଛନ୍ତି, ଚାଇନା, ଆମେରିକା ଏବଂ ଭାରତ ଭଳି ଦେଶକୁ ନେଇ ବିପଜ୍ଜନକ ସଙ୍କେତ ଅଛି।

ବିଶ୍ଳେଷକମାନେ କହିଛନ୍ତି ଯେ ବିପଦ ଥିବା ଅଞ୍ଚଳଗୁଡିକ ଉଭୟ ଉପକୂଳ ଏବଂ ଆଭ୍ୟନ୍ତରୀଣ। ସେଠାରେ ନିର୍ମିତ ଭିତ୍ତିଭୂମି ନଷ୍ଟ ହେବାର ଆଶଙ୍କା ରହିଛି। ରିପୋର୍ଟରେ ଥିବା ବିପଦ ତାଲିକାରେ ଅନ୍ତର୍ଭୁକ୍ତ ସହରଗୁଡିକରେ ଅତ୍ୟଧିକ ଉତ୍ତାପ, ବନ୍ୟପ୍ରାଣୀ, ମୃତ୍ତିକା କ୍ଷୟ, ଅତ୍ୟଧିକ ପବନ ଏବଂ ଅତ୍ୟଧିକ ଥଣ୍ଡା ହେବାର ଆଶଙ୍କା ରହିଛି।

ବିଶ୍ଳେଷକମାନେ ୨,୬୦୦ ଅଞ୍ଚଳକୁ ଦେଖିଥିଲେ ଏବଂ ୧୯୯୦ର ସ୍ତର ତୁଳନାରେ ଶତାବ୍ଦୀର ଶେଷ ସୁଦ୍ଧା ହାରାହାରି ତାପମାତ୍ରା ତିନି ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଲେ ୨୦୫୦ ସୁଦ୍ଧା କେତେ ନଷ୍ଟ ହେବ ବୋଲି ହିସାବ କରିଥିଲେ। ମିଳିତ ଜାତିସଂଘ ପରିବେଶ କମିଟି ଆଇପିସିସି କହିଛି ଯେ ଯଦି ଏହି ବିପଦକୁ ବନ୍ଦ କରାଯିବା ଲାଗି ପଦକ୍ଷେପ ଗ୍ରହଣ କରାଯାଏ ତେବେ ଏହି ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ହେବା ଉଚିତ ନୁହେଁ।

ବେଜିଂ, ବୁଏନୋସ ଆଇରେସ, ହୋ ଚି ମିନି ସିଟି, ଜାକର୍ତ୍ତା, ମୁମ୍ବାଇ, ସାଓ ପାଉଲୋ ଏବଂ ତାଇୱାନ ୧୦୦ ବିପଦପୂର୍ଣ୍ଣ ଅଞ୍ଚଳ ତାଲିକାରେ ଅଛନ୍ତି। ଅଷ୍ଟ୍ରେଲିଆ, ବେଲଜିୟମ, କାନାଡା, ଜର୍ମାନୀ ଏବଂ ଇଟାଲୀର ଅଞ୍ଚଳ ମଧ୍ୟ ଏହି ତାଲିକାର ସାମିଲ ହୋଇଛନ୍ତି। ୟୁରୋପରେ ଜର୍ମାନୀର ଲୋୟର ସାକ୍ସୋନି ପ୍ରଦେଶ ସର୍ବାଧିକ ବିପଦରେ ଥିବାବେଳେ ଭେନିସ ସହରକୁ ଘେରି ରହିଥିବା ଭେନେଟୋ ପ୍ରଦେଶ ଚତୁର୍ଥ ସ୍ଥାନରେ ରହିଛି।

ସମଗ୍ର ବିଶ୍ୱକୁ ଚିନ୍ତିତ କରିଥିବା ପାଞ୍ଚଟି ପ୍ରମୁଖ ପ୍ରାକୃତିକ ପରିବର୍ତ୍ତନକୁ ରିପୋର୍ଟରେ ସାମିଲ କରାଯାଇଛି। ପ୍ରଥମରେ ଧସି ଯାଉଥିବା ଜମି ରହିଛି। ସମ୍ପ୍ରତି ପୃଥିବୀର ଅନେକ ଦେଶରେ ଜମି ଧସିବା ଘଟଣା ସାମ୍ନାକୁ ଆସିଛି। ଭାରତର ଉତ୍ତରାଖଣ୍ଡର ଜୋଶୀମଠ ଏହାର ସର୍ବଶେଷ ଉଦାହରଣ । ଏହା ନୁହେଁ ଯେ କେବଳ ଭାରତୀୟ ଉପତ୍ୟକା ଅଞ୍ଚଳରେ ଏଭଳି ପରିବର୍ତ୍ତନ ଘଟିଛି। ଆମେରିକା, ମେକ୍ସିକୋ ସମେତ ଅନେକ ଦେଶରେ ପର୍ବତଗୁଡିକ ଭୁଶୁଡି ପଡୁଛି।

ଆମେରିକାର ୪୫ଟି ରାଜ୍ୟରେ ୧୭ ହଜାର ବର୍ଗ ମାଇଲରୁ ଅଧିକ ଜମି ଭୂସ୍ଖଳନ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛି। ଭୂତଳ ଜଳର ଶୋଷଣ ହେତୁ ଆମେରିକାର ୮୦ ପ୍ରତିଶତରୁ ଅଧିକ ଜମି ଧସି ଯାଇଛି।
ଦ୍ୱିତୀୟରେ ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପାଗ ସହ ଜଡିତ ଏକ ଭୟାନକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହା ଜଣାପଡିଛି ଯେ ୧୮୮୦ ପରଠାରୁ ପୃଥିବୀର ୨୦୨୨ ଷଷ୍ଠ ଉଷ୍ମ ବର୍ଷ ଭାବେ ଉଭା ହୋଇଛି। ଯଦି ଭାରତ ଦୃଷ୍ଟିକୋଣରୁ ଦେଖାଯାଏ, ୨୦୨୨ ବର୍ଷ ୧୯୦୧ ପରଠାରୁ ପଞ୍ଚମ ଉଷ୍ମ ବର୍ଷ ଭାବରେ ରେକର୍ଡ କରାଯାଇଛି ।

ଏହା ସହିତ ରିପୋର୍ଟରେ ପ୍ରମୁଖ ୫ କାରଣ ମଧ୍ୟରେ ଦ୍ରୁତ ଭାବେ ଗ୍ଲାସିୟର ତରଳିବା, ସାମ୍ରଦିକ ଝଡ଼ ସଂଖ୍ୟାରେ ବୃଦ୍ଧି, ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆଦିକୁ ସାମିଲ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri