ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଚଳଚ୍ଚିତ୍ର ହେବା ଆବଶ୍ୟକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ପଣ୍ଡିତ ନୀଳକଣ୍ଠ ଦାସ ପ୍ରଜ୍ଞାର ଓଜସ୍ବିନୀ ସ୍ରୋତ ଥିଲେ। ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ସେ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚତ୍ଥିଲେ। ରାଜନୀତି, ସ୍ବାଧୀନତା ସଂଗ୍ରାମ, ସେବା, ଶିକ୍ଷା ଆଦି ଅନେକ କ୍ଷେତ୍ରରେ ସେ ଅନ୍ୟମାନଙ୍କ ପାଇଁ ଆଦର୍ଶ ଏବଂ ଏକ ମାନକ ସ୍ଥାପନ କରି ପାରିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ କହିଛନ୍ତି। ଶୁକ୍ରବାର ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ପକ୍ଷରୁ ଭାରତୀୟ ବିଦ୍ୟାଭବନଠାରେ ନୀଳକଣ୍ଠଙ୍କ ୧୩୮ତମ ଜନ୍ମୋତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପଣ୍ଡିତ ନୀଳକଣ୍ଠଙ୍କୁ ଭାରତରେ ପରିଚିତ କରାଇବା ପାଇଁ ତାଙ୍କ ସମ୍ପର୍କରେ ଡକ୍ୟୁମେଣ୍ଟାରୀ ବା ଚଳଚ୍ଚିତ୍ର ନିର୍ମାଣ କରାଯିବା ଆବଶ୍ୟକ। ଏହାଦ୍ୱାରା ଦେଶବାସୀ ତାଙ୍କ ଭଳି ଜଣେ ବିରଳ ବ୍ୟକ୍ତିତ୍ୱ ଓ ପ୍ରତିଭା ସମ୍ପର୍କରେ ଜାଣି ପାରିବେ ବୋଲି ମତ ପ୍ରକାଶ କରିଥିଲେ। ସମିତି ସଭାପତି ଅମୀୟଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳକଣ୍ଠଙ୍କ ରଚିତ ‘ଗୀତା ପ୍ରବେଶ’ର ଇଂଲିଶ ଅନୁବାଦ ‘ଅଣ୍ଡରଷ୍ଟାଣ୍ଡିଂ ଦି ଗୀତା’ ପୁସ୍ତକ ଲୋକାର୍ପିତ ହୋଇଥିଲା।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନୀଳକଣ୍ଠ ସୁଭାଷ ଚନ୍ଦ୍ର ବୋଷଙ୍କର ଅନୁଜ ଏବଂ ଗୋପବନ୍ଧୁ ଦାସଙ୍କ ସହଯୋଗୀ ଥିଲେ। ଲୋକଙ୍କ ସେବା କରିବା ପାଇଁ ସେ ରାଜନୀତିରେ ସାମିଲ ହେବା ସହିତ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ଅନେକ ବିରୋଧ ଏବଂ ହିଂସାର ଶିକାର ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ମଧ୍ୟ ହାତଛଡ଼ା କରିଥିଲେ। ଲୋକାର୍ପିତ ହୋଇଥିବା ଏହି ପୁସ୍ତକ ନୀଳକଣ୍ଠଙ୍କୁ ନୂଆ ପାଠକଙ୍କ ପରିସରକୁ ନେଇଯିବ ଏବଂ ଅଧିକ ଲୋକ ତାଙ୍କ ବିଷୟରେ ଜାଣି ପାରିବେ ବୋଲି ପଟ୍ଟନାୟକ କହିଥିଲେ। ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ କାଳିପ୍ରସାଦ ରଥ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ। ସମିତି ଉପସଭାପତି ଡ. ବିଜୟାନନ୍ଦ କର, ଯୁଗ୍ମ ସମ୍ପାଦକ ଡ. ତ୍ରିନାଥ ହୋତା, ସାଧାରଣ ସମ୍ପାଦକ ଡ. ପୂର୍ଣ୍ଣେନ୍ଦୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri