ମଇଦାନରେ ୨୦୪ ପ୍ରାର୍ଥୀ

ଅନୁଗୋଳ ଅଫିସ,,୧୫।୩ ଅନୁଗୋଳ ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟ ସୀମା ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଜିଲାର ଅନୁଗୋଳ ପୌରପାଳିକା, ତାଳଚେର ପୌରପାଳିକା ଓ ଆଠମଲ୍ଲିକ ଏନ୍‌ଏସି ନିର୍ବାଚନ ପାଇଁ ମୋଟ୍‌ ୨୦୪ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୦ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଥିବାବେଳେ ୧୮୪ଜଣ ହେଉଛନ୍ତି କାଉନସିଲର ପ୍ରାର୍ଥୀ।
ଅନୁଗୋଳ ପୌରପାଳିକାରେ ରହିଛି ୨୩ଟି ଓ୍ବାର୍ଡ। ଏହି ପୌର ସଂସ୍ଥାର ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି, ଭାଜପା, କଂଗ୍ରେସ ଓ ସ୍ବାଧୀନରୁ ମୋଟ୍‌ ୮ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିସହ ୭୫ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ପଷ୍ଟ ହୋଇଛି। ସେହିପରି ତାଳଚେର ପୌରପାଳିକାର ୨୧ ଓ୍ବାର୍ଡର କାଉନସିଲର ପଦବୀ ପାଇଁ ୬୯ଜଣ ପ୍ରାର୍ଥୀ ରହିଥିବା ବେଳେ ପୌର ଅଧ୍ୟକ୍ଷ ପଦବୀ ନିମନ୍ତେ ୭ଜଣ ଲଢ଼େଇ କରୁଛନ୍ତି। ଆଠମଲ୍ଲିକ ଏନ୍‌ଏସିରେ ୧୧ ଓ୍ବାର୍ଡ ରହିଛି। ଏଠାରେ ଅଧ୍ୟକ୍ଷ ପଦ ପାଇଁ ୫ଜଣ ନିର୍ବାଚନ ମଇଦାନରେ ରହିଛନ୍ତି। କାଉନସିଲର ପଦବୀ ପାଇଁ ୪୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେବେ ଜିଲାରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ଏଥର ତ୍ରିମୁଖୀ ଲଢ଼େଇ ହେବା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା ସତ୍ତ୍ୱେ ଗାଁରେ ଚାଲିଥିଲା ଭୋଜି: ଏହାକୁ ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ ମେଡିକାଲରେ ଭର୍ତ୍ତି

ସଜନାଗଡ଼,୧୬।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୁଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ଭୋଜି ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ...

ବିଜେଡିରେ ଯୋଗ ଦେଲେ ସ୍ବାଧୀନ କର୍ପୋରେଟର

କଟକ ଅଫିସ, ୨୮।୩(ବ୍ୟୁରୋ): କଟକ ମହାନଗର ନିଗମର ସ୍ବାଧୀନ କର୍ପୋରେଟର ସୋମବାର ବିଜେଡିରେ ଯୋଗଦେଇଛନ୍ତି। ସିଏମ୍‌ସି ୩୧ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ପଦ୍ମିନୀ...

ଯାଜପୁର ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ : ବ୍ରହ୍ମବରଦା ଅଞ୍ଚଳ ସିଲ

ଯାଜପୁର ଅଫିସ/ରସୁଲପୁର,୪।୪(ଡି.ଏନ.ଏ.)-ଯାଜପୁର ଜିଲା ବ୍ରହ୍ମବରଦାରେ ଶୁକ୍ରବାର ରାତିରେ ଜଣେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରି ଦିଆଯାଇଛି ବୋଲି...

ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ...

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ନେଇ ନୂଆ ନିୟମ

ଭୁବନେଶ୍ୱର,୪ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନକୁ ଆଉ ଦୁଇ ସପ୍ତାହ ଅର୍ଥାତ୍‌ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୋମବାରଠାରୁ ୩ୟ...

ଅନୁଭବଙ୍କ ନାଁରେ ଥାନାରେ ବର୍ଷାଙ୍କ ଅଭିଯୋଗ

କଟକ ଅଫିସ,୨୩ା୫: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ...

ବୁଧବାରଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଆରମ୍ଭ, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ...

ରୋଜଗାରର ବାଟ ଫିଟାଉଛି ବାଉଁଶ ଶିଳ୍ପ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ହସ୍ତଶିଳ୍ପର ଆଦର ସବୁବେଳେ ରହିଛି। ତା’ର ଚାହିଦା ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ହସ୍ତଶିଳ୍ପ କଥା ହେଉ କି ହସ୍ତତନ୍ତ ସବୁଥିରେ ନୂଆ କୌଶଳର...

Advertisement
Archives

Model This Week