ରାତିକରେ ୯ ସ୍ଥାନରୁ ଚୋରି

ବଇଣ୍ଡା,୨୮ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ପୋଲିସ ଠିକ୍‌ ଭାବେ ପାଟ୍ରୋଲିଂ କରୁ ନ ଥିବାରୁ ଚୋରି, ଡକାୟତି, ଲୁଟ୍‌ ଆଦି ବଢ଼ିବାରେ ଲାଗିଛି। ରବିବାର ରାତିରେ ଏହି ଥାନା ଅଞ୍ଚଳର ୯ଟି ସ୍ଥାନରୁ ଚୋରି ହୋଇଛି।
ସୂଚନା ଅନୁଯାୟୀ, ହଣ୍ଡପା ଥାନା ନାକିଚି ଛକରେ ଥିବା ବଡ ଡଙ୍ଗିଆଣି ଗ୍ରାମର ବିଭୂତି ପ୍ରଧାନଙ୍କ ଲୁଗା ଦୋକାନରୁ ରବିବାର ରାତିରେ ତାଲା ଭାଙ୍ଗି ୫୦ ହଜାର ଟଙ୍କାର ଡ୍ରେସ ଚୋରି ହୋଇଛି। ସେହିପରି ହଣ୍ଡପା ଗ୍ରାମ ଜିତେନ ଦେହୁରୀଙ୍କ ଗ୍ରାହକ ସେବାକେନ୍ଦ୍ର ତାଲା ଭାଙ୍ଗି ୮ ହଜାର ଟଙ୍କା, ଗଦେଇମୁଣ୍ଡା ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ବହି ଦୋକାନରୁ ୧୫ ହଜାର ଟଙ୍କାର ପାଠ୍ୟ ଉପକରଣ, ଡଙ୍ଗିଆଣି ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ଫାଷ୍ଟଫୁଡ୍‌ ଦୋକାନରୁ ତାଲା ଭାଙ୍ଗି ୩ ହଜାର ଟଙ୍କାର ସାମଗ୍ରୀ, ଡଙ୍ଗିଆଣି ଗ୍ରାମର ତ୍ରିଲୋଚନ ବାରିକଙ୍କ ସେଲୁନ ତାଲା ଭାଙ୍ଗି ୨ ହଜାର ଟଙ୍କାର ସାମଗ୍ରୀ, ଡଙ୍ଗିଆଣି ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନଙ୍କ ତେଜରାତି ଦୋକାନରୁ ୩୦ ହଜାର ଟଙ୍କାର ସାମଗ୍ରୀ, ରଘୁନାଥପୁର ଗ୍ରାମର ରାଧେଶ୍ୟାମ ପ୍ରଧାନଙ୍କ ଷ୍ଟୂଡିଓରୁ ୬୦ ହଜାର ଟଙ୍କାର ଏକ ଭିଡିଓ କ୍ୟାମେରା ଚୋରି କରାଯାଇଛି। ଗଦେଇମୁଣ୍ଡା ଗ୍ରାମର ମେନକା ସେନାପତିଙ୍କ ଘର ଆଲମିରା ଭାଙ୍ଗି ୧ ଲକ୍ଷ ଟଙ୍କା ଚୋରି ହୋଇଛି। କିଶୋରନଗର ଥାନା ତୁରୁଡା ଗ୍ରାମରେ ଠିଆ ହୋଇଥିବା ଦାମୋଦର ସାହୁଙ୍କ ପିକଅଫ ଭ୍ୟାନ (ନଂ. ଓଡି୧୯ବି – ୯୫୨୩ ) ଚୋରି କରାଯାଇଛି। ଏହାପୂର୍ବରୁ ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ଇଚ୍ଛାପୁର ଗ୍ରାମର ସୁନିଲ ବେହେରା ଦେଇଥିବା ଦୋକାନରୁ ଶନିବାର ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିଲା। ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଚୋରି ସଂକ୍ରାନ୍ତରେ ବ୍ୟବସାୟୀମାନେ ହଣ୍ଡପା ଥାନାରେ ଓ ଦାମୋଦର କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ, ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣା ସ୍ଥଳରେ ତଦନ୍ତ କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ପତ୍ତା ମିଲିନାହି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି, ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଏକ ଗ୍ୟାଙ୍ଗ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନେ ଧରାପଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri