ଜନ୍ମଭୂମି-କର୍ମଭୂମି ଭିତରେ ଫରକ ରହିଛି, ସ୍ବୀକୃତି ପରେ ବିବାଦ କାହିଁକି ବୋଲି ପ୍ରଶ୍ନ କଲେ ବିଧାୟକ

ଦିଗପହଣ୍ଡି,୩ା୨(ଅଶେଷ ନାଥ ମିଶ୍ର): ଜନ୍ମଭୂମି ଓ କର୍ମଭୂମି ମଧ୍ୟରେ ବହୁତ ଫରକ ରହିଛି। ଏହି ଫରକକୁ ସମସ୍ତେ ହୃଦୟଙ୍ଗମ କରିବା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅଯଥା ଦ୍ବନ୍ଦ୍ୱ ସୃଷ୍ଟି କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ। ସରକାରଙ୍କ ପକ୍ଷରୁ ପ୍ରକାଶିତ ପୁସ୍ତକଗୁଡ଼ିକରେ ଜନ୍ମସ୍ଥାନ ତତ୍କାଳୀନ ବଡ଼ଖେମଣ୍ଡି ରାଜ୍ୟର ବିଜୟନଗରଗଡ଼ ବୋଲି ପୂର୍ବରୁ ସ୍ବୀକୃତି ଦେଇଥିବା ସ୍ଥଳେ ବର୍ତ୍ତମାନ ପୁଣି ବିବାଦ କାହିଁକି ବୋଲି ରବିବାର ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବର ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରଶ୍ନ କରିଛନ୍ତି। ଏପରିକି ଲୋକଙ୍କୁ ଭ୍ରମିତ କରା ନ ଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ବିଜୟନଗରଗଡ଼ରୁ ବାହାରିଥିବା ଜ୍ୟୋତିକୁ ବିଭିନ୍ନ ଗ୍ରାମରେ ସମ୍ବର୍ଦ୍ଧିତ କରାଯିବା ପରେ ତାହା ଦିଗପହଣ୍ଡିର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା। ସେଠାରୁ ଏକ ବିରାଟ ପଟୁଆରରେ ଜ୍ୟୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟୀ ସମ୍ମୁଖସ୍ଥ କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ସରସତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବୃନ୍ଦ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଆଇନଜୀବୀ ଅଶେଷ ନାଥ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ତଥା ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଭୃଗୁ ବକ୍ସିପାତ୍ର, ସାହିତି୍ୟକ ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରାଧ୍ୟାପକ ଡ. ରାଜେନ୍ଦ୍ର କୁମାର ମହାପାତ୍ର, ଗବେଷକ ଡ. ଅନନ୍ତରାମ କର, ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କବି ଲିଙ୍ଗରାଜ ଷଡ଼ଙ୍ଗୀ, ବୃନ୍ଦାବନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଳଦେବ ରଥଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିଭଳି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ କୁମାର ମିଶ୍ର, ଯୁବ ସାମାଜିକ କର୍ମୀ ବିକାଶ ପଶୁପାଳକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, ସ୍ମୃତି କମିଟିର ସକ୍ରିୟ ସଦସ୍ୟ ଉଜ୍ଜ୍ୱଳ ମହାନ୍ତି, ବିଦ୍ୟାଧର ମହାପାତ୍ର, ଭଗବାନ ମହାପାତ୍ର, ସନ୍ତୋଷ ପାତ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ ପଦ୍ମନାଭ ଦାଶ, ସଂସ୍କୃତି ଗବେଷିକା ଗାୟତ୍ରୀ ପ୍ରଧାନ, ଅଧ୍ୟାପକ ଲୋକନାଥ ପରିଡ଼ା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବତ୍କୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ଏବଂ ବରିଷ୍ଠ କଳାକାରମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖମାରି ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଧନ୍ୟବାଦ ଅର୍ପଣ କରିବା ପରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଏବଂ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ. ପ୍ରକାଶ ପାଣିଗ୍ରାହୀ, ତାରାପ୍ରସାଦ ପଟ୍ଟନାୟକ, କାଉନସିଲର ନୀଳମାଧବ ଗୌଡ଼, ସୂର୍ଯ୍ୟନାରାୟଣ ସାହୁ, ନିରୂପମା ପଟ୍ଟନାୟକ, ଶ୍ୟାମସୁନ୍ଦର ଦୋରା, ପଦ୍ମଚରଣ ମେକାପ, କାଳୁ ଚରଣ ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ସୀମାଞ୍ଚଳ କର, ଲାଲମୋହନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ସହର ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri