ଚାଇନାକୁ ଅର୍ଥ, ଅସ୍ତ୍ର ମାଗିଛି ରୁଷିଆ

ମସ୍କୋ,୧୫ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ଓ ଆର୍ଥିକ ସହାୟତା ମାଗିଥିବା ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍‌ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ରୁଷିଆକୁ ଚାଇନା ଏପରି ସହାୟତା ନ ଦେବାକୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ୍‌ ପରାମର୍ଶ ଦେଇଛନ୍ତି। ଏପରି କଲେ ଚାଇନା ବୈଶ୍ୱିକ ସ୍ତରରେ କଠୋର କଟକଣାର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି କାମକୁ କେବେ ପ୍ରଶ୍ରୟ ଦିଆଯାଇପାରିବ ନାହିଁ ବୋଲି ସୁଲିଭାନ୍‌ କହିଛନ୍ତି। ଆମେରିକାର ଏହି ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଓ୍ବାଶିଂଟନ୍‌ ପକ୍ଷରୁ ଭୁଲ୍‌ ତଥ୍ୟ ପ୍ରଚାର କରାଯାଉଥିବା ଆମେରିକାରେ ଥିବା ଚାଇନା ରାଷ୍ଟ୍ରଦୂତ ଲିୟୁ ପେଙ୍ଗ୍ୟୁ କହିଛନ୍ତି। ସେହିପରି ନିଜ ଲକ୍ଷ୍ୟ ହାସଲ ନିମନ୍ତେ ରୁଷିଆ ପାଖରେ ଯଥେଷ୍ଟ ମିଲିଟାରି ସାମଗ୍ରୀ ରହିଛି ଏବଂ ଚାଇନାକୁ କୌଣସି ପ୍ରକାର ସହାୟତା ମଗାଯାଇ ନ ଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୟୁକ୍ରେନ୍‌ ପ୍ରସଙ୍ଗରେ ସୁଲିଭାନ୍‌ ଏବଂ ଚାଇନାର ପ୍ରମୁଖ କୂଟନୀତିଜ୍ଞ ୟାଙ୍ଗ୍‌ ଜିଏଚିଙ୍କ ମଧ୍ୟରେ ରୋମ୍‌ରେ ଆଲୋଚନା ହୋଇଛି।
ଉପରେ ରୁଷିଆର ଆକ୍ରମଣକୁ ଚାଇନା ଏ ପର୍ଯ୍ୟନ୍ତ ନିନ୍ଦା ନ କରି ନୀରବ ରହିଛି। ଏପରିକି ମସ୍କୋର ଆକ୍ରମଣ ସମ୍ପର୍କରେ ପୂର୍ବରୁ ଚାଇନା ଅବଗତ ଥିଲା ବୋଲି ଆମେରିକାର ଜୋ ବାଇଡେନ୍‌ଙ୍କ ପ୍ରଶାସନ ବିଶ୍ୱାସ କରୁଛି। ୨୦୧୪ରେ ମଧ୍ୟ ରୁଷିଆ କ୍ରିମିଆକୁ କବ୍‌ଜା କରିଥିବା ସମୟରେ ଚାଇନା ଚୁପ୍‌ ରହିଥିଲା। ୟୁକ୍ରେନ୍‌ ଆକ୍ରମଣ ପରେ ବେଜିଂ ମସ୍କୋକୁ କୂଟନୈତିକ ସମର୍ଥନ ଜଣାଇଛି। ହେଲେ ଚାଇନା ମଧ୍ୟ ରୁଷିଆ ଉପରେ କଟକଣା ଲଗାଉ ବୋଲି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ବେଜିଂ ଉପରେ ଚାପ ପକାଉଛନ୍ତି। ବାସ୍ତବରେ ରୁଷିଆ ସେନା ସହାୟତା ମାଗିଥିଲେ ଏ ନେଇ ଚାଇନା କ’ଣ ପଦକ୍ଷେପ ନେଉଛି ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ବେଜିଂ ରୁଷିଆକୁ ଏହି ସାହାଯ୍ୟ ଯୋଗାଇଲେ ତାହା ଭାରତ ପାଇଁ ସତର୍କଘଣ୍ଟି ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?