ବର୍ଷାକୁ ନାହିଁ ଭରସା

ଅନୁଗୋଳ ଅଫିସ, ୩୦ା୭ କଥାରେ ଅଛି ଆଷାଢ଼-ଶ୍ରାବଣ, ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଆରମ୍ଭ ହୋଇଥିଲେ ମଧ୍ୟ ଅନୁଗୋଳ ଜିଲାରେ ସ୍ବାଭାବିକ ହୋଇପାରୁନି କୃଷି କାର୍ଯ୍ୟ। ଆବଶ୍ୟକ ବୃଷ୍ଟିର ଅଧା ବି ଏଯାଏ ହୋଇ ନ ଥିବାରୁ ରୁଆ ଉପୁଡ଼ା ଜିଲାରେ ଆଗେଇପାରୁ ନାହିଁ। ଲଘୁଚାପ ଯୋଗୁ ଆସନ୍ତା ୪ ତାରିଖ ଯାଏ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଏହା ଚାଷୀଙ୍କ ମନରେ ଆଶା ଭରିପାରୁ ନାହିଁ। କାରଣ ଗତବର୍ଷ ଏହି ସମୟରେ ଚାଷୀ ହତାଶ ହୋଇଥିବାରୁ ଚଳିତବର୍ଷ ବର୍ଷା ଉପରେ ବିଶ୍ୱାସ ରଖିପାରୁ ନାହିଁ। ଫଳରେ ଜିଲାର ୮ଟି ଯାକ ବ୍ଲକରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି।
କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ଅନୁଗୋଳ ଜିଲାରେ ୩୪୭ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଅଦ୍ୟାବଧି ମାତ୍ର ୧୫୭.୮୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗତବର୍ଷ ୨୩୮.୦୮ ମି.ମି. ତୁଳନାରେ ବହୁ କମ୍‌। ଚଳିତ ଲଘୁଚାପଜନିତ ବର୍ଷା ପରେ ଉକ୍ତ ପରିମାଣ ୨ଶହ ମିଲିମିଟର ହୋଇପାରେ। ତଥାପି ଏହା ଚାଷ କାର୍ଯ୍ୟକୁ ସ୍ବାଭାବିକ କରିପାରିବ ନାହିଁ। ଜିଲାର ପାଲଲହଡ଼ାରେ ସର୍ବାଧିକ ୨୪୩ ମି.ମି. ବର୍ଷା ହୋଇଛି। ବଅଁରପାଳରେ ୨୩୧ ମି.ମି., କିଶୋରନଗରରେ ୨୨୪.୮ ମି.ମି., ତାଳଚେରରେ ୨୨୪ ମି.ମି., କଣିହଁାରେ ୨୦୯ ମି.ମି., ଅନୁଗୋଳରେ ୧୯୭.୪ ମି.ମି., ଆଠମଲ୍ଲିକରେ ୧୬୪.୩ ମି.ମି. ଓ ଛେଣ୍ଡିପଦାରେ ସବୁଠୁ କମ୍‌ ୧୩୦ ମି.ମି. ବର୍ଷା ହୋଇଛି। ଚଳିତବର୍ଷ ଜିଲାରେ ମୋଟ୍‌ ୮୬ ହଜାର ୪୫ ହେକ୍ଟର ଜମିରେ ଖରିଫ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ସେହି ଲକ୍ଷ୍ୟ ଏବେ ୪୬ ହଜାର ୯୮୫ ହେକ୍ଟରରେ ଯାଏ ପହଞ୍ଚିପାରିଛି। ଅନୁଗୋଳ ବ୍ଲକରେ ୧୨ ହଜାର ୨୧୦ ହେକ୍ଟର ମଧ୍ୟରୁ ଅଦ୍ୟାବଧି ୩ ହଜାର ୮୧୭ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିଛି। ସେହିପରି ବଅଁରପାଳ ବ୍ଲକରେ ୧୦ ହଜାର ୬୭୫ ହେକ୍ଟର ମଧ୍ୟରୁ ୪ ହଜାର ୫୬୭ ହେକ୍ଟର, ଛେଣ୍ଡିପଦାରେ ୧୨ ହଜାର ୪୬୩ ହେକ୍ଟରରୁ ୬ ହଜାର ୭୫୪ ହେକ୍ଟର, ଆଠମଲ୍ଲିକରେ ୧୨ ହଜାର ୧୮୬ରୁ ୬ ହଜାର ୮୯୦ ହେକ୍ଟର, କିଶୋରନଗରରେ ୮ ହଜାର ୪୩୨ରୁ ୩ ହଜାର ୫୩୫ ହେକ୍ଟର, ତାଳଚେରରେ ୭ ହଜାର ୫୪୦ରୁ ୫ ହଜାର ୮୮୭ ହେକ୍ଟର, କଣିହଁାରେ ୧୨ ହଜାର ୧୭୯ରୁ ୭ ହଜାର ୩୫୮ ହେକ୍ଟର, ପାଲଲହଡ଼ାରେ ୧୦ ହଜାର ୩୬୦ରୁ ୮ ହଜାର ୧୭୭ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସରିଛି। ଜିଲାର କେତେକ ସ୍ଥାନରେ କମ୍‌ ବୃଷ୍ଟିପାତ ନେଇ ସରକାରଙ୍କୁ ପୂର୍ବରୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଅଧିକ ବର୍ଷା ହୋଇ ନ ଥିଲେ କିଛି ବ୍ଲକରେ ଧାନ ସ୍ଥାନରେ ମୁଗ ଓ ବିରି ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯିବାକୁ ପ୍ରସ୍ତୁତି କରାଯାଉଥିଲା। ରାଜ୍ୟ କୃଷି ବିଭାଗର ଉପନିର୍ଦ୍ଦେଶକ ମଧ୍ୟ ଅନୁଗୋଳ ଗସ୍ତରେ ଆସି କେତେକ ବ୍ଲକରେ ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ଲଘୁଚାପଜନିତ ବର୍ଷା ହେଉଥିବାରୁ ଚାଷ ସ୍ଥିତି ସୁଧୁରିଯିବାର ଆଶା କରାଯାଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
ପାଣି ନ ଥିବାରୁ ଉଜୁଡ଼ିଗଲା
ଆବଶ୍ୟକ ବର୍ଷା ଅଭାବରୁ ଜମିରେ ପାଣି ନାହିଁ। ତେଣୁ ଚଳିତବର୍ଷ ଚାଷ ଅବସ୍ଥା କ’ଣ ହେବ, ତାହା ଚାଷୀମାନେ ଭାବିପାରୁ ନାହାନ୍ତି। ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫସଲ ବଞ୍ଚିବ କି ମରିବ ତାହା କାହାକୁ ଜଣାନାହିଁ। ତେଣୁ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଛୁ।
-ପାପୁନ୍‌ ସାହୁ
ଚାରବାଟି, ଛେଣ୍ଡିପଦା
ମେଘୁଆ ପାଗ ଦେଉଛି ଆଶ୍ୱାସନା
ମାସେ ହେଲାଣି ବର୍ଷା ସେପରି ନାହିଁ। ଖରା ଅଧିକ ହେଉଥିବାରୁ ବିଲ ଶୁଖିଯାଉଛି। ଆଷାଢ଼ ମାସରେ ଏପରି ସ୍ଥିତି ଯୋଗୁ ଚାଷ ଜିଲାରେ କାର୍ଯ୍ୟ ପଛେଇ ଚାଲିଛି। ଦୁଇ ଦିନ ହେଲା ଲଘୁଚାପ ଯୋଗୁ କିଛି କିଛି ବର୍ଷା ହେଉଛି। ପାଗ ମେଘଯୁକ୍ତ ରହୁଛି। ଏହା ଚାଷୀ ଭାଇମାନଙ୍କ ମନରେ ଆଶ୍ୱାସନା ଦେଉଛି।
-ରମାକାନ୍ତ ସାହୁ
ପାଣିହରା, ଖମାର
ମରୁଡ଼ି ଆଶଙ୍କାରେ ନିଦ ହଜିଗଲାଣି
ଆଷାଢ଼ ଆରମ୍ଭରୁ ତଳି ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରେ ବର୍ଷା ଠିକ୍‌ ଭାବେ ହେଲାନାହିଁ। ତେଣୁ ରୁଆ କାର୍ଯ୍ୟ ଆଗେଇପାରୁ ନାହିଁ। ଆଗାମୀ ଦିନରେ ଯଦି ଏପରି ଅନିୟମିତ ବର୍ଷା ହୁଏ ତା’ହେଲେ ମରୁଡ଼ି ଆଶଙ୍କା ଦେଖାଦେଇପାରେ। ସେଥିପାଇଁ ଜିଲାର ଚାଷୀମାନଙ୍କ ଆଖିରୁ ନିଦ ହଜିଗଲାଣି।
-ହାଡ଼ିବନ୍ଧୁ ସାହୁ
ବରସାହି, ଛେଣ୍ଡିପଦା
ଅଧିକ ସମସ୍ୟା ହେବ ନାହିଁ
ଅନୁଗୋଳ ଜିଲାରେ ମାସେ ହେଲା ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଥିଲା। ହେଲେ କିଛି ଦିନ ହେବ ଅଳ୍ପ ଅଳ୍ପ ବର୍ଷା ହେଉଥିବାରୁ ଚାଷରେ ଅଧିକ ସମସ୍ୟା ରହିବ ନାହିଁ। ତେଣୁ ଚାଷୀ ଭାଇମାନେ ଯଥାଶୀଘ୍ର ବେଉଷଣ ଓ ରୁଆପୋତା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri