ମରଣଯନ୍ତା ପାଲଟିଛି ରାସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା

କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ଛକଠାରୁ ବେଲଖଣ୍ଡି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ ମେଟାଲ ବିଛେଇ ନିର୍ମାଣ କାର୍ଯ୍ୟର ଅଗ୍ରଗତି ହେଉ ନ ଥିବାରୁ ଲୋକେ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ନର୍ଲା ବ୍ଲକର ପଲମ ଛକଠାରୁ କେସିଙ୍ଗା ବ୍ଲକ ବେଲଖଣ୍ଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ଜରିଆରେ ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ସଞ୍ଜୟ କୁମାର ମଢେଇଙ୍କୁ ପଚାରିବାରୁ ଆଜିଠୁଁ ରାସ୍ତାରେ ପାଣି ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଛି। ଶୀଘ୍ର କାମ ସାରିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ତେବେ ଉକ୍ତ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡାଠାରୁ ରିଷିଡା ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ କର୍ଲାମୁଣ୍ଡା ବ୍ଲକରେ ଜିଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିରରେ ଲୋକେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇ ନ ଥିବା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ନାନା ପାଟେକର; ପ୍ରଧାନମନ୍ତ୍ରୀ ପଦକୁ ନେଇ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା

ମୁମ୍ବାଇ,୮।୧୦: ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ନିଜର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ସେ କେବଳ ନିଜ ଚଳଚ୍ଚିତ୍ର ପାଇଁ…

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?