ରାତିକରେ ୯ ସ୍ଥାନରୁ ଚୋରି

ବଇଣ୍ଡା,୨୮ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ପୋଲିସ ଠିକ୍‌ ଭାବେ ପାଟ୍ରୋଲିଂ କରୁ ନ ଥିବାରୁ ଚୋରି, ଡକାୟତି, ଲୁଟ୍‌ ଆଦି ବଢ଼ିବାରେ ଲାଗିଛି। ରବିବାର ରାତିରେ ଏହି ଥାନା ଅଞ୍ଚଳର ୯ଟି ସ୍ଥାନରୁ ଚୋରି ହୋଇଛି।
ସୂଚନା ଅନୁଯାୟୀ, ହଣ୍ଡପା ଥାନା ନାକିଚି ଛକରେ ଥିବା ବଡ ଡଙ୍ଗିଆଣି ଗ୍ରାମର ବିଭୂତି ପ୍ରଧାନଙ୍କ ଲୁଗା ଦୋକାନରୁ ରବିବାର ରାତିରେ ତାଲା ଭାଙ୍ଗି ୫୦ ହଜାର ଟଙ୍କାର ଡ୍ରେସ ଚୋରି ହୋଇଛି। ସେହିପରି ହଣ୍ଡପା ଗ୍ରାମ ଜିତେନ ଦେହୁରୀଙ୍କ ଗ୍ରାହକ ସେବାକେନ୍ଦ୍ର ତାଲା ଭାଙ୍ଗି ୮ ହଜାର ଟଙ୍କା, ଗଦେଇମୁଣ୍ଡା ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ବହି ଦୋକାନରୁ ୧୫ ହଜାର ଟଙ୍କାର ପାଠ୍ୟ ଉପକରଣ, ଡଙ୍ଗିଆଣି ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ଫାଷ୍ଟଫୁଡ୍‌ ଦୋକାନରୁ ତାଲା ଭାଙ୍ଗି ୩ ହଜାର ଟଙ୍କାର ସାମଗ୍ରୀ, ଡଙ୍ଗିଆଣି ଗ୍ରାମର ତ୍ରିଲୋଚନ ବାରିକଙ୍କ ସେଲୁନ ତାଲା ଭାଙ୍ଗି ୨ ହଜାର ଟଙ୍କାର ସାମଗ୍ରୀ, ଡଙ୍ଗିଆଣି ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନଙ୍କ ତେଜରାତି ଦୋକାନରୁ ୩୦ ହଜାର ଟଙ୍କାର ସାମଗ୍ରୀ, ରଘୁନାଥପୁର ଗ୍ରାମର ରାଧେଶ୍ୟାମ ପ୍ରଧାନଙ୍କ ଷ୍ଟୂଡିଓରୁ ୬୦ ହଜାର ଟଙ୍କାର ଏକ ଭିଡିଓ କ୍ୟାମେରା ଚୋରି କରାଯାଇଛି। ଗଦେଇମୁଣ୍ଡା ଗ୍ରାମର ମେନକା ସେନାପତିଙ୍କ ଘର ଆଲମିରା ଭାଙ୍ଗି ୧ ଲକ୍ଷ ଟଙ୍କା ଚୋରି ହୋଇଛି। କିଶୋରନଗର ଥାନା ତୁରୁଡା ଗ୍ରାମରେ ଠିଆ ହୋଇଥିବା ଦାମୋଦର ସାହୁଙ୍କ ପିକଅଫ ଭ୍ୟାନ (ନଂ. ଓଡି୧୯ବି – ୯୫୨୩ ) ଚୋରି କରାଯାଇଛି। ଏହାପୂର୍ବରୁ ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ଇଚ୍ଛାପୁର ଗ୍ରାମର ସୁନିଲ ବେହେରା ଦେଇଥିବା ଦୋକାନରୁ ଶନିବାର ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିଲା। ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଚୋରି ସଂକ୍ରାନ୍ତରେ ବ୍ୟବସାୟୀମାନେ ହଣ୍ଡପା ଥାନାରେ ଓ ଦାମୋଦର କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ, ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣା ସ୍ଥଳରେ ତଦନ୍ତ କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ପତ୍ତା ମିଲିନାହି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି, ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଏକ ଗ୍ୟାଙ୍ଗ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନେ ଧରାପଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri