‘ଅଙ୍ଗଦାନ ପାଇଁ ରାଜ୍ୟରେ ବ୍ୟାପକ ସମ୍ଭାବନା ଅଛି’

କଟକ ଅଫିସ,୨୮ା୧୧: ଗତ ଫେବୃୟାରୀ ୪ତାରିଖରେ ଓଡ଼ିିଶାରେ କାଡାଭରିକ (ମୃତ୍ୟୁବେଳେ ଅଙ୍ଗଦାନ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ୩ଜଣ ଅଙ୍ଗଦାନ କରିଛନ୍ତି। କିଡ୍‌ନୀ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗ ଯେପରିକି ଫୁସ୍‌ଫୁସ୍‌, ଯକୃତ ମଧ୍ୟ କାଡାଭରିକ ପ୍ରକ୍ରିୟାରେ ପ୍ରତିରୋପଣ କରାଯାଇପାରିବ। ତେବେ ଏ ନେଇ ବ୍ୟାପକ ସଚେତନତା ଆବଶ୍ୟକ। ଗଣମାଧ୍ୟମ ସମେତ ପୋଷ୍ଟର ଓ ବ୍ୟାନର ଜରିଆରେ ଏ ସଂକ୍ରାନ୍ତରେ ପ୍ରଚାର କରାଗଲେ ଫାଇଦା ମିଳିବ। ଏହାବ୍ୟତୀତ ପ୍ରମୁଖ ହସ୍ପିଟାଲଗୁଡ଼ିକର ଆଇସିୟୁରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏ ନେଇ ବୁଝାଇବା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏସ୍‌ସିବି ନେଫ୍ରୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ରାକେଶ କୁମାର ରାଉତ କହିଛନ୍ତି ା ସେ କହିଛନ୍ତି, କଟକ ଓ ଭୁବନେଶ୍ୱର ପରି ସହରରେ ସମସ୍ତ ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିିବା ମଧ୍ୟ ଆବଶ୍ୟକ। ମୁଖ୍ୟତଃ ତାଲିମପ୍ରାପ୍ତ ବିଭାଗୀୟ ଡାକ୍ତର, ପାରା ମେଡିକାଲ କର୍ମଚାରୀ, ଅସ୍ତ୍ରୋପଚାର ଗୃହ ଓ ତତ୍‌ସମ୍ବନ୍ଧୀୟ ସରକାରୀ ଅନୁମତି କାଗଜପତ୍ର ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏହି ପ୍ରକ୍ରିୟାରେ ଅଙ୍ଗଦାନ କରିଥିବା ପରିବାରର ଲୋକଙ୍କୁ ସାମାଜିକ ଗୁରୁତ୍ୱ ଦିଆଯିବା ସହ ସରକାରୀ କାର୍ଯ୍ୟକ୍ରମରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବା ଦରକାର। ଯଦି ସମ୍ଭବ ହୁଏ ପ୍ରୋତ୍ସାହନ ବାବଦରେ କିଛି ସହାୟତା ଦିଆଗଲେ ଯୋଜନା ଆହୁରି ଅଧିକ ଫଳପ୍ରଦ ହୋଇପାରିବ। ରାଜ୍ୟରେ ପୂର୍ବଭଳି ଆଉ ରକ୍ତର ଅଭାବ ରହୁନାହିଁ। ଏବେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ବି ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ଦାନ କରିଛନ୍ତି। ଏସବୁ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଆଗଲେ ଓଡ଼ିିଶାରେ କାଡାଭରିକ ଅଙ୍ଗ ପ୍ରତିରୋପଣ ନିମନ୍ତେ ବ୍ୟାପକ ସମ୍ଭାବନା ରହିଛି ବୋଲି ଡାକ୍ତର ରାଉତ ମତ ପ୍ରକାଶ କରିଛନ୍ତି।

 

ଏମାନଙ୍କୁ ଝୁରିଲା ଓଡ଼ିିଶା…

କିଛି ଲୋକଙ୍କ କର୍ମ ସେମାନଙ୍କୁ ମୃତ୍ୟୁ ପରେ ବି ଅମର କରିଦିଏ। ଏଭଳି ବ୍ୟକ୍ତିମାନେ ଜୀବଦ୍ଦଶାରେ ଥିଲାବେଳେ ସମାଜର ହିତ ସାଧନ ପାଇଁ ଯେମିତି ନିଃସ୍ବାର୍ଥପର ଭାବେ କର୍ମ କରିଥାନ୍ତି ଜୀବନ ଚାଲିଗଲାବେଳକୁ ମଧ୍ୟ ତା’ଠାରୁ କିଛି ଅଧିକ ମହତ କାର୍ଯ୍ୟ କରି ନିଜର ଛାପ ଛାଡ଼ିଯା’ନ୍ତି। ଯେପରି କି ମୃତ୍ୟୁବେଳେ ନିଜ ଶରୀରର ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗକୁ ଅନ୍ୟର ଜୀବନ ରକ୍ଷା ନିମନ୍ତେ ଦାନ କରିବା। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ବୁଝିଛନ୍ତି ଯେ, ମରଶରୀରକୁ ପୋଡ଼ି ଦେଲେ କେବଳ କିଛି ପାଉଁଶ ବଞ୍ଚତ୍ ରହେ। ତେଣୁ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପରି ମହତ୍‌ କାର୍ଯ୍ୟକୁ ସେ ଓ ତାଙ୍କ ପରିବାର ଆଦରି ନିଅନ୍ତି। ଚଳିତ ବର୍ଷ ଓଡ଼ିଶାର ୩ ମହିଳା ପ୍ରିୟଙ୍କା ରାଣୀ ପାତ୍ର, ସୁଚିତ୍ରା ଦାସ ଏବଂ ରାଜଲକ୍ଷ୍ମୀ ଦାସ ମୃତ୍ୟୁ ପୂର୍ବରୁ ସେମାନଙ୍କ କିଡ୍‌ନୀ ଦାନ କରି ୫ଜଣଙ୍କ ଜୀବନ ରକ୍ଷା କରିପାରିଛନ୍ତି। ଏଥିସହ ସମାଜରେ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ପାଲଟିଛନ୍ତି। ଶୁକ୍ରବାର ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଏହି ୩ ମହିଳାଙ୍କ ସମେତ ଓଡ଼ିିଶାରେ କାଡାଭରିକ ଅଙ୍ଗ ପ୍ରତିରୋପଣର ସୂତ୍ରଧର ସ୍ବର୍ଗତ ପ୍ରଫେସର ଚିତ୍ତରଞ୍ଜନ କରଙ୍କୁ କୋଟି ପ୍ରଣାମ ଜଣାଇଛନ୍ତି ଓଡ଼ିଶାବାସୀ। ଏମାନଙ୍କ ନିଃସର୍ତ୍ତ ଅବଦାନକୁ ଝୁରିଥିଲା ସାରା ଓଡ଼ିିଶା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?