ଏଇ ଭାରତରେ

ଘରଚଟିଆଙ୍କ ସୁରକ୍ଷାରେ ସମର୍ପିତ ଏଡ୍‌ଓ୍ବିିନ ଜୋଶେଫ। ବୟସ ୭୨। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ରେ ଟେକ୍ନିସିଆନ ଭାବେ ଅବସର ନେବା ପରେ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଜୋଶେଫ ୧୫ ବର୍ଷ ହେଲା ୨୫୦ ଘରଚଟିଆଙ୍କୁ ଖାଇବାକୁ ଦେଉଛନ୍ତି। ଏଥିପାଇଁ ଜୋଶେଫଙ୍କୁ ଘରଚଟିଆ ମଣିଷ ବୋଲି କୁହାଯାଉଛି। ସେମାନଙ୍କୁ ଖାଇବାକୁ ଦେବାକୁ ଘରେ ଫିଡର ଝୁଲାଇ ଦେଇଛନ୍ତି। ଏହାର ନିମ୍ନ ଭାଗରେ ପ୍ଲାଷ୍ଟିକ ପ୍ଲେଟ ଲଗାଇଛନ୍ତି, ଯେଉଁଥିରେ ଘରଚଟିଆ ଖାଇବା ପରେ ଖାଦ୍ୟର ଅବଶେଷାଂଶ ପଡ଼ୁଛି। ଏହା ବ୍ୟତୀତ ଚଢ଼େଇ ବସିବା ଲାଗି କାଠର ଫ୍ରେମ୍‌ ମଧ୍ୟ ଲଗାଇଛନ୍ତି। ଘରଚଟିଆଙ୍କୁ ମକା, ଧାନ, ରୁଟି ଏବଂ ଘରେ ରୋଷେଇ ହୋଇଥିବା ଖାଦ୍ୟ ମଧ୍ୟ ଦେଉଛନ୍ତି। ସେମାନଙ୍କୁ ଜୋଶେଫ ନିଜ ପରିବାରର ସଦସ୍ୟ ଭଳି ଦେଖୁଛନ୍ତି। ଘରଚଟିଆ ବ୍ୟତୀତ ସେ ପାରା, ବୁଲ୍‌ବୁଲ୍‌ ଆଦି ଚଢ଼େଇଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ପକ୍ଷୀ ସୁରକ୍ଷାରେ ସୀମିତ ରହିନାହାନ୍ତି ଜୋଶେଫ, ସେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି। ଜୋଶେଫ ସ୍ଥାନୀୟ ସ୍କୁଲରେ ପଢ଼ାଇବା ସହ ଗରିବମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ଗୃହହୀନ ବୟସ୍କଙ୍କ ରହିବା ଓ ଖାଇବା ବ୍ୟବସ୍ଥା ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri