ଭିଜିଲା ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା/କୋକସରା/କର୍ଲାମୁଣ୍ଡା/ରୁପ୍ରାରୋଡ, ୨୬।୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ପ୍ରଦୀପ କୁମାର ସାହୁ/ ସଞ୍ଜିବ ଦାସ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାଠାରୁ ଲାଗି ରହିଛି ଲଘୁଚାପ ବର୍ଷା। ଯାହାର ପ୍ରଭାବରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଚାଷୀ। ବର୍ତ୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବାବେଳେ ଲଗାଣ ବର୍ଷା ଯୋଗୁ ମଣ୍ଡିରେ ଓ ଖଳାରେ ଥିବା ଧାନ ଭିଜି ଯାଇଥିବାରୁ ଚାଷୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ବିଶେଷକରି ଟୋକନ ବିଳମ୍ବ ହେତୁ ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରିବାରୁ ଏପରି ସମସ୍ୟା ଦେଖାଦେଇଛି। ଜିଲାର ଶହେରୁ ଊର୍ଦ୍ଧ୍ୱ ମଣ୍ଡି ଏବେ ମଧ୍ୟ ଖୋଲା ଆକାଶ ତଳେ ଚାଲିଛି। ଯଦିଓ ଚାଷୀଙ୍କୁ ଧାନ ଢାଙ୍କିବା ପାଇଁ ତାରପୋଲିନ ଦିଆଯାଇଛି ତଥାପି ମଧ୍ୟ ଲଗାଣ ବର୍ଷା ଯୋଗଁୁ ତଳ ଆଡେ ପାଣି ପଶି ଯାଇ ଧାନ ଭିଜୁଥିବା ନଜିର ରହିଛି। ଏପଟେ ବର୍ଷା ଯୋଗୁ ବୁଧବାର ମଣ୍ଡି କାର୍ଯ୍ୟ ବନ୍ଦ ରହିଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ। ଜିଲାରେ ମଙ୍ଗଳବାର ସୁଦ୍ଧା ୨୫ହଜାର ଚାଷୀଙ୍କ ପ୍ରାୟ ୧୧ଲକ୍ଷ ୭୦ହଜାର କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବର୍ଷା ଯୋଗୁ ମଣ୍ଡି କାର୍ଯ୍ୟ କିଛି ଦିନ ପ୍ରଭାବିତ ହୋଇପାରେ ବୋଲି ଜଣାପଡିଥିବାବେଳେ ଧାନ କଟନିଛଟନି ମଧ୍ୟ ବଢିପାରେ ବୋଲି ଚାଷୀ ଆଲୋଚନା କରୁଛନ୍ତି। ଜିଲାର ଭବାନୀପାଟଣା, ଜୁନାଗଡ଼, ନର୍ଲା, କୋକସରା, କର୍ଲାମୁଣ୍ଡା ଆଦି ସବୁ ବ୍ଲକରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି।
କୋକସରା ବ୍ଲକର ୨୨ ପଞ୍ଚାୟତରେ ୮୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବାବେଳେ ବିକ୍ରି ଅପେକ୍ଷାରେ ଚାଷୀମାନେ ଖୋଲା ଆକାଶ ତଳେ ରଖିଛନ୍ତି। ଧାନକୁ ଶୁଖାଇବା ସହ ମଣ୍ଡିକୁ ନେବା ଅପେକ୍ଷାରେ ରହିଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। କୋକସରା ବ୍ଲକର ବିଭନ୍ନ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ କିଛି ମଣ୍ଡିକୁ ଛାଡି ଦେଲେ ଅନ୍ୟ ସବୁ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି। ଲଗାଣ ବର୍ଷା ଯୋଗୁ ଏବେ ଖୋଲା ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ବର୍ଷାରେ ଭିଜି ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ଅଦିନିଆ ବର୍ଷାରେ କାଦୋପଦର ସହ ଅଧିକାଂଶ ଗ୍ରାମର ଖଳାରେ ଆଣ୍ଠୁଏ ପାଣି ଜମି ରହିଛି।
କର୍ଲାମୁଣ୍ଡା ବ୍ଲକରେ ତିନିଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୧୩ଟି ସ୍ଥାନରେ ମଣ୍ଡି ବ୍ୟବସ୍ଥା ରହିଛି। ତେବେ ଝିପିଝିପି ବର୍ଷା ଲାଗି ରହିବା ଯୋଗୁଁ ବ୍ଲକର ଭଟାପଲା ଓ ଏକାତରା ମଣ୍ଡି ଥିବା ସ୍ଥାନରେ କଂକ୍ରିଟ ହୋଇ ନ ଥିବାରୁ ମାଟି ଜାଗାରେ ଚାଷୀମାନେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଦିନିଆ ବର୍ଷା ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରୁଛି। ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁମନ୍ତ ସାହୁଙ୍କୁ ପଚାରିବାରୁ ଚାଷୀଙ୍କ ଧାନର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ଅନ୍ୟପଟେ ମିଲର୍ସମାନେ ଆବଶ୍ୟକ ମୁତାବକ ଗାଡି ଯୋଗାଉ ନ ଥିବାରୁ ଚାଷୀମାନଙ୍କ ଧାନ ଉଠି ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ନର୍ଲା ବ୍ଲକର ୭ଟି ପାକ୍ସ ଅଧୀନରେ ପାଖାପାଖି ୨୨ଟି ମଣ୍ଡି ରହିଛି। ସେଥି ମଧ୍ୟରୁ ସମସ୍ତ ମଣ୍ଡି ଗତ ଡ଼ିସେମ୍ବର ୧୬ରୁ ପର୍ଯ୍ୟାୟ କ୍ରମେ ଶୁଭାରମ୍ଭ ହୋଇ ବଡ଼ କଷ୍ଟରେ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲି ଆସୁଥିଲା। କିନ୍ତୁ ୩ ଦିନ ଧରି ଲଘୁଚାପ ଜନିତ ଝିପିଝିପି ବର୍ଷରେ ପ୍ରତି ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପାଣିରେ ଭାସୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଲଘୁଚାପଜନିତ ବର୍ଷାରେ ନର୍ଲା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଥିବା ମୁଗ, ବିରି, ହରଡ, କପା ଭଳି ଅନେକ ଅର୍ଥକାରୀ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କୁ ଉଚିତ ମୂଲ୍ୟର କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ଦାବି ଜଣାଇବା ସହ ଏହାର ତୁରନ୍ତ ଆକଳନ କରା ନ ଗଲେ ଅନେକ ଚାଷୀ ସଙ୍ଗଠନ ଓ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୃଷକ ନେତା ଦୁର୍ଯ୍ୟୋଧନ କୁମାର ଓ କୁମୁଦ ଚନ୍ଦ୍ର ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?