ଏମ୍‌ଏସ୍‌ଏ ସହ ଓଏମ୍‌ଇସିଏଲ୍‌ର ଚୁକ୍ତିନାମା

ଭୁବନେଶ୍ୱର,୬।୮: ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ପରିଚାଳିତ ‘ଓଡ଼ିଶା ମିନେରାଲ୍‌ ଏକ୍ସପ୍ଲୋରେଶନ କର୍ପୋରେଶନ ଲିମିଟେଡ୍‌ (ଓଏମ୍‌ଇସିଏଲ୍‌) ଏବଂ କନ୍‌ସୋର୍ଟିୟମ୍‌ ଏମ୍‌ଏସ୍‌ଓ ସହ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଫଳସ୍ବରୂପ ରାଜ୍ୟରେ ବିଭିନ୍ନ ଖଣିଜ ପଦାର୍ଥର ନିଲାମ ଯୋଗ୍ୟ ଖଣିଜ ଜମା ଅନୁସନ୍ଧାନକୁ ଅପ୍ଟିମାଇଜ୍‌ କରିବାକୁ ଦକ୍ଷିଣ ଆଫ୍ରିକା ଆଣ୍ଡ ଆଇଡିଇପିଏକ୍ସ (ଭାରତ) ଉକ୍ତ ବ୍ଲକଗୁଡିକର ତାଲିକା ପ୍ରସ୍ତୁତ କରିବ। ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏମ୍‌ଇସିଏଲ୍‌ର ଅଧ୍ୟକ୍ଷ ଡି.କେ.ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ, ଓଏମ୍‌ଇସିଏଲ୍‌ର ଏମ୍‌ଡି ବଲୱନ୍ତ ସିଂଙ୍କ ସମେତ ଭୂବିଜ୍ଞାନ ନିର୍ଦ୍ଦେଶକ ଓଡ଼ିଶା ଏବଂ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ହେଉଛି ଏକ ଖଣିଜ ସମ୍ପଦ ଭରା ରାଜ୍ୟ ତଥାପି ରାଜ୍ୟର ବୃହତ୍‌ ଅଂଶ ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇ ନାହିଁ। ଏହି ଅନୁସନ୍ଧାନ କାର୍ଯ୍ୟକ୍ରମ ଲୁକ୍କାୟିତ ଖଣିଜ ଜମା ଆବିଷ୍କାର କରିବ। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟର ବିକାଶ ପାଇଁ ଖଣିଜ ସମ୍ପଦ ବ୍ୟବହାର କରିବାରେ ଏହା ବେଶ୍‌ ସାହାଯ୍ୟ କରିବ ବୋଲି ଡି.କେ. ସିଂ ମତବ୍ୟକ୍ତ କରିଛନ୍ତି। ସେହିଭଳି ବଲୱନ୍ତ ସିଂ କହିଛନ୍ତି, ଏହି ପ୍ରକଳ୍ପ ସହ ରାଜ୍ୟ ଇଚ୍ଛା କରିବ ଯେ ଆଗାମୀ ଦିନରେ ଗଠନମୂଳକ ଏବଂ ବିସ୍ତୃତ ଖଣିଜ ଉତ୍ସ ମାନଚିତ୍ର ପ୍ରାପ୍ତ କରିବାକୁ। ସେଥିପାଇଁ ଭାରତର ଭୂତତ୍ତ୍ୱ ସର୍ବେକ୍ଷଣ, ଭୂବିଜ୍ଞାନ ନିର୍ଦ୍ଦେଶାଳୟ ଏ ନେଇ ସମସ୍ତ କାର୍ଯ୍ୟ କରିବ।
ଏହି ପରିପ୍ରେକ୍ଷୀରେ ଓଏମ୍‌ଇସିଏଲ୍‌ର ନିର୍ଦ୍ଦେଶକ (ଭୂବିଜ୍ଞାନ) ଏସ୍‌.କେ. ସିହ୍ନା ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି, ଡ. ଇଆନ ହାଡନ ଏମ୍‌ଡି ଏମ୍‌ଏସ୍‌ଏ ଏବଂ ଏସ୍‌. କରୁଣାକର ରାଓ ଏମ୍‌ଡି ଆଇଡିପିଇଏକ୍ସଙ୍କ ଉପସ୍ଥିତିରେ ଉକ୍ତ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଓଏମ୍‌ଇସିଏଲ୍‌ର ନିର୍ଦ୍ଦେଶକ (ଅର୍ଥ) ବି.ବି. ପାଣିଙ୍କ ସମେତ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଏସ୍‌ଟିସି ଦଳରୁ ଡ. ଆଶ୍ଲି ଜନ୍‌ସନ, କ୍ରେଗ୍‌ ବ୍ଲେନ୍‌ ଏବଂ ଧ୍ରୁବା ଜ୍ୟୋତି ନାଥ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri