ଲାଞ୍ଜିଗଡ଼ରେ ୮ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ନାହିଁ, ତୁଟୁଛି ଆସ୍ଥା

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୮ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ନାହିଁ। କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ୍‌ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ କମ୍ପାନୀ ସିମ୍‌ ଅନ୍ୟତମ। ବିଏସ୍‌ଏନ୍‌ଏଲ ଏକ ପୁରୁଣା ଟେଲିକମ୍‌ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି ସିମ୍‌କୁ ବହୁଳ ବ୍ୟବହାର କରିଥାନ୍ତି। ଏମିତିକି ଅଫିସଗୁଡ଼ିକରେ ମଧ୍ୟ ଅଧିକତର ଏହି ବିଏସ୍‌ଏନ୍‌ଏଲ୍‌ ନେଟ୍‌ର ବ୍ୟବହାର ହୋଇଥାଏ। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି ଏହି କମ୍ପାନୀ। ଲୋକଙ୍କୁ ଠିକ୍‌ରେ ସେବା ଯୋଗାଇ ପାରୁନାହିଁ। ଅଧିକାଂଶ ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ ନମ୍ବର ଜଡିତ ଥିବାରୁ ସେମାନେ ଓଟିପି ନ ଆସିଲେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। କେତେବେଳେ ନେଟଓ୍ବର୍କ ରହୁଛି ତ କେତେବେଳେ ରହୁନାହିଁ । ଅନ୍ୟ କମ୍ପାନୀ ନେଟଓ୍ବର୍କ ତୁଳନାରେ ବିଏସ୍‌ଏନ୍‌ଏଲ ନେଟଓ୍ବର୍କ ପ୍ରତି ମାସରେ ୫ଦିନ ୬ଦିନ ନେଟଓ୍ବର୍କ ଉଭାନ ହେଇଯାଏ।

ସୂଚନା ଥାଉକି, ୮ ଦିନ ହେଲାଣି ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ର ନେଟଓ୍ବର୍କ ନାହିଁ। ଫଳରେ ଲୋକଙ୍କ ଯୋଗାଯୋଗରେ ବିଚ୍ଛିନ୍ନ ଘଟିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ। ଲାଞ୍ଜିଗଡ଼ ସହରରେ ଲୋକେ ଅଧିକ ମାତ୍ରାରେ ଏହି ସିମ୍‌ କାର୍ଡ ବ୍ୟବହାର କରୁଛନ୍ତି ହେଲେ ସେବା ନ ମିଳିବାରୁ ଶେଷରେ ସିମ୍‌ ବଦଳାଉଛନ୍ତି। ୮ ଦିନ ହେଲା ନେଟ୍‌ କାମ ହୋଇପାରୁନାହିଁ। ତେଣୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛ। ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର, ଦୁର୍ଗମ ଏବଂ ଘାଟି ଅଞ୍ଚଳରେ ଥିବା ମୂଷନାଳ ଓ ବିଜେପୁରଠାରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ସ୍ଥାପନ କରାଯାଇଛି ହେଲେ ତାହା ନାମକୁ ମାତ୍ର। ନେଟ୍‌ କାମ ଥିଲେ ଲୋକେ ହାତିଶାଳ ଘାଟିକୁ ଆସି ନିଜ କାମ କରୁଥିବା ଦେଖିବାକୁ ମିଳୁଛି । ଡିଜିଟାଲ ଯୁଗରେ ପିଲାଙ୍କ ପାଠପଢା ପାଇଁ ଏବଂ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡିଲେ ବହୁତ ଅସୁବିଧା ଭୋଗୁଛନ୍ତି ନେଟଓ୍ବର୍କ ନ ଥିଲେ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାଓ୍ବାର ସ୍ଥାପନ କରିଛନ୍ତି ହେଲେ ସରକାରୀ ବାବୁଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ୍‌ ତାହା ବାଟବଣା ହେବାରେ ଲାଗିଛି । ଯେତେ ଅଭିଯୋଗ କଲେ ମଧ୍ୟ ଦେଖ ଶୁଣ ଚୁପରୁହ ନୀତିରେ ଚାଲିଛି । ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି । ଏ ବିଷୟରେ ନେଟୱର୍କ ବିଭାଗର ରମାକାନ୍ତ ପ୍ରାମାଣିକଙ୍କୁ ପଚାରିବାରୁ ସେ କହିଲେ କେବୁଲ କଟିଯାଇଛି ତେଣୁକରି ନେଟୱର୍କ ନାହିଁ ଏବଂ କେବୁଲ କାମ କରିବା ପାଇଁ କର୍ମଚାରୀ ଯାଇଥିଲେ କେବୁଲ ଯୋଡିବା ବିଭାଗକୁ ଯୋଗାଯୋଗ କଲେ ଜଣା ପଡିବ ବୋଲି ପ୍ରକାଶ କରିଥିଲେ । ଏନେଇ କେବୁଲ ଯୋଡିବା ବିଭାଗର ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ଲାଞ୍ଜିଗଡ ପ୍ଲାଣ୍ଟ ଭିତରେ କେବୁଲ କଟିଛି ଏବଂ ତାହା ଯୋଡିବା ପାଇଁ ଭିତରକୁ ଯିବାପାଇଁ ଅନୁମତି ମିଳୁନାହିଁ ତେଣୁ ଅନୁମତି ମିଳିଲାପରେ କେବୁଲ ଯୋ ଏବଂ ଦୁଇ ତିନିଦିନ ଲାଗିପାରେ ବୋଲି ପ୍ରକାଶ କରିଥିଲେ। ଲାଞ୍ଜିଗଡ଼ ଅଞ୍ଚଳବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ସେଥିପାଇଁ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri