ସବୁଜ ଶକ୍ତି ଚିନ୍ତା

ଜୋଶେପ ବୋରେଲ, ଓ୍ବିର୍ନର ହୋୟେର

ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଶକ୍ତି ଓ ଜଳବାୟୁ ନୀତିକୁ ଅଧିକ ଗତିଶୀଳ କରିବାକୁ ୟୁରୋପୀୟ ସଂଘ(ଇୟୁ)କୁ ବାଧ୍ୟ କରିଛି। ରାଜନୈତିକ ପ୍ରଭାବ ଲାଗି ରୁଷିଆ ଶକ୍ତିକୁ ଏକ ସାଧନ ଭାବେ ଅଧିକ ବ୍ୟବହାର କରୁଥିବାରୁ ରୁଷିଆରୁ ଆମଦାନୀ କରାଯାଉଥିବା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇ ତାକୁ ଏଭଳି ବ୍ୟବସାୟରୁ ବଞ୍ଚିତ କରିବାକୁ ପଡ଼ିବ। ଏହା ଲାଗି ଭୂରାଜନୈତିକ କାର୍ଯ୍ୟଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଏକ ଅଂଶ ଭାବେ ଗ୍ରହଣ କରି ସେହି ଧାରାରେ କାର୍ଯ୍ୟ କରିବା ଅନିବାର୍ଯ୍ୟ। କାର୍ବନ ନିର୍ଗମନ ହ୍ରାସ କରିବାକୁ ନେଇ ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ( ଆଇପିସିସି)ର ସଦ୍ୟତମ ରିପୋର୍ଟ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛି। ବିଶ୍ୱତାପନରେ ପ୍ରଳୟଙ୍କରୀ ବୃଦ୍ଧିକୁ ଯଦି ଆମେ ଅଣଦେଖା କରିବା, ତେବେ ୨୦୨୫ ସୁଦ୍ଧା ମୋଟ ସବୁଜ ଗୃହ ବାଷ୍ପ ନିର୍ଗମନ ଶୀର୍ଷରେ ପହଞ୍ଚିବ। ଏହା ସହ ଜୀବାଶ୍ମ ଇନ୍ଧନରୁ ସବୁଜ ଇନ୍ଧନକୁ ବ୍ୟାପକ ପରିବର୍ତ୍ତନ କରି ସାମାଜିକ ତଥା ଆର୍ଥିକ ପରିଣାମ ପାଇବାକୁ ହେଲେ ଆମକୁ ସତର୍କତାର ସହ ଅର୍ଥ ବ୍ୟବସ୍ଥାକୁ ସଞ୍ଚାଳନ କରିବାକୁ ପଡ଼ିବ। ଏହି ପରିବର୍ତ୍ତନରେ ସମସ୍ତେ ଜଡ଼ିତ ହେବା ଦରକାର। ଇୟୁ ଓ ୟୁରୋପିଆନ୍‌ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଇଆଇବି)କୁ ପ୍ରମୁଖ ଭୂମିକା ନେବାକୁ ହେବ। ବାସ୍ତବରେ ଶକ୍ତି ନବୀକରଣ , ଶକ୍ତି ଦକ୍ଷତା ଏବଂ ନୂଆ ଟେକ୍‌ନୋଲୋଜି ଯଥା ସବୁଜ ଉଦ୍‌ଜାନ କ୍ଷେତ୍ରରେ ନିବେଶ ରୁଷିଆର ଆକ୍ରମଣାମତ୍କ ଭାବନାକୁ ପ୍ରତିହତ କରିବାକୁ ଉତ୍ତମ ସାଧନ। ଏହା ମଧ୍ୟ ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତାରୁ ବିଶ୍ୱକୁ ବଞ୍ଚାଇବାରେ ଭୂମିିକା ନେବ। ବୁଝିବାକୁ ହେବ ଯେ, ଘରେ ଏନର୍ଜି ସିଷ୍ଟମରେ ଢାଞ୍ଚାଗତ ପରିବର୍ତ୍ତନ ଉପରେ ଆମେ ଖର୍ଚ୍ଚ କରୁଥିବା ପ୍ରତ୍ୟେକଟି ୟୁରୋ ଯୁଦ୍ଧ ଆରମ୍ଭ କରୁଥିବା ଏକଚ୍ଛତ୍ରବାଦୀ ଶକ୍ତିକୁ ରୋକିବା ଲାଗି ଖର୍ଚ୍ଚ କରୁଛେ। ସବୁଜ ଶକ୍ତି ପାଇଁ ଆମେ ଖର୍ଚ୍ଚ କରୁଥିବା ପ୍ରତ୍ୟେକଟି ୟୁରୋ ନିଷ୍ପତ୍ତି ନେବାରେ ଆମ ସ୍ବାଧୀନତା ବଢାଉଛି। ଆଉ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଆମ ସହ ଯେଉଁମାନେ କାର୍ବନ ନିର୍ଗମନର ରଣନୀତିକୁ ଗତିଶୀଳ କରୁଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ଖର୍ଚ୍ଚ କରୁଥିବା ପ୍ରତ୍ୟେକଟି ୟୁରୋ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ଏକ ନିବେଶ ।
ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠାରୁ ରୁଷୀୟ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତାକୁ ଯଥାଶୀଘ୍ର ଶେଷ କରିବାକୁ ଇୟୁ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଯୋଜନାଗୁଡ଼ିକୁ ଅଧିକ ଗତିଶୀଳ କରିଛି। ଯଦିଓ ଏହା ରାତାରାତି ହୋଇ ପରିବ ନାହିଁ, ତଥାପି ପୂର୍ବାପେକ୍ଷା ଅଧିକ ପଦକ୍ଷେପ ନିଆଯାଉଛି। ଦକ୍ଷତା, ବିକେନ୍ଦ୍ରୀକରଣ ଯୋଗାଣ ଏବଂ ଅକ୍ଷୟ ଶକ୍ତି ବୃଦ୍ଧି କରି ଆମେ ଶକ୍ତି ସ୍ବାଧୀନତା ଲାଭ କରିପାରିବା। ଅନ୍ତର୍ଜାତୀୟ ସଂସ୍ଥା ଠାରୁ ଆରମ୍ଭକରି ପରିବାର ତଥା ବ୍ୟକ୍ତି ସ୍ତରରେ ଏହି ପ୍ରକ୍ରିୟା ସଞ୍ଚାଳିତ ହେବା ଦରକାର। ଏହା ସକାଶେ ଆମକୁ ଦୁଇଟି ବିଷୟରେ ସାବଧାନ ହେବାକୁ ପଡ଼ିବ ଓ ବିଚାର କରିବାକୁ ହେବ। ପ୍ରଥମରେ ପ୍ରାକୃତିକ ବାଷ୍ପ ଯୋଗାଣକାରୀଙ୍କର ବିକଳ୍ପ ଖୋଜିବା ଓ ଏହା ସ୍ବଳ୍ପ ମିଆଦୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ନିବେଶ ଆବଶ୍ୟକ କରୁଥିବା ଜୀବାଶ୍ମ ଇନ୍ଧନ ଭିତ୍ତିଭୂମିର ଏକ ନୂଆ ଦୀର୍ଘମିଆଦୀ ନିର୍ଭରଶୀଳତାରେ ବାନ୍ଧି ହୋଇ ରହୁ ନ ଥିବା ବିକଳ୍ପ ଦରକାର। ନ ହେଲେ ଏବକାର ଜଳବାୟୁ ସଚେତନ ବିକଳ୍ପଗୁଡ଼ିକ ତୁଳନାରେ ତାହା ପୃଥିବୀ ଲାଗି ବ୍ୟୟବହୁଳ ଓ ପ୍ରଳୟଙ୍କରୀ ହେବ। ଦ୍ୱିତୀୟରେ, ଗୋଟିଏ ବିନିମୟରେ ଆମେ ଅନ୍ୟଟିରେ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ। ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭର ନ କରିବା ପାଇଁ ସବୁଜ ଶକ୍ତି ପାଇଁ ଆବଶ୍ୟକ କଞ୍ଚାମାଲ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ହୁଏତ ସମସ୍ୟା ସୃଷ୍ଟି କରିପାରେ। କାରଣ ବହୁ ଦେଶରେ ସଂସାଧନର ଅଭାବ ରିହିଛି। ଶକ୍ତି ପରିବର୍ତ୍ତନ ସିଷ୍ଟମ୍‌ରେ ଇୟୁ ଭଳି ଆଗ୍ରହ ପ୍ରକାଶ କରୁଥିବା ସମସ୍ତ ଦେଶ ନୁହେଁ ବରଂ କେତୋଟି ହାତଗଣତି ଦେଶରେ ପ୍ରଚୁର ସଂସାଧନ ଠୁଳ ହୋଇଛି। ଏଣୁ ଶକ୍ତି ପରିବର୍ତ୍ତନ ଲାଗି ନିଆ ଯାଉଥିବା ପଦକ୍ଷେପଗୁଡ଼ିକରେ ଇୟୁର ଯୋଜନାବଦ୍ଧ ସ୍ବାୟତ୍ତତା ଏବଂ ସଞ୍ଚାଳନ ସାମର୍ଥ୍ୟ ମଜଭୁତ କରିବା ହିଁ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ।
ୟୁରୋପ ଏହି କାର୍ଯ୍ୟ ଏକାକୀ କରିପାରିବ ନାହିଁ। ଜଳବାୟୁ ବିରୋଧୀ ଯୁଦ୍ଧ ଜିତିବା ଏବଂ ରୁଷିଆର ଆକ୍ରମଣାମତ୍କ ମନୋଭାବ ବିରୋଧରେ ଠିଆ ହେବା ଏବେ ବୈଶ୍ୱିକ ଆହ୍ବାନ ପାଲଟିଛି। ଏହାକୁ ମୁକାବିଲା କରିବାକୁ ବିଶ୍ୱ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇବା ଦରକାର। ପୁଟିନ୍‌ଙ୍କ ଯୁଦ୍ଧ ଜୀବାଶ୍ମ ଇନ୍ଧନ ଆମଦାନୀ କମ୍‌ କରିବା ଏବଂ ଜଳବାୟୁ ଉପଯୋଗୀ ଶକ୍ତି ଉପତ୍ାଦନ ଉପରେ ଅଧିକ ନିବେଶ କରିବା ଲାଗି ସବୁ ଦେଶର ରଣନୀତିକ ସିଦ୍ଧାନ୍ତକୁ ଦୃଢ କରିଛି। ସେଥିପାଇଁ ଇୟୁ ସକ୍ରିୟ ଭାବେ ଜଳବାୟୁ କୂଟନୀତିରେ ଜଡ଼ିତ ରହିଛି। ଆମେ ମଧ୍ୟ ଜଳବାୟୁ ମହତ୍ତ୍ୱାକାଂକ୍ଷା ପ୍ରକାଶ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଚାହଁୁ। ପର୍ଯ୍ୟାପ୍ତ ସଂସାଧନ ଯୋଗାଇ ଦେଇ ଭାଗୀଦାରି ଦେଶଗୁଡ଼ିକ ସହ କାର୍ଯ୍ୟ କରିବା ପାଇଁ ଆମର ପ୍ରତିବଦ୍ଧତା ରହିଛି, ଯେଉଁଥିରେ ସେମାନେ ମଧ୍ୟ ଏକ ଦୃଢ ଶୂନ କାର୍ବନ ନିର୍ଗମନ ଅର୍ଥ ବ୍ୟବସ୍ଥା ଆଡକୁ ମୁହଁାଇ ପାରିବେ। ୟୁରୋପିଆନ ସବୁଜ ଚୁକ୍ତି ଏବଂ ଇୟୁର ନୂଆ ଗ୍ଲୋବାଲ ଗେଟ୍‌ଓ୍ବେ ଇନିସିଏଟିଭ୍‌ ମାଧ୍ୟମରେ ଇୟୁର ସଂସ୍ଥା ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଜଳବାୟୁ, ଜୈବବିବିଧତା ଏବଂ ଶକ୍ତି ସଙ୍କଟ ସମାଧାନ କରିବା ସକାଶେ ସବୁଜ ଓ ଡିଜିଟାଲ ଭିତ୍ତିଭୂମିରେ ୩୦୦ବିଲିୟନ ୟୁରୋ(୩୨୫ ବିଲିୟନ ଡଲାର) ପର୍ଯ୍ୟନ୍ତ ନିବେଶ ଜୁଟାଇ ପାରିଛନ୍ତି। ସର୍ବୋପରି ଇଆଇବି ୨୦୩୦ ସୁଦ୍ଧା ଜଳବାୟୁ କାର୍ଯ୍ୟକ୍ରମ ଏବଂ ପରିବେଶଗତ ନିରନ୍ତରତାରେ ୧ ଟ୍ରିଲିୟନ ୟୁରୋ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଏହାର ନୂଆ ଶାଖା ଇଆଇବି ଗ୍ଲୋବାଲ ବ୍ୟାଙ୍କ ମାଧ୍ୟମରେ ସାରା ବିଶ୍ୱରେ ଏହା ଭାଗୀଦାରି ଦେଶଗୁଡ଼ିକ ସହ କାର୍ଯ୍ୟ କରୁଛି। ଶକ୍ତି କ୍ଷମତା, ଅକ୍ଷୟ ଶକ୍ତି ଏବଂ ବିଦ୍ୟୁତ ଗ୍ରୀଡ ପ୍ରୋଜେକ୍ଟଗୁଡ଼ିକ ପାଇଁ ଏହା ଆର୍ଥିକ ସଞ୍ଚାଳନ କରୁଛି ଓ ୟୁରୋପ ଟିମ୍‌ ଅଧୀନରେ ଓ ଇଆଇବି ସମର୍ଥନରେ ଭବିଷ୍ୟତର ସବୁଜ ଶକ୍ତି ପାଇଁ କାର୍ଯ୍ୟ କରୁଛି। ଏହା ମଧ୍ୟ ଭାରତରେ ଅନ୍ତର୍ଜାତୀୟ ସୋଲାର ମେଣ୍ଟ , ଯାହା ୧୦୫ଟି ଟ୍ରପିକାଲ ଦେଶରେ ସୌରଶକ୍ତି ବିକାଶକୁ ସହଯୋଗ କରୁଛି।
ଜୀବାଶ୍ମ ଇନ୍ଧନ ଉପରେ ନିିର୍ଭରଶୀଳତା ଦୂର କରି ସବୁଜଶକ୍ତି ଆପଣାଇବାକୁ ବିଶ୍ୱ ସମୁଦାୟକୁ ସହଯୋଗ କରିବା ପାଇଁ ଇୟୁ ସବୁବେଳେ ପ୍ରସ୍ତୁତ । କିନ୍ତୁ ଜଳବାୟୁ କାର୍ଯ୍ୟକ୍ରମଗୁଡ଼ିକରେ ନିବେଶର ବିଳମ୍ବ ପାଇଁ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏକ କାରଣ ନୁହେଁ। ଅନ୍ୟ ପକ୍ଷରେ ଅଧିକ ସବୁଜ ନିବେଶ ଆମକୁ ଅଧିକ ରଣନୀତିକ ସ୍ବାୟତ୍ତତା ପ୍ରଦାନ କରିବ। କାର୍ବନ ନିର୍ଗମନ ହ୍ରାସ କରିବା ଏକ ଭୂରାଜନୈତିକ ଅନିବାର୍ଯ୍ୟତା। ସବୁଜ ଶକ୍ତି ପାଇଁ ପୁଞ୍ଜି ଯୋଗାଣକୁ ତୀବ୍ର କରିବାରେ ସରକାରରେ ଥିତ୍ବା ଆମର ଭାଗୀଦାରିମାନେ ଏବଂ ସାରା ବିଶ୍ୱର ଅନ୍ତର୍ଜାତୀୟ ବିତ୍ତୀୟ ସଂସ୍ଥାଗୁଡ଼ିକୁ ଆମ ସହ ଯୋଗଦେବାକୁ ଆହ୍ବାନ ଦେଇଛୁ। ସବୁଜଗୃହ ବାଷ୍ପ ନିର୍ଗମନ କମ୍‌ କରିବା ଲାଗି ଲକ୍ଷ୍ୟ ରଖିଲେ ଆମେ ମଧ୍ୟ ଶକ୍ତି ସୁରକ୍ଷା ହାସଲ କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri