Posted inଜାତୀୟ

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ବାସ୍ତବରେ, ମିଳିତ ଜାତିସଂଘର କିଛି ଦିନ ପୂର୍ବରୁ ଆସିଥିବା ରିପୋର୍ଟରେ ଦର୍ଶାଯାଇଥିଲାଯେ ଜନସଂଖ୍ୟା ଦୃଷ୍ଟିରୁ ଆସନ୍ତା ବର୍ଷ ଭାରତ ଚାଇନାକୁ ଅତିକ୍ରମ କରିବ। ଏ ବାବଦରେ ସାରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ନେଇ ଏକ ବିତର୍କ ଚାଲିଥିଲା। ଏହି ସମୟରେ ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ବର୍ତ୍ତମାନପର୍ଯ୍ୟନ୍ତଚିନ୍ତା କରୁନାହାଁନ୍ତି ଏବଂ ନେଇ କୌଣସି ଯୋଜନା ମଧ୍ୟ ନାହିଁ।

ପାୱାର କହିଛନ୍ତି ଯେ ଜାତୀୟ ପରିବାର ଯୋଜନା କାର୍ଯ୍ୟକ୍ରମକୁ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି, ଯାହା ଜାତୀୟ ଜନସଂଖ୍ୟା ନୀତି, ୨୦୦୦ ଏବଂ ଜାତୀୟ ସ୍ବାସ୍ଥ୍ୟ ନୀତି, ୨୦୧୭ ର ନୀତି ଅନୁଯାୟୀ ପରିଚାଳିତ ହେଉଛି। ଯାହା ଦ୍ୱାରା ୨୦୪୫ ସୁଦ୍ଧା ଜନସଂଖ୍ୟା ସ୍ଥିରତାର ଲକ୍ଷ୍ୟ ସହିତ ପରିବାର ଯୋଜନାର ଆବଶ୍ୟକତା ପୂରଣ ହୋଇପାରିବ। ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଯାଞ୍ଚ କରିବାକୁ ସରକାରଙ୍କ ଉଦ୍ୟମ ସଫଳ ହୋଇଛି ଏବଂ ଏହି କାରଣରୁ ୨୦୧୯-୨୧ ପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏଏପଏଚଏସ-୫)ରେ ମୋଟ ଫର୍ଟିଲିଟି ରେଟ (ଟିଏଫଆର) ୨.୦କୁ ଖସି ଆସିଛି ଯାହା ପ୍ରତିସ୍ଥାପନ ସ୍ତରଠାରୁ ତଳେ ରହିଛି। ଏଥିରେ ଜନ୍ମହାର ସହିତ ମୃତ୍ୟୁ ହାର ସମାନ ହୋଇଛି।

ସେ କହିଛନ୍ତି ଯେ ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୧ଟି ପ୍ରତିସ୍ଥାପନସ୍ତରର ପ୍ରଜନନ କ୍ଷମତା ହାସଲ କରିଛି। ପାୱାର କହିଛନ୍ତି ଯେ ଆଧୁନିକ ଗର୍ଭନିରୋଧକ ବ୍ୟବହାର ୫୬.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ପରିବାର ଯୋଜନା ପାଇଁ ପୂରଣ ହୋଇ ନ ଥିବା ଆବଶ୍ୟକତା ୯.୪ ପ୍ରତିଶତ ରହିଛି। ସେ ସୂଚନା ଦେଇଛନ୍ତି ଯେ ସମୟ କ୍ରୁଡ ବାର୍ଥ ରେଟ୍‌ (ସିବିଆର) ୨୦୧୯ ରେ ୧୯.୭କୁ ଖସି ଆସିଛି। ତେଣୁ ସରକାର କୌଣସି ବୈଧାନିକ ପଦକ୍ଷେପ ଉପରେ ବିଚାର କରୁନାହାଁନ୍ତି ବୋଲି ସେ କହିଛନ୍ତି।

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଜନ ବ୍ରିଟାସ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଦାବିକୁ ଦର୍ଶାଇ ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ଲୋଡିଥିଲେ। ଏହାର ଉତ୍ତରରେ ଭାରତୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?