ପଦାରେ ପଡ଼ିଲା କଂଗ୍ରେସର ଦୁର୍ବଳତା

ଅନୁଗୋଳ ଅଫିସ,୮ା୩ ପୌର ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ୍‌ ହୋଇପଡ଼ିଛି। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ବିଜେଡି, ଭାଜପା ଓ କଂଗ୍ରେସ ସହ ଅନ୍ୟ ଦଳରୁ ମୋଟ ୫୮ଟି ନାମାଙ୍କନପତ୍ର ଦାଖଲ କରାଯାଇଛି। ଏହାକୁ ମିଶାଇ ୨୩ଟି ଓ୍ବାର୍ଡର କାଉନସିଲର ପଦବୀ ପାଇଁ ୮୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପୌରାଧ୍ୟକ୍ଷ ପାଇଁ ୧୧ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ବିଜେଡି ଓ ଭାଜପା ୨୩ଟି ଓ୍ବାର୍ଡ ସହ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ଏ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଛି। ଦଳ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସମସ୍ତ ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ। ଫଳରେ କଂଗ୍ରେସର ଗଡ଼ କୁହାଯାଉଥିବା ଅନୁଗୋଳ ପୌରାଞ୍ଚଳରେ ଦଳର ଦୁର୍ବଳତା ପଦାରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।
୪୩ ହଜାର ୭୯୫ ଲୋକ ସଂଖ୍ୟା ବିଶିଷ୍ଟ ଅନୁଗୋଳ ପୌରପରିଷଦରେ ମୋଟ୍‌ ୨୩ଟି ଓ୍ବାର୍ଡ ରହିଛି। ୨୦୧୩ରେ ଏଠାରେ ଶେଷଥର ପାଇଁ ପୌର ନିର୍ବାଚନ ହୋଇଥିଲା। ସେତେବେଳେ କଂଗ୍ରେସ ଏକାକୀ ୧୪ଟି ଓ୍ବାର୍ଡରେ ବିଜୟୀ ହୋଇଥିବାବେଳେ ବିଜେଡିକୁ ଅବଶିଷ୍ଟ ୯ ଓ୍ବାର୍ଡ ମିଳିଥିଲା। ସେହିପରି ୨୦୦୮ରେ ମଧ୍ୟ କଂଗ୍ରେସ ୧୨ଟି ଓ ବିଜେଡି ୯ ଓ୍ବାର୍ଡରେ ସୀମିତ ରହିଥିଲା। ଭାଜପାକୁ ମାତ୍ର ଗୋଟିଏ ଓ୍ବାର୍ଡରେ ବିଜୟ ମିଳିଥିଲା। ଫଳରେ ଅନୁଗୋଳ ପୌରାଞ୍ଚଳ କଂଗ୍ରେସର ଗଡ଼ ବୋଲି ଦଳ ପକ୍ଷରୁ ଦାବି କରାଯାଇ ଆସୁଥିଲା। କିନ୍ତୁ ଚଳିତ ପୌର ନିର୍ବାଚନରେ କଂଗ୍ରେସ ସେହି ଗଡ଼ ରକ୍ଷା କରିପାରିବ କି ନାହିଁ, ସେ ନେଇ କର୍ମୀ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖରେ ଶେଷ ହୋଇଥିଲେ ମଧ୍ୟ ଦଳ ସବୁ ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ। ୨୩ ଓ୍ବାର୍ଡ ମଧ୍ୟରୁ ୪, ୧୦, ୧୫ ଓ ୨୦ ନମ୍ବର ଓ୍ବାର୍ଡକୁ ବାଦ୍‌ ଦେଇ ବାକି ୧୯ଟିରେ ଦଳୀୟ କାଉନସିଲର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୬ ତାରିଖରେ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବଲବିର ସିଂଙ୍କ ସହ ୮ଜଣ କାଉନସିଲର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ୭ ତାରିଖରେ ଆଉ ୧୧ ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ଫର୍ମ ଭରିଛନ୍ତି। ସେହିପରି କଂଗ୍ରେସ ଛାଡ଼ି ବିଜେଡି ହାତ ଧରିଥିବା ପୂର୍ବତନ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ବିଜେଡି ପକ୍ଷରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ସାମନ୍ତଙ୍କ ସହ ୧ନଂ. ଓ୍ବାର୍ଡରୁ ବିଜେଡିର କାଉନସିଲର ପ୍ରାର୍ଥୀ ସୁକାନ୍ତି ଦାସ ୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ୭ ତାରିଖରେ ୨୨ଜଣ କାଉନସିଲର ପ୍ରାର୍ଥୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପା ପକ୍ଷରୁ ଦିଲୀପ ପ୍ରଧାନ ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୩ ଓ୍ବାର୍ଡ ପାଇଁ ୨୩ ଜଣ କାଉନସିଲର ପ୍ରାର୍ଥୀ ଦିଆଯାଇଛି। ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ତେବେ ସମସ୍ତ ଓ୍ବାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରିବା ସମ୍ପର୍କରେ ଓବିସି ସେଲ୍‌ ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ସାହୁ କହିଛନ୍ତି, ଅନ୍ୟ ଦଳର ଚକ୍ରାନ୍ତ ଯୋଗୁ ଏପରି ହୋଇଛି। ଏହାକୁ କଂଗ୍ରେସ ନିନ୍ଦା କରିବା ସହ ତର୍ଜମା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?