ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦୁଝର,୨୦।୩(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ଉନ୍ନତି କରିଥିବା କଥା ପୋଷ୍ଟର,ବ୍ୟାନର ଦ୍ୱାରା ଡିଣ୍ଡିମ ପିଟୁ ଥିବାବେଳେ ବାସ୍ତବପକ୍ଷେ ଏମିତି ବହୁତ ଗ୍ରାମ ଅଛି ଯେଉଁଠିକି ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଏଭଳି ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗଁା ଗ୍ରାମ ପଞ୍ଚାୟତର ଗୁଆଲଡିହ ଗ୍ରାମରେ। ଭାଟୁଣିଆ ଗ୍ରାମଠାରୁ ଗୁଆଲଡିହ ରେଳ ଷ୍ଟେଶନ ପର୍ଯ୍ୟନ୍ତ ରାସ୍ତା ଭାଙ୍ଗିରୁଜି ମରଣଯନ୍ତା ପାଲଟିଛି। ମଝିରେ ମଝିରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ରାସ୍ତା ସାରା ବଡ଼ ବଡ଼ ପଥର ବିଛାଡ଼ି ହୋଇପଡ଼ିଛି। ଉକ୍ତ ଖାଲରେ ପଡ଼ି ବାଟୋଇ ,ମୋଟର ସାଇକେଲ,ସାଇକେଲ ଆରୋହୀମାନେ ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ପଦ୍ମପୁର,ଗୋବର୍ଦ୍ଧନ,ସେଣ୍ଡକାପ, ରୁକୁଣାଦେଇପୁର, କଣାପଶି, ଜଡିପଦା ବଣୁଆ, କୁସୁମୂଳା, କାଉଁରୀକଳା, ବାଜୁଣିଟାଙ୍ଗର ଆଦି ଗ୍ରାମର ଲୋକେ ଗୁଆଲଡିହ ରେଳ ଷ୍ଟେଶନକୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ରାସ୍ତା ଖରାପ ଯୋଗୁ ରେଳ ଯାତ୍ରୀମାନେ ଠିକ୍‌ ସମୟରେ ଷ୍ଟେଶନରେ ପହଞ୍ଚତ୍ ପାରୁ ନ ଥିବାବେଳେ ରାସ୍ତା ଦୁରବସ୍ଥା ପାଇଁ ବହୁ ହଇରାଣ ହରକତ ହେଉଛନ୍ତି। ରେଳ ବିଭାଗ,ବ୍ଲକ କିମ୍ବା ଜିଲା ପ୍ରଶାସନ କାହାର ଏହି ରାସ୍ତା ପ୍ରତି ନଜର ନ ପଡ଼ିବା ଦୁର୍ଭାଗ୍ୟର ବିଷୟ। ରାସ୍ତା ନିର୍ମାଣ ନ ହେଲେ ଏହି ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତାର ଦୁରବସ୍ଥା ଖବର ପାଇ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ଗ୍ରାମକୁ ଯାଇଥିଲେ। ଯେହେତୁ ଏହି ରାସ୍ତା ଦେଇ ରେଳ ଷ୍ଟେଶନ, ନୂଆଗଁା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଅଞ୍ଚଳର ଲୋକେ ଯାତାୟାତ କରିବା ସହିତ ଏ ରାସ୍ତାଟି ଗୁଆଲଡିହ ଗ୍ରାମର ଜୀବନ ରେଖା ସଦୃଶ। ତେଣୁ ତୁରନ୍ତ ଏହି ରାସ୍ତାଟି ପିଚୁ କିମ୍ବା କଂକ୍ରିଟ କରିବାକୁ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ମାନସ ମାଝି, ସଞ୍ଜିତ ମାଝି,ମାନୁ ମୁଣ୍ଡା, ଦୂର୍ଯ୍ୟ ପାତ୍ର, ଭାସ୍କର ମାଝି, ପରେମଶ୍ବର ମାଝି, ପ୍ରଫୁଲ୍ଲ ନାୟକ, ଲମ୍ବୋଦର ମାଝି ପ୍ରମୁଖ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri