ସ୍ବର୍ଗପ୍ରାପ୍ତିର ମାର୍ଗ

ଉପେନ୍ଦ୍ର ବିଶ୍ୱାଳ

ସ୍ବର୍ଗପ୍ରାପ୍ତିର ଅଭିଳାଷରେ ଜଣେ ବ୍ୟକ୍ତି ଦୀନ-ଦୁଃଖୀଙ୍କ ସେବା କଲେ, ଖୁବ୍‌ ଦାନ-ଦକ୍ଷିଣା ବି କଲେ। ତାଙ୍କର ଦେହାବସାନ ପରେ ତାଙ୍କର ସ୍ବର୍ଗପ୍ରାପ୍ତି ହେଲା। ସ୍ବର୍ଗଲୋକରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦେଖି ଧର୍ମରାଜକୁ ପଚାରିଲେ – ‘ମହାରାଜ! ଏ ବ୍ୟକ୍ତିଙ୍କୁ ମୁଁ କେବେ ଦୁଃଖୀରଙ୍କୀଙ୍କ ସେବା କରିଥିବା ଦେଖିନାହିଁ। ସେ କିଭଳି ମୋ ପରି ସ୍ବର୍ଗଲାଭ କଲେ?’ ଧର୍ମରାଜ କହିଲେ- ସେ ବହୁତ ବୃକ୍ଷ ଲଗାଇଛନ୍ତି। ତୁମ୍ଭ କମ ପାଇଁ ତୁମ୍ଭକୁ ନିର୍ଦ୍ଦିଷ୍ଟ କିଛିଦିନ ଲାଗି ସ୍ବର୍ଗଲାଭ ହୋଇିଛି। ମାତ୍ର ପୁଣ୍ୟର ପ୍ରଭାବ ଧୀରେ ଧୀରେ କ୍ଷୟ ହୋଇ ଆସିଲାଣି। କିଛି ସମୟ ପରେ ତୁମକୁ ଏଠାରୁ ଚାଲିଯିବାକୁ ହେବ। କିନ୍ତୁ ‘ସ୍ବର୍ଗପ୍ରାପ୍ତି’ର ଆଶା ନ ରଖି ସେ ପୁଣ୍ୟକୀର୍ତ୍ତି ରଚି ଯାଇଛନ୍ତି ବା ଗଛ ଲଗାଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ମର୍ତ୍ତ୍ୟର ଲୋକମାନେ ସେହି ଗଛଗୁଡ଼ିକରୁ ଉପକାର ପାଇଚାଲିଥିବେ, ସେ ପର୍ଯ୍ୟନ୍ତ ସ୍ବର୍ଗରେ ତାଙ୍କ ସ୍ଥାନ ଥୟ। ବୃକ୍ଷରୋପଣ ମହାପୁଣ୍ୟ। ଲୋକଟି କହିଲେ, ଏଥର ମର୍ତ୍ତ୍ୟରେ ଜନ୍ମଲାଭ କଲେ ନିଶ୍ଚିତ ଭାବେ ଗଛ ଲଗାଇବି ।
ଏକଦା ଦାନକର୍ମରେ ଆଗ୍ରହ ରଖୁଥିବା ଜଣେ ଜମିଦାର ଥିଲେ। ତାଙ୍କର ପ୍ରାସାଦର ଟିକିଏ ଦୂରରେ ରହୁଥିଲେ ଜଣେ ଦରିଦ୍ର ବ୍ୟକ୍ତି। ପ୍ରଚଣ୍ଡ ଦାରିଦ୍ର୍ୟର ତାଡ଼ନାରେ ତାଙ୍କର ଦିନେ ଦେହାନ୍ତ ଘଟିଲା। କିଛିଦିନ ପରେ ଦାନୀ ଜମିଦାରଙ୍କ ମଧ୍ୟ ହୃଦ୍‌ଘାତରେ ମୃତ୍ୟୁ ହେଲା। ଜମିଦାର ସ୍ବର୍ଗରେ ପହଁଚି ଦରିଦ୍ର ବ୍ୟକ୍ତିଙ୍କୁ ଦେଖି ଦେବଦୂତଙ୍କୁ ପଚାରିଲେ, ଏହି ବ୍ୟକ୍ତି ଜଣକ ଏଠି କେମିତି ? ଦେବଦୂତ କହିଲେ, ‘ସେ ବହୁତ ଭଲ କାମ କରିଛନ୍ତି। ଏଣୁ ତାଙ୍କୁ ସ୍ବର୍ଗଲୋକରେ ସ୍ଥାନ ମିଳିଛି । କିନ୍ତୁ ଆପଣ ଆଉ କିଛି ସମୟ ପର୍ଯ୍ୟନ୍ତ ଏଠି ରହିବା ପରେ ଆପଣଙ୍କୁ ନର୍କକୁ ଯିବାକୁ ହେବ। ସେ ବ୍ୟକ୍ତି କିନ୍ତୁ ଏଠାରେ ରହିବେ, ତାଙ୍କର ପୁଣ୍ୟ କ୍ଷୟ ନ ହେଲା ଯାଏଁ।’ ଜମିଦାର କହିଲେ, ‘ସ୍ବର୍ଗରାଜ୍ୟରେ ଏହା କି ପ୍ରକାର ବିଚାର? ମୁଁ ଏତେବଡ଼ ଦାନୀ ଅଥଚ ଖାଇବାକୁ ପାଉ ନ ଥିବା ଏ ବ୍ୟକ୍ତି ମୋ ଅପେକ୍ଷା ଅଧିକ ସ୍ବର୍ଗସୁଖ ଲାଭ କରିବ? ।’ ଦେବଦୂତ କହିଲେ, ‘ହଁ ସତକଥା । ତା’ ପାଖରେ ଦାନ କରିବାକୁ ଧନ ନ ଥିଲା । ଯେତିକି ଅର୍ଜନ କରୁଥିଲା, ସେଇଥିରେ ଯଥାସମ୍ଭବ ଅନ୍ୟକୁ ସାହାଯ୍ୟ କରୁଥିଲା । କାହାରି ପ୍ରତି ରୁକ୍ଷଭାବ ପ୍ରୟୋଗ କରିନାହିଁ କି କାହା ମନରେ ଟିକିଏ କଷ୍ଟ ଦେଇନି । ନିରାଶ୍ରୟୀଙ୍କୁ ତା’ ଭଙ୍ଗାକୁଡ଼ିଆରେ ଆଶ୍ରୟ ଦେଉଥିଲା। ପ୍ରତିବଦଳରେ କିଛି ବି ପ୍ରତ୍ୟାଶା ନଥିଲା ମନରେ। ତୁମେ କିନ୍ତୁ ଧନ ଉପାର୍ଜନ କରୁଥିଲ ଏବଂ ପାପ ଭୟରେ ଦାନଧର୍ମ କରୁଥିଲ। ବାସ୍ତବରେ ତୁମେ ଧନୀ ଥିଲ, କିନ୍ତୁ ହୃଦୟ ଥିଲା ଛୋଟ। ସେ ଦରିଦ୍ର ଥିଲେ ସତ, କିନ୍ତୁ ତାଙ୍କ ହୃଦୟ ଥିଲା ବିଶାଳ । ଏବେ କୁହ, ତୁମ୍ଭ ଦୁହିଁଙ୍କ ଭିତରୁ ସ୍ବର୍ଗପ୍ରାପ୍ତି କାହାର ଆଗେ ହକ୍‌।’
ମଗଧର ରାଜା ବିମ୍ବିସାରଙ୍କ ପରମ ମିତ୍ର ପ୍ରସନ୍ନ ଆଦରିନେଲେ ସନ୍ନ୍ୟାସ ମାର୍ଗକୁ। ଏକଦା ମହାବୀର ଜୈନଙ୍କୁ ଦର୍ଶନ କରିବାକୁ ରାଜା ବିମ୍ବିସାର ଯାଉଥାନ୍ତି ସୈନ୍ୟସାମନ୍ତଙ୍କ ସହିତ। ଯିବା ବାଟରେ ଦେଖିବାକୁ ପାଇଲେ, ପ୍ରସନ୍ନ ଚିତ୍ତରେ ଧ୍ୟାନମଗ୍ନ ରାଜା ପ୍ରସନ୍ନ। ଭାବିଲେ, ଯାହାହେଉ ରାଜା ପ୍ରସନ୍ନ ଜଣେ ପୁଣ୍ୟାମତ୍ା। ସୌଭାଗ୍ୟକୁ ସେ ମହାମୁନି ‘ମହାବୀର’ଙ୍କ ଦ୍ୱାରା ଦୀକ୍ଷିତ ହୋଇ ଜଣେ ଜୈନସନ୍ଥ ଭାବେ ତପସ୍ୟାରତ। ବନ୍ଧୁଙ୍କ ତପସ୍ୟାରେ ବାଧା ନ ଦେଇ ସେ ଆଗେଇ ଚାଲିଲେ ‘ପ୍ରସନ୍ନ’ଙ୍କ ଆଡ଼କୁ ମୁଣ୍ଡ ନୁଅଁାଇ। ମହାବୀରଙ୍କ ଆଶ୍ରମରେ ପହଞ୍ଚତ୍ ବିମ୍ବିସାର ବ୍ୟକ୍ତ କଲେ ନିଜର ଭାବନାକୁ- ମହାଭାଗ! ମୁଁ ଜଣେ ଅଧମ ସଂସାରୀ। କିନ୍ତୁ ଦେଖନ୍ତୁ, ମିତ୍ରରାଜା ପ୍ରସନ୍ନ କିଭଳି ସାଧନାରତ। ମନେହେଉଛି, ଏହି ସାଧନା ବଳରେ ତା’ର ସ୍ବର୍ଗପ୍ରାପ୍ତି ସୁନିଶ୍ଚିତ। ମହାମୁନି କହିଲେ- ହଁ, ଅବଶ୍ୟ। ବର୍ତ୍ତମାନର ସ୍ଥିତି ଅନୁଯାୟୀ ସେ ସ୍ବର୍ଗଲାଭ କରିବେ ସୁନିଶ୍ଚିତ। କିନ୍ତୁ ଏହାର କେଇ ସମୟ ପୂର୍ବରୁ ତାଙ୍କର ଅବସ୍ଥା ଯାହା ଥିଲା, ସେ ନର୍କଗାମୀ ଅବଶ୍ୟ ହୋଇଥାନ୍ତେ। କିନ୍ତୁ ନିଜକୁ ସମ୍ଭାଳି ନେଇ ବଦଳିଗଲେ ସେ।
ଅତୀବ ଆଶ୍ଚର୍ଯ୍ୟରେ ବିମ୍ବିସାର ଅନାଇବାରୁ ମହାବୀର କହିଲେ- ତୁମ୍ଭେ ଯେବେ ଆସୁଥିଲ, ତୁମ ପଟୁଆର ଅଗ୍ରଭାଗରେ ଥିବା ଜଣେ ସୈନିକ, ରାଜା ପ୍ରସନ୍ନଙ୍କୁ ଦେଖି କହିଲେ, ‘ଅପଦାର୍ଥ ରାଜାଟିଏ, ମୁନି ହେବାକୁ ବସି ରହିଛି ଏଠି। ସେପଟେ, ତା’ର ନାବାଳକ ପୁଅକୁ ଠକିଦେଇ ପାତ୍ରମନ୍ତ୍ରୀମାନେ ରାଜସମ୍ପଦକୁ ଲୁଟିବାରେ ବ୍ୟସ୍ତ।’ ଏହି କଥାଟି ଯାଇ ବାଜିଲା ଧ୍ୟାନରତ ପ୍ରସନ୍ନଙ୍କ କାନରେ। ମନେମନେ ବାହାରି ପଡ଼ୁଥିଲେ ସୈନିକଙ୍କୁ ଶିକ୍ଷା ଦେବାକୁ। ଠିକ୍‌ ଏହି ସମୟରେ ତପସ୍ୟାରତ ବନ୍ଧୁଙ୍କୁ ତୁମ୍ଭେ ଯେବେ ମଥା ନୁଅଁାଇ ସମ୍ମାନ ବାଢ଼ିଲ, ସେଇ ମୁହୂର୍ତ୍ତରେ ସେ ନିଜକୁ ସମ୍ଭାଳି ନେଲେ।
‘ସିଦ୍ଧିପ୍ରାପ୍ତି ପାଇଁ ମାନ-ଅପମାନ, ଗାଳିମନ୍ଦ ଆଦିରୁ ନିର୍ଲିପ୍ତ ରହିବାକୁ ହିଁ ହେବ। ହୃଦୟରେ ଉଦାର ଓ କ୍ଷମାଶୀଳଭାବ ଧାରଣ କରିବାକୁ ହେବ’- ଏହା ଭାବି ପୁଣି ସେହି ବିଶୁଦ୍ଧ ଭାବନାରେ ବୁଡ଼ି ରହି ମହନୀୟ ମାର୍ଗରେ ବ୍ରତୀ ରହିଲେ।
ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜଣେ ଯୁବକ ସାଧୁଙ୍କ ଆଶ୍ରମରେ ପହଞ୍ଚତ୍ ଆସିବାର ଅଭିପ୍ରାୟ ଜଣାଇଲେ। ସାଧୁ ପଚାରିଲେ- ତୁମ୍ଭେ କ’ଣ କର? ଉତ୍ତର ଦେଲେ ଯୁବକ- ମୁଁ ଜଣେ ବୀରଯୋଦ୍ଧା। କଟାକ୍ଷ କରି ସାଧୁ କହିଲେ- ‘ବୀରଯୋଦ୍ଧା? ଭୀରୁ କ’ଣ କେବେ ଯୋଦ୍ଧା ହୋଇପାରେ? କିଏ ସେ ମୂର୍ଖ ରାଜା ତୁମକୁ ସେନାବାହିନୀରେ ନିଯୁକ୍ତି ଦେଇଛନ୍ତି?’ ଯୁବକ ଜଣକ ରାଗିକି ତରବାରିକୁ ଖୋଲିବାକୁ ଉଦ୍ୟତ ହେଲାରୁ ସାଧୁ କହିଲେ- ‘ତୁମେ ତା’ହେଲେ ଅଣ୍ଟିରେ ଅସ୍ତ୍ର ବି ଖୋସିଛ? ତାହା ଏକ ଖେଳନା ନା ଅସଲ ତରବାରି ? ଏତିକିରେ ଯୁବକ ଜଣକ ତରବାରି ଧରି ସାଧୁଙ୍କ ଆଡ଼କୁ ଗଲାବେଳକୁ ସାଧୁ କହିଲେ- ‘ବାଃ, ବାଃ! ଏତେଶୀଘ୍ର ନରକରେ ଆସି ପହଞ୍ଚତ୍ଗଲ? ସଙ୍ଗେ ସଙ୍ଗେ ସାଧୁଙ୍କ ଗୋଡ଼ତଳେ ପଡ଼ିଗଲେ ଯୁବକ। ଅତି ଶ୍ରଦ୍ଧାରେ ସୈନିକଙ୍କ ଶିର ସ୍ପର୍ଶ କରି ସାଧୁ କହିଲେ, ‘ଏବେ ବୁଝିଲ ତ, ସ୍ବର୍ଗ ଓ ନର୍କର ପାର୍ଥକ୍ୟ କ’ଣ?’ ଯେବେ ଭୀଷଣ କ୍ରୋଧିତ ହୋଇ ଅସ୍ତ୍ରଧରି ଆଗେଇ ଆସୁଥିଲ, ସେତେବେଳେ ତୁମେ ଥିଲ ନର୍କରେ। ଆଉ ଯେବେ ଶାନ୍ତ ହୋଇଗଲ ଅର୍ଥାତ୍‌ ଚେତନାର ଉଚ୍ଚତର ସୋପାନରେ ଉପନୀତ ହେଲ, ସେତେବେଳେ ପହଞ୍ଚତ୍ଗଲ ସ୍ବର୍ଗରେ। ମଣିଷର ସଦ୍‌ଗୁଣର ଭିତ୍ତି ଉପରେ ହିଁ ତିଆରି ହୁଏ, ସ୍ବର୍ଗ ରାଜ୍ୟଟିଏ।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?