Advertisement

ନିଲାମ ହେଉନି, ଖତ ଖାଉଛି ସରକାରୀ ଗାଡ଼ି

ଭବାନୀପାଟଣା,୨୫।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ସରକାରୀ ଗାଡି। ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଗାଡିଗୁଡିକ ଏବେ ପରିତ୍ୟକ୍ତ ଭାବେ ସେଠାରେ ପଡିରହିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ଅଧିକାରୀଙ୍କ କ୍ଷେତ୍ର ବୁଲିବା ପାଇଁ ଏହି ଗାଡି ସବୁ ଆସିଥିଲା। ବିଶେଷ କରି ମ୍ୟାଲେରିଆ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କ ପାଇଁ ଏହି ଗାଡି ସବୁ ବ୍ୟବହୃତ ହେଉଥିବା ଲାଗିଥିବା ସୂଚନା ଫଳକରୁ ଜଣାପଡୁଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହ ପରିସରରେ ମଧ୍ୟ ଏଭଳି ଅନେକ ଗାଡି ପଡିଥିବା ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଡିଗୁଡିକୁ ନିଲାମ କରାଯାଉ ନ ଥିବାରୁ ଏହି ଗାଡିଗୁଡିକ ଏବେ ମାଟିରେ ମିଶିବାକୁ ବସିଲାଣି। ଏ ନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜନ ମିତ୍ର ପଚାରିବାରୁ ସେଗୁଡିକୁ ଆମେ କିଛି କରିପାରିବୁ ନାହଁି। ତାହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (ଏଚ୍‌ଏଣ୍ଡ ଏଫ୍‌ଡବ୍ଲୁ) ନିର୍ଦ୍ଦେଶକ ହାତରେ ରହିଛି। ତାଙ୍କୁ ଆମେ ପତ୍ର ଲେଖିଛୁ, ଗାଡିଗୁଡିକ ଖରାପ ହେଲାଣି ତାହାକୁ ନିଲାମ କରିବା ପାଇଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୬୧ ଲିଟର ମଦଜବତ, ପୋଚ ନଷ୍ଟ

ଧରାକୋଟ,୧୧ା୪(ଡି.ଏନ.ଏ.)- ଧରାକୋଟ ଥାନା ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ଧରାକୋଟ ପୋଲିସ ଓ ଆସିକା ପୋଲିସ ମିଳିତ ଭାବେ ଚଢ଼ାଉ କରି ୮ ହଜାର ଲିଟର...

କରୋନା ଆକ୍ରାନ୍ତଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ, କୋଭିଡ଼ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼,୨୯ା୫(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ...

ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଗାଁ ଲୋକ

ରସୁଲପୁର/ଧର୍ମଶାଳା, ୨୨ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ଗ୍ରାମରେ ରବିବାର ମଧ୍ୟାହ୍ନରେ ଗ୍ୟାସ ଚୁଲାରୁ ନିଆଁ ବ୍ୟାପୀ ୨୬ବଖରା ଜଳି ପାଉଁଶ ହୋଇଯାଇଛି।...

କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ...

ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ଗଦାକଲେ ଚାଷୀ

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହିଯାଇଛି। ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ...

ହୀରାକୁଦ ଜଳଭଣ୍ଡାରର ୧୮ଗେଟ୍‌ରେ ଜଳ ନିଷ୍କାସନ: ତଳ ମୁଣ୍ଡରେ ବିପଦ ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା...

ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ...

୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

Advertisement
Archives

Model This Week